ମଦ ବ୍ୟବସାୟୀ ରାଜେଶ ସାହୁ ଫ୍ୟାମିଲି ୬୦ବର୍ଷର ଧନୀ ଲୋକ, ସେମାନେ ଆଗରୁ ଟଙ୍କା ବାଣ୍ଟନ୍ତି ! Sura Routray

ନମସ୍କାର ବନ୍ଧୁଗଣ । ବଲାଙ୍ଗୀର ର ଜଣେ ମଦ ବ୍ୟବସାୟୀ ଙ୍କ ଘରୁ 200 କୋଟି ରୁ ଊର୍ଦ୍ଧ ତାଙ୍କ ଆୟକର ବିଭାଗ ଜବତ କରିଛି । ଆଉ ଏହା ପରେ ଟଙ୍କା ସବୁ କୁ ଗଣତି କରା ଯାଇଥିଲା । ଏତେ ଟଙ୍କା ଦେଖି ସମସ୍ତଙ୍କର ହୋସ ଉଡି ଯାଇଛି । ଏବେ ମଦ ବ୍ୟବସାୟୀ ରାଜେଶ ସାହୁ ଙ୍କୁ ଅଟକ ରଖିକି ପୋଲିସ ପଚରା ଉଚରା କରୁଛି । ଆଉ ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ବହୁ ଚଚ୍ଛିତ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି ।

ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟରେ । ସୁର ରାଉତରାୟ କହିଛନ୍ତି ଯେ” ବଲାଙ୍ଗୀର ର ଜଣେ ବଡ ମଦ ବ୍ୟବସାୟୀ ରାଜେଶ ଙ୍କ ଘରୁ ଯେଉଁ ଟଙ୍କା ଜବତ ହୋଇଛି ତାଙ୍କ ପିତୃ ପୁରୁଷ ପୂର୍ବରୁ MP ଥିଲେ । ତା ବୋଲି କଣ ସେ ପଇସା ସେମାନେ ରଖି ଯାଇଛନ୍ତି । ରାଜେଶ ଙ୍କ ପୂର୍ବଜ ମାନେ ସମସ୍ତଙ୍କୁ ପଇସା ଦିଅନ୍ତି । ଓଡିଶାର ଲୋକଙ୍କୁ ପଇସା ଦିଅନ୍ତି । ମୁଁ ଭଲ ଭାବେ ଜାଣିଛି ।

ମୁଁ 50 ବର୍ଷର ଇତିହାସ କହିବି । ସେ 60 ବର୍ଷର ଧନୀ ଲୋକ । ସାହୁ ପରିବାରଙ୍କୁ ମୁଁ ବେଶ ଭଲ ଭାବେ ଜାଣିଛି । ଚାରି ଆଡେ ସେ ଟଙ୍କା ବାଣ୍ଟନ୍ତି । ଓଡିଶାରେ କମ କିନ୍ତୁ ଚେନ୍ନାଇ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଆଦି ରାଜ୍ୟରେ ସାହୁ ପରିବାର ବହୁତ ଟଙ୍କା ପଇସା ବାଣ୍ଟନ୍ତି । ମୁଁ ଭାବୁଛି ପଇସା କମ ବୋଧେ ବାଣ୍ଟିଛନ୍ତି । ସେଇଠୁ ରେଡ ହୋଇ ଯାଇଛି । ED ଏମାନେ କଣ ରହିବା କଥା ।

ଏମାନେ କେତେ ଲୋକଙ୍କୁ ଧରିଲେଣି । ରାହୁଲ ଗାନ୍ଧୀ ଙ୍କୁ 84 ଘଣ୍ଟା ର ED ଲଗା ଯାଇଥିଲା । ସେ ଜଣେ କଂଗ୍ରେସ ନେତା । ସୋନିଆ ଗାହନୀ ଙ୍କ ଭଳି ଭଦ୍ର ମହିଳା  ଯିଏ କି 25-30 ବର୍ଷ ହେବେ ଏତେ ବଡ ରୋଗ ଧରିକି ଦଳ ବଞ୍ଚାଇ ରଖିଛନ୍ତି । ED, CBI, INCOME TAX ଯେଉଁ ରେଡ କରି ବଦନାମ କରି ଚେଷ୍ଟା କରୁଛନ୍ତି ଏ କିଛି ରହିବ ନାହିଁ ।

ସବୁ କିଛି ଧୂଳିସାତ ହୋଇଯିବ 2024 ନିର୍ବାକହନ ରେ । କଂଗ୍ରେସ ଧୁମ ଆସିବ । ରାହୁଲ ଗାନ୍ଧୀ ପ୍ରାଇମ ମିନିଷ୍ଟର ହେବେ । ଶରତ ପଟ୍ଟନାୟକ ଠିକ ତେଲେଙ୍ଗାନା ଭଳି ମୁଖ୍ୟମନ୍ତ୍ରୀ ହେବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।