ମାଡି ଚାଲିଛି ନୂଆ ଭୂତାଣୁ ! ଆଜିଠାରୁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଦେଖନ୍ତୁ କଣ କହିଲା ଶିକ୍ଷା ବିଭାଗ

ଏବେ ଦେଶରେରେ ମାଡି ଚାଲିଛି H3N2 ଭୂତାଣୁ । ଖାସ କରି ଛୋଟ ପିଲାଙ୍କୁ ଏହି ଭୂତାଣୁ ଅଧିକ ସଂଖ୍ଯାରେ ଆକ୍ରାନ୍ତ କରୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଛୋଟ ପିଲାଙ୍କୁ ସତର୍କତାର ସହ ରଖିବାକୁ ହେବ ଏବଂ ନିଜେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ହେବ । ତେଣୁ ଏହି H3N2 ଭୂତାଣୁ ସଂ-କ୍ର-ମ-ଣକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆଜି ଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଘରୋଇ ସ୍କୁଲ ଗୁଡିକୁ ସରକାର ମାର୍ଚ୍ଚ 16 ତାରିଖ ଠାରୁ ଛୁଟି ଘୋଷଣା କରିଛନ୍ତି । ତେବେ ଦେଶରେ ପ୍ରଥମ ଥର ପାଇଁ ଏହିପରି ଏକ ନୂଆ ଭୂତାଣୁ ପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁଡୁଚେରୀ ସରକାର । ଏନେଇ ଗୃହମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ନୂଆ ଭା-ଇ-ର-ସ 15 ବର୍ଷ ଠାରୁ କମ୍ ବୟସର ପିଲାଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରୁଛି ।

ଦେଶରେ କାୟା ବିସ୍ତାର କରିଚାଲିଛି ଏହି ନୂଆ H3N2 ଭୂତାଣୁ । ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ଲୋକଙ୍କୁ ନିଃଶ୍ଵାସ ନେବାରେ ଅସୁବିଧା ହେବା ସହ ଥଣ୍ଡା ଓ କାଶ ଲାଗି ରହୁଛି । ଦେଶରେ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥିବା ପ୍ରାୟ 451 ଟି କେସ୍ ଏବେ ଯାଏଁ ଚିହ୍ନଟ ହୋଇ ସାରିଛି । ଏହି ଭୂତାଣୁରେ ଆକ୍ରାନ୍ତ ଲୋକଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ସାତରେ ପହଞ୍ଚିଲାଣି ।

ସବୁଠୁ ବଡ କଥା ହେଲା ଏହି ଭିଆରସ ଆମ ଶରୀରରେ ବିଭିନ୍ନ ରୂପରେ ତା’ର ପ୍ରଭାବ ଦେଖାଉଛି । ଏହି ଭୂତାଣୁ ଆକ୍ରାନ୍ତ କଲେ ଦେହ ହାତ ଘୋଳାବିନ୍ଧା ସାଙ୍ଗକୁ ଜ୍ଵର, ଥଣ୍ଡା, ଝାଡା, ବାନ୍ତି, କଫ, ତଣ୍ଟି ଦରଜ ଓ ମୁଣ୍ଡବିନ୍ଧା ଲକ୍ଷଣ ମଧ୍ୟ ଦେଖା ଦେଉଛି । ସଂକ୍ରମିତ ଲୋକଙ୍କ ଠାରୁ ଏହି ଭୂତାଣୁ ପବନ ବେଗରେ ବ୍ୟାପିବାରେ ଲାଗୁଛି ।

ଗର୍ଭବତୀ ମହିଳା, ଛୋଟପିଲା, ବୟସ୍କ ବ୍ୟକ୍ତି, କିଡନୀ ଓ ହୃଦରୋଗୀଙ୍କ ପାଇଁ ବଡ ସମସ୍ଯା ଆଣୁଛି ଏହି ଭୂତାଣୁ । ତେବେ ଓଡିଶାରେ ଏହି ଭୂତାଣୁ ସଂ-କ୍ର-ମ-ଣର ସ୍ଥିତି କଣ ଯାଞ୍ଚ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ବିଭାଗ ସୂଚନା ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।