ମାଛରେ ରହିଥାଏ ଏତେ ପୌଷ୍ଟିକ ତତ୍ଵ କି ଯଦି ଥରେ ଜାଣିନେବେ ତ ଆପଣ ବି କରିବେ ସବୁଦିନ ଡାଏଟରେ ସାମିଲ !

ମାଛ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଏହା ଆମର ମସ୍ତିଷ୍କକୁ ସୁସ୍ଥ ରଖିବାରେ ବହୁତ ସାହାର୍ଯ୍ୟ କରିଥାଏ । କହିବାକୁ ଗଲେ ଆଜି କାଲିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ କେହି ବି ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । ଯାହା ଦ୍ଵାରା ସେମାନଙ୍କ ଶରୀର ବହୁତ କମଜୋର ହୋଇଯାଏ ଓ ସେମାନେ ବହୁତ ରୋଗର ଶିକାର ବି ହୋଇ ଯାଆନ୍ତି ।

ଆପଣଙ୍କର ଏହି ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣଙ୍କୁ ମାଛର ସେବନ ଦ୍ଵାରା ଆପଣ ନିଜର କମଜୋରିକୁ କେମିତି ଦୂର କରିବେ ଓ ମାଛ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଅଟେ ସେହି ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିବା ପରେ ଆପଣ ବି ସବୁଦିନ ନିଜ ଡାଏଟରେ ମାଛକୁ ସାମିଲ କରିଦେବେ ।

ମସ୍ତିଷ୍କ ପାଇଁ ମାଛ ବହୁତ ଭଲ ଅଟେ । ଗୋଟିଏ ମାଛ ଏକ ଏମିତି ଜୀବ ଅଟେ ଯାହା ମଧ୍ୟରେ ଓମେଗା ୩ ଭରପୁର ମାତ୍ରାରେ ମିଳିଥାଏ । ମସ୍ତିଷ୍କର ୭୫ % କୋଶିକା ଗର୍ଭାଶୟରେ ବିକଶିତ ହୋଇଥାଏ ଓ ୨୫ % କୋଶିକା ଜନ୍ମର କିଛି ବର୍ଷ ପରେ ବିକଶିତ ହୋଇଥାଏ । ଓମେଗା ୩ ଆମ ମସ୍ତିଷ୍କକୁ ବହୁତ ପ୍ରଖର କରିଥାଏ ଓ ଯେ କୌଣସି ଜିନିଷ ବୁଝିବାର କ୍ଷମତାକୁ ବି ବଢାଇ ଥାଏ ।

ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ବି ବହୁତ ଲାଭଦାୟକ ଅଟେ । ଏହା ମା ଓ ଶିଶୁ ଦୁଇ ଜଣଙ୍କ ପାଇଁ ବି ଭଲ ହୋଇଥାଏ । ମାଛ ମଧ୍ୟରେ ଏମିତି ତତ୍ଵ ମିଳିଥାଏ ଯାହା ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ସବୁ ମହିଳାମାନଙ୍କୁ ନିଜର ଗର୍ଭାବସ୍ତା ସମୟରେ ମାଛର ସେବନ ପ୍ରଚୁର ମାତ୍ରାରେ କରିବା ଉଚିତ । କହିବାକୁ ଗଲେ ଏଥିରେ ବହୁତ ପୋଷକ ତତ୍ଵ ବି ମିଳିଥାଏ । ଯାହା ଆମର ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ମାଛର ସେବନ ଦ୍ଵାରା ଆଖିର ଦୃଷ୍ଟିଶକ୍ତି ବି ବଢିଥାଏ । ଯଦି କାହାର ଆଖିର ଦୃଷ୍ଟିଶକ୍ତି କମଜୋର ଅଛି କିମ୍ବା ଦୃଷ୍ଟିଶକ୍ତି ଚାଲି ଯାଇଛି ସେମାନଙ୍କୁ ସବୁଦିନ ନିଜ ଖାଦ୍ୟରେ ମାଛ ସାମିଲ କରିବା ଉଚିତ । ଯାହା ଦ୍ଵାରା ତାଙ୍କର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ । ସେଥିପାଇଁ ଆପଣ ବି ଆଜି ଠାରୁ ନିଜର ଡାଏଟରେ ମାଛକୁ ସାମିଲ କରି ଦିଅନ୍ତୁ ।