ମାଂସ ତରକାରୀ ପାଇଁ ଭାଙ୍ଗିଲା ବାହାଘର, ଏବେ ସାମ୍ନାକୁ ଆସୁଛି ଅନେକ କଥା… ଦେଖନ୍ତୁ Video

ଖାସୀ ମାଂସ ତରକାରୀ ପାଇଁ ବାହାଘର ଭାଙ୍ଗିବା ଘଟଣାରେ ଆସିଛି ନୂଆ ଏକ ତଥ୍ୟ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଠିକ ଶୁଣିଲେ ବାହାଘର ଖାଲି ଖାସୀ ମାଂସ ପାଇଁ ଭାଙ୍ଗିନି ବରଂ ଅମାନିଆ ବରଯାତ୍ରୀ ଦଳ ଙ୍କୁ ବାହାରୁ ଢାବା ରୁ ଖାଇବାକୁ ଆଣି ଦିଆ ଯାଇଛି । ଖବର ମୁତାବିକ କନ୍ୟା ଘର ଲୋକେ ବର ଘର ଲୋକଙ୍କୁ 20 ହଜାର ଟଙ୍କା ଦେଇଛନ୍ତି ଯାହା ଏବେର ସବୁଠାରୁ ବଡ ଖବର ସାମ୍ନା କୁ ଆସିଛି ।

ଯେତେବେଳେ ଖାସୀ ମାଂସ ଅଭାବ ହୋଇଛି ସରିଯାଇଛି ଠିକ ସେତିକି ବେଳେ କନ୍ୟା ଘର ଲୋକ ବର ଘର ଲୋକଙ୍କୁ 20 ହଜାର ଟଙ୍କା ଦେଇଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି କିଛି ଯୁବକ ଢାବା ରୁ ଖାଇକି ଆସିବା ପରେ ମଧ୍ୟ ତାଙ୍କର ଆଉ କିଛି ପିଲା ଖାଇବାକୁ ବାକି ଅଛନ୍ତି ବୋଲି ପୁଣି ଟଙ୍କା ଆଗିଥିଲେ । ଆଉ ତା ପରେ ଝଗଡା ବଢିଥିଲା । ତେବେ ଏଠାରେ କହି ରଖିବାକୁ ଚାହିଁବି ବର ଘର ଲୋକଙ୍କୁ ଖାଇବାକୁ ଦେବା ପାଇଁ ଯେତିକି ପରିମାଣର ଖାଦ୍ଯ ହୋଇଥିଲା ପାଖା ପାଖି 30ରୁ 40 ପ୍ରକାରର ଆଇଟମ ହୋଇଥିଲା ।

ସବୁ ଆଇଟମ ଥିବା ବେଳେ ମାଂସ ଟିକେ ଅଭାବ ପଡି ଯାଇଥିଲା । ଆଉ ସେଠାରୁ ଆରମ୍ଭ ହୋଇଥିଲା ଝଗଡା । ଆଉ ତା ପରେ କନ୍ୟା ଘର ଲୋକେ ବର ଘର ଲୋକଙ୍କୁ 20 ହଜାର ଟଙ୍କା ଦେଇଥିଲେ ଖାଇବା ପାଇଁ । ଯେହେତୁ ସମସ୍ତେ କାମରେ ବ୍ୟସ୍ତ ଥିଲେ ଆଉ 20 ହଜାର ଟଙ୍କା ନେଇ ଯେଉଁ ଲୋକ ମାନେ ଖାଇ ନ ଥିଲେ ସେ ବର ପକ୍ଷ ଯାଇ ଢାବାରେ ଖାଇ ଫେରିଲେ ।

ଆଉ ଖାଇ ଫେରିବା ପରେ ପୁଣି ଥରେ କନ୍ୟା ଘର ଲୋକଙ୍କୁ କହିଲେ ଆହୁରି ଆମର କିଛି ପିଲା ଖାଇବାକୁ ବାକି ଅଛନ୍ତି ଆମକୁ ଆଉ ଟଙ୍କା ଦିଅ । ସେଠାରୁ ଝଗଡା ଉଗ୍ର ରୂପ ନେଇଥିଲା । ପରିସ୍ଥିତି ଅଣାୟତ ହେବା ଦେଖି କନ୍ୟାଙ୍କ ବୃଦ୍ଧ ବାପା ଓ 70 ବର୍ଷୀୟା ବଡବାପା ବର ଘର ଲୋକଙ୍କ ହାତ ଗୋଡ ଧରି କ୍ଷମା ମାଗି ନେହୁରା ହୋଇଥିଲେ ।

କିନ୍ତୁ ବର କୁଆଡେ କହିଥିଲେ ପଖାଳ ଖାଇବା ପରେ ମୋ ପାଇଁ ମାଂସ ଅଛି ତ ? ଯାହାକୁ ଶୁଣି ଦେଇଥିଲେ କନ୍ୟା । ଆଉ ନେଇଥିଲେ ବଡ ନିସ୍ପତି ଆଉ କହିଥିଲେ ମୁଁ ସେଭଳି ଘରକୁ ବୋହୂ ହୋଇ ଯିବି ନାହିଁ ଯେଉଁ ଥରେ ବାହାଘର ପୂର୍ବରୁ ମୋ ବାପା ବଡବାପାଙ୍କର ଅସମ୍ମାନ କରା ଯାଉଛି । ଏଭଳି ପୁରୁଷ ସହ ବାହା ହେବି ନାହିଁ ।

ଆଉ ତା ପରେ ବର ଘର ଲୋକଙ୍କ ହୋସ ଉଡି ଯାଇଥିଲା । ଯାହା ପରେ ବର ଘର ଲୋକେ କନ୍ୟା ଘର ଲୋକଙ୍କୁ ଗୋଡ ଧରିଥିଲେ । କିନ୍ତୁ ଲେଖା ପଢା ହୋଇଥିଲା ଆମ ଜିନିଷ ତମେ ଫେରାଇ ଦେବ ଆମେ ତୁମ ଜିନିଷ ଫେରାଇ ଦେବୁ । ତାପରେ ବର ଶିଶୁପାଳ ହୋଇ ଘରକୁ ଫେରିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।