୧୦ ବର୍ଷର ଝିଅ ସହିତ ନୃଶଂସତା, ରେପ କରିବା ପରେ ପଥରରେ ଛେଚିଲା ମୁଣ୍ଡ, ଜିଅନ୍ତା ପୋତିବା ପାଇଁ ଚେଷ୍ଟା

ରାଜସ୍ତାନର ଚୁରୁ ଜିଲ୍ଲାରେ ଗୋଟିଏ ୧୦ ବର୍ଷର ଝିଅ ଉପରେ ଅତ୍ୟାଚାର କରିଥିବାର ମାମଲା ସାମ୍ନାକୁ ଆସିଛି । ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣକ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ଲଢୁଛି । ପୋଲିସଙ୍କ ମତରେ ଜଣେ ୨୧ ବର୍ଷର ବେରୋଜଗାର ଯୁବକ ଝିଅକୁ ରେପ କରିବା ପରେ ଝିଅର ମୁଣ୍ଡକୁ ପଥରରେ ପିଟିଛି ।

କେବଳ ଏତିକି ନୁହେଁ, ସେ ଝିଅଟିକୁ ଜିଅନ୍ତା ପୋତିବା ପାଇଁ ମଧ୍ୟ ଚେଷ୍ଟା କରିଥିଲା । ଯେତେବେଳେ ଝିଅକୁ ଖୋଜାଗଲା, ସେତେବେଳେ ଝିଅଟି ମାଟିରେ ଅଧା ପୋତା ଅବସ୍ଥାରେ ମିଳିଥିଲା ।

ଝିଅଟି ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ଲଢୁଛି । ବର୍ତ୍ତମାନ ଝିଅର ଅବସ୍ଥା ଅଳ୍ପ ମାତ୍ରାରେ ସ୍ଥିର ଅଛି । ପୋଲିସଙ୍କ ମତରେ ଆରୋପି ଯୁବକ ପୀଡିତାର ପଡୋଶୀ ରେ ରହୁଥିଲା । ରେପ କରିବା ପରେ ସେ ଝିଅଟିକୁ ଏକ ସୁନସାନ ଘରକୁ ନେଇ ଜିଅନ୍ତା ପୋତିବା ପାଇଁ ଚେଷ୍ଟା କରିଥିଲା । ତୃତୀୟ ଶ୍ରେଣୀରେ ପଢୁଥିବା ଝିଅଟି ରାତି ୯ ତା ସମୟରେ ପାଖରେ ଥିବା ଏକ ଦୋକାନକୁ ଚକଲେଟ କିଣିବା ପାଇଁ ଯାଇଥିଲା ।

ଯେତେବେଳେ ଅଧିକ ସମୟ ହୋଇଗଲା ସେତେବେଳେ ପରିବାର ଲୋକ ତାକୁ ଖୋଜିବା ଆରମ୍ଭ କରିଦେଇଥିଲେ । ପରେ ଝିଅଟି ଏକ ସୁନସାନ ଘରେ ଅଧା ପୋତା ହୋଇଥିବା ଅବସ୍ଥାରେ ମିଳିଥିଲା ଓ ତାର ମୁଣ୍ଡରୁ ରକ୍ତପାତ ହେଉଥିଲା । ଝିଅର ବେକରେ ମଧ୍ୟ ଆଘାତ ହୋଇଥିଲା । ପୋଲିସ ଆରୋପିକୁ ଗିରଫ କରିସାରିଛି । ଡାକ୍ତର କହିଛନ୍ତି କି ଝିଅଟିର ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ।