ମଦ ପାଇଁ ବର୍ବାଦ ହୋଇଗଲା ଏହି ୭ ଟି କ୍ରିକେଟରଙ୍କ କ୍ଯାରିୟର, ନମ୍ବର ୧ ତ ଦମଦାର ବ୍ୟାଟ୍ସମ୍ୟାନ

ନିଶା ଏକ ଏମିତି ଜିନିଷ ଅଟେ ଯାହା ପାଇଁ ଜଣା ନାହିଁ କେତେ ଘର କେତେ ଜୀବନ ବର୍ବାଦ ହୋଇ ଯାଇଛି । ଫିଲ୍ମ ଷ୍ଟାର ହୁଅନ୍ତୁ ବା କ୍ରିକେଟ ଷ୍ଟାର ହୁଅନ୍ତୁ କେହି ସେଥିରୁ ବାଦ ପଡି ନାହାଁନ୍ତି । ଏମିତିରେ ଆଜି ଆମେ ଆପଣମାଙ୍କୁ କିଛି ପ୍ରସିଦ୍ଧ କ୍ରିକେଟର ମାନଙ୍କ ବିଷୟରେ କହିବୁ, ଯେଉଁମାନଙ୍କ କ୍ୟାରିୟର ମଦ ପାଇଁ ବରବାଦ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହି କ୍ରିକେଟର ମାନଙ୍କ ବିଷୟରେ ।

ଡେଭିଡ ୱାର୍ନର

ଡେଭିଡ ୱାର୍ନର ହେଉଛନ୍ତି ବିଶ୍ଵର ଫେମସ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଅନ୍ୟତମ । ସେ ୨୦୧୩ରେ ଅଷ୍ଟ୍ରେଲିଆ ପାଇଁ ଏକ ନିରାଶଜନକ ସମୟ ସୃଷ୍ଟି କରିଥିଲେ । ଏହି ପରିସ୍ଥିତି ମଦ ପାଇଁ ହୋଇଥିଲା । ସେ ମଦ ପିଇ ଇଂଲଣ୍ଡର ଏକ ଖେଳାଳିକୁ ପଞ୍ଜା ମାରିଦେଇଥିଲେ । ଯାହାଫଳରେ ଅଷ୍ଟ୍ରେଲିଆକୁ ଚମ୍ପିୟନସିପ ଟ୍ରଫିରୁ ବାହାର କରାଯାଇଲା ।

ଏଣ୍ଡ୍ରୟୁ ସାଇମଣ୍ଡ୍ସ

ଏଣ୍ଡ୍ରୟୁ ସାଇମଣ୍ଡ୍ସ ଅଷ୍ଟ୍ରେଲିଆର ଜଣେ ଅଲରାଉଣ୍ଡର ଖେଳାଳି ଅଟନ୍ତି । ସେ ନିଜ କ୍ୟାରିୟରକୁ ମଦ ପାଇଁ ବରବାଦ କରିଦେଲେ । ଏଣ୍ଡ୍ରୟୁ ୨୦୦୯ ମସିହାରେ ଟି20 ବିଶ୍ଵକପ୍ ରେ ନ୍ୟୁଜଲ୍ୟାଣ୍ଡର ଅଭ୍ୟାସ ମ୍ୟାଚର ଜିତ ପାଇଁ ଖୁସିରେ ମଦ ପିଇ ଏକ ବଡ ବିବାଦ କରିଦେଇଥିଲେ । ଯାହାଫଳରେ ତାଙ୍କୁ ଟିମରୁ ବାହାର କରିବାକୁ ପଡିଥିଲା ।

ଜେସୀ ରାଇଡ଼ର

ଜେସୀ ନ୍ୟୁଜିଲ୍ୟାଣ୍ଡର ଜଣେ ଫେମସ ବ୍ୟାଟ୍ସ ମ୍ୟାନ ଓ ବୋଲର ଅଟନ୍ତି । ହେଲେ ସେ ନିଜର କ୍ୟାରିୟର ମଦ ପାଇଁ ବର୍ବାଦ କରିଦେଇଥିଲେ । ୨୦୦୮ରେ ସେ ମଦ ପିଇ ବହୁତ ଭଙ୍ଗା ରୁଜା କରିଥିଲେ । ଯାହାଫଳରେ ତାଙ୍କ ହାତ ଭାଙ୍ଗିଯାଇଥିଲା ।

ରିକୀ ପଣ୍ଟିଙ୍ଗ

ଅଷ୍ଟ୍ରେଲିଆ କ୍ରିକେଟ ଟିମର ମହାନ କ୍ୟାପଟେନ ମଧ୍ୟରୁ ଜଣେ ହେଉଛନ୍ତି ରିକୀ ପୋଣ୍ଟିଙ୍ଗ । ମଦ ପିଇବାରୁ ତାଙ୍କୁ ୱାନଡେ ଟିମରୁ ବାହାର କରାଯାଇଥିଲା । ୧୯୯୯ ମସିହାରେ ନାଇଟ କ୍ଲବରେ ମଦ ପିଇ ଗଣ୍ଡଗୋଳ କରିଦେଇଥିଲେ । ମଦ ପାଇଁ ତାଙ୍କର କ୍ୟାରିୟର ନଷ୍ଟ ହୋଇଥିଲା ।

ମୋଣ୍ଟି ପନେସର

ମୋଣ୍ଟି ପନେସର ଜଣେ ଭଲ ଖେଳାଳି ଅଟନ୍ତି । ୨୦୧୩ରେ ମୋଣ୍ଟି ଲଣ୍ଡନର ନାଇଟ କ୍ଲବରେ ଦୁଇଜଣ ବାଉନ୍ସରଙ୍କ ଉପରେ ବାଥରୁମ କରିଦେଇଥିଲେ । ଯାହାଦ୍ୱାରା ତାଙ୍କ ପତ୍ନୀ ତାଙ୍କୁ ଛାଡିଦେଇଥିଲେ ଓ କ୍ରିକେଟ ରେ ମଧ୍ୟ ତାଙ୍କ କ୍ୟାରିୟର ବର୍ବାଦ ହୋଇଯାଇଥିଲା ।

ଏଣ୍ଡ୍ରୟୁ ଫ୍ଲିଣ୍ଟୋଫ

ଇଂଲଣ୍ଡର ଅଲରାଉଣ୍ଡର ଖେଳାଳି ଏଣ୍ଡ୍ରୟୁ ୨୦୦୭ରେ ହୋଇଥିବା ବିଶ୍ଵକପ୍ ସମୟରେ ମଦ ପିଇ ବହୁତ ଗଣ୍ଡୋଗଳ କରିଦେଇଥିଲେ । ଯାହାଫଳରେ ତାଙ୍କୁ ଟିମରୁ ବାହାର କରି ଦିଆଯାଇଥିଲା ।

ଜେମ୍ସ ଫାକନର

ଅଷ୍ଟ୍ରେଲିଆ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ଜେମ୍ସ ମଦ ପିଇ ନିଜ କ୍ୟାରିୟରକୁ ବରବାଦ କରିଦେଇଥିଲେ । ସେ ମଦ ପିଇ ଗାଡି ଚଳାଇବାରୁ ଗିରଫ ହୋଇଥିଲେ । ଯାହାଫଳରେ କୋର୍ଟରେ ତାଙ୍କ ପାଇଁ ୪ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପ୍ରତିବନ୍ଧକ ଲାଗିଥିଲା ।