ଏମିତି କିଏ ଅଛି ? ଯିଏ ମା’ ଠାରୁ ଜନ୍ମ ହୁଏ, ତାହାକୁ ଛୁଇଁକି କିନ୍ତୁ ମରିଯାଏ, interesting dhaga dhamali

ବର୍ତ୍ତମାନର ସମୟରେ ଲୋକ ଏତେ ମାତ୍ରାରେ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କଣ ସେ ଭୁଲିଯାଇଛନ୍ତି । ତେଣୁ ଆମର କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳୀ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ତାହା ହେଉଛି ଅଣ୍ଡା ।

2- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀ ମାନେ ସବୁଦିନ କରନ୍ତି ?

ଉତ୍ତର;- ତାହା ହେଉଛି ମଥାରେ ସିନ୍ଦୁର ଦେବା ।

3- ଏପରି କେଉଁ ବହି ଅଛି, ଯାହାକୁ କେବେ ଛପା ଯାଇନହିଁ ?

ଉତ୍ତର;- ତାହା ହେଉଛି ଫେସ ବୁକ୍ ।

4- କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମରିପାରିବ ନାହିଁ ?

ଉତ୍ତର;- ତାହା ହେଉଛି ମହାକାଶରେ ।

5- ସେ କେଉଁ ଜିନିଷ ଯାହା ଆମେ ନଚାହିଁଲେ ବି ଆସିଥାଏ ?

ଉତ୍ତର;- ତାହା ହେଉଛି ମୃତ୍ୟୁ ।

6- ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ବେ ବଜାରରେ ବିକା ଯାଏନାହିଁ ?

ଉତ୍ତର;- ତାହା ହେଉଛି ଧର୍ଯ୍ୟର ଫଳ ।

7- ମା’ ଠାରୁ ଜନ୍ମ ହୁଏ, ମା’ କୁ ଛୁଇଁଲେ ମରିଯାଏ ?

ଉତ୍ତର;- ତାହା ହେଉଛି ଲୁଣ ।

8- ତିନି ଅକ୍ଷର ନାମ ତାର ଓଲଟା କିମ୍ବା ସିଧା ଲେଖ ହେବ ସମାନ ତାହା କଣ ?

ଉତ୍ତର;- ତାହା ହେଉଛି କଟକ ।

9- କାହାର ଜନ୍ମ ପ୍ରତିବର୍ଷ ଆସେ ନାହିଁ ?

ଉତ୍ତର;- ତାହା ହେଉଛି ଫେବୃଆରି 29 ତାରିଖ ଅଧିବର୍ଷ ।

10- ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ?

ଉତ୍ତର;- ତାହା ହେଉଛି ପିଜୁଳୀ ଗଛ ।

11- ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?

ଉତ୍ତର;- ତାହା ହେଉଛି ଟୋପି ।

12- କିଏ ମନା କଲେ ବି ପିଛା ଛାଡେନାହିଁ ?

ଉତ୍ତର;- ତାହା ହେଉଛି ଛାଇ ।

ବନ୍ଧୁଗଣ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ନିହାତି ଭାବେ ଶେୟାର କରି ଦିଅନ୍ତୁ । ଧନ୍ୟବାଦ