“ମାଗଣା ଦେଲେନି ତ ସେଇପାଇଁ ଆସିକି ଭାଙ୍ଗିଦେଲେ…” ଗ୍ରାହକ କହିଲେ କଣ ପାଇଁ ଭାଙ୍ଗିଲା କିଶୋର ମଟନ ହୋଟେଲ, ଦେଖନ୍ତୁ video

କିଶୋର ମଟନ ହୋଟେଲ ଭାଙ୍ଗିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । କାରଣ ସ୍ଵାଦିଷ୍ଟକାରୀ ସୁଲଭ ମୂଲ୍ଯରେ ଲୋକଙ୍କୁ ଖୁଆଉଥିଲେ କିଶୋର ଭାଇନା । ତାଙ୍କ ମଟନ ତରକାରୀ ଖାଇବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସନ୍ତି । ପ୍ରତିଦିନ ଦୁଇ କ୍ଵିଣ୍ଟାଲ ମଟନ ରାନ୍ଧୁଥିଲେ ଓ ନିଜେ ବସି ପ୍ଳେଟ ପରଶୁଥିଲେ କିଶୋର ଭାଇନା । ଗତ ୨୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଭୁବନେଶ୍ବର ଦୂରଦର୍ଶନ ଅଫିସ ନିକଟରେ ରହିଥିଲା କିଶୋରଙ୍କ ମଟନ ହୋଟେଲ ।

ତାଙ୍କ ମଟନ ତରକାରୀର ଚାହିଦା ବହୁତ ଅଧିକ । କିନ୍ତୁ ବିଏମସି କିଶୋର ମଟନ ହୋଟେଲରେ ପହଞ୍ଚି ଖାଦ୍ଯର ମାନ ଯାଞ୍ଚ କରିବା ପରେ ହୋଟେଲକୁ ସିଲ କରାଯାଇଛି ବୋଲି ଟ୍ବିଟ କରିଥିଲା , ଏହାର ଦୁଇଦିନ ପରେ ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଆସି ରାସ୍ତାକଡରେ ଥିବା କିଶୋରଙ୍କ ମଟନ ହୋଟେଲକୁ ଭାଙ୍ଗି ଦେଇଛି । ଏହାକୁ ନେଇ ଚାରିଆଡେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ କିଶୋରଙ୍କ ଅନେକ ଗ୍ରାହକ ତାଙ୍କ ସପକ୍ଷରେ ବାହାରିଛନ୍ତି ।

ଜଣେ ଗ୍ରାହକ ପ୍ରତିକ୍ରିୟା ଦେଇ କହିଛନ୍ତି କି, କିଶୋରଙ୍କ ଖାଇବା କିଛିବି ଖରାପ ନୁହେଁ ବହୁତ ବଢିଆ ଲାଗେ । ନହେଲେ ଏତେ ଲୋକଙ୍କର କାହିଁକି ଡିମାଣ୍ଡ ହୋଇଥାନ୍ତା । ଏତେ ଭିଡ ହୁଏ ଯେ ଏପଟେ ଯିବାଆସିବାରେ ହଇରାଣ ହୋଇଯାଉ । ଲୋକେ ଖୁସିରେ ଏଠି ମଟନ ଖାଉଥିଲେ । କିଶୋରଙ୍କ ପାଖେ କାହିଁ କେତେ ବଡବଡିଆ ଲୋକେ ଆସି କାର୍ ଲଗେଇ ଖାଉଥିଲେ ।

ଯଦି ତରକାରୀ ଖରାପ ହୋଇଥାନ୍ତା ତେବେ କଣ ଆସିଥାନ୍ତେ ! ହେଲେ ଗରମେଣ୍ଟ କଥା ଅର୍ଡର ଆସିଲା ଭାଙ୍ଗିଦେଲେ ଆଉ । ଯେଉଁମାନେ ଭାଙ୍ଗିଲେ ସେମାନେ ବି ଖାଉଥିଲେ । ସବୁବେଳେ କମିଶନର ମେୟର ଆଦି ବଦଳୁଛନ୍ତି । ସେମାନଙ୍କ ମଧ୍ୟରୁ କିଏ ଅର୍ଡର ଦେଇଥିବ କି ଭାଙ୍ଗିଦିଅ । ନହେଲେ କିଶୋର ଭାଇନା ଯଦି କାହାକୁ ମାଗଣାରେ ତରକାରୀ ଦେଇ ନଥିବେ ସେ ରାଗିକି ଭାଙ୍ଗି ଦେଇଥିବ । କାରଣ ବହୁତ ସରକାରୀ ବାବୁମାନେ ଦୋକାନ ମାନଙ୍କରେ ମାଗଣା ଖାଆନ୍ତି ।

ସେମିତି କିଶୋର ଯଦି କାହାକୁ ମାଗଣା ଦେଇ ନଥିବେ ସେ ଭାଙ୍ଗିଥିବ । ନିଶ୍ଚୟ ସେହିଭଳି କିଛି ହେଇଛି ନହେଲେ ଏତେ ସବୁ ହୋଇ ନଥାନ୍ତା ବୋଲି କହିଛନ୍ତି ଗ୍ରାହକ ଜଣକ । ତେବେ ଏହି ଗ୍ରାହକଙ୍କ ମତକୁ ନେଇ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।