ମା ହେଇଗଲା ସୁପରଓମେନ, ବାଲକନୀରୁ ପଡି ଯାଉଥିବା ପିଲାକୁ ଏମିତି ବଞ୍ଚାଇଲା, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ

ଜଣେ ମା ପାଇଁ ତାହାର ପିଲା ସବୁଠୁ ଖାସ ହୋଇଥାଏ । ଏମିତିରେ ସେ ତାକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନର ବାଜି ପର୍ଯ୍ୟନ୍ତ ଲଗାଇ ଦିଏ । ଏମିତି ହିଁ ଏକ ମାମଲା କଲମ୍ବିୟାର ମେଡେଲିନରେ ଦେଖିବାକୁ ମିଳିଛି । ଏଠି ଏକ ମହିଳାର ପିଲାଟି ବାଲକୁନୀରୁ ତଳକୁ ଖସି ପଡୁଥିଲା କିନ୍ତୁ ମହିଳା ଜଣକ ନିଜର ପ୍ରେଜେଂସ ଅଫ ମାଇଂଡ ଓ ଫୁର୍ତ୍ତି ଦେଖାଇ ପିଲାଟିର ଜୀବନ ବଞ୍ଚାଇ ଦେଲା ।

ବାଲକୁନୀରୁ ପଡି ଯାଉଥିବା ପିଲାକୁ ବଞ୍ଚାଇବା ପାଇଁ ମହିଳା ଜଣକ ବହୁତ ଫୁର୍ତ୍ତି ଦେଖାଉଥିବାର ନଜର ଆସୁଛି । କହିବାକୁ ଗଲେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେତେବେଳେ ଆପଣ ଏହି ଭିଡିଓକୁ ଦେଖିବେ ତେବେ ଆପଣଙ୍କର ବି ନିଶ୍ଵାସ ବନ୍ଦ ହୋଇଯିବ ।

କହିବାକୁ ଗଲେ ମହିଳା ଜଣକ ଚତୁର୍ଥ ମହଲାର ଲିଫ୍ଟରୁ ବାହାରକୁ ବାହାରିଲା । ଏହା ପରେ ସେ କବାଟ ସାମ୍ନାରେ ଛିଡା ହୋଇଯାଏ । ଏହି ସମୟରେ ତାହାର ପିଲାଟି ନିଜ ମାର ହାତ ଛାଡି ବାଲକୁନୀ ପାଖରେ ବସି ବାହାରକୁ ଦେଖୁଥିଲା, କିନ୍ତୁ ଏହି ସମୟରେ ସେ ତଳକୁ ଝୁଲି ଗଲା ଓ ବାଲକୁନୀରୁ ତଳକୁ ଖସି ପଡିଥାନ୍ତା ।

କିନ୍ତୁ ଏହି ସମୟରେ ତାହାର ମା ଡେଇଁ ପଡି ତାହାର ହାତକୁ ଧରି ପକାଇଲା ଓ ତାକୁ ଉପରକୁ ଟାଣି ନେଇ ଆସିଲା । ଏହି ଘଟଣା ପରେ ସେଠି ବହୁତ ଲୋକମାନେ ଜମା ହୋଇ ଯାଆନ୍ତି ।

କହିବାକୁ ଗଲେ ଏହି ପୁରା ଘଟଣା ଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ଯାଇଛି । ଏହା ପରେ ଏହି ଭିଡିଓଟି ବର୍ତ୍ତମାନ ଇଣ୍ଟର୍ନେଟରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି ଲୋକମାନେ ମହିଳାର ପ୍ରଶଂସା କରୁଛନ୍ତି । ଭିଡିଓକୁ ଦେଖିବା ପରେ ଜଣା ପଡୁଛି କି ଯଦି ମହିଳା ଜଣକ କିଛି ସେକଣ୍ଡ ଯଦି ଡେରି କରି ଦେଇ ଥାନ୍ତେ ତେବେ ଶିଶୁଟିର ଜୀବନ ଚାଲି ଯାଇଥାନ୍ତା ।

ଲୋକମାନେ ଏହା ବି କହିଲେ କି ମା’ ସୁପରୱୂମେନ ହୋଇ ନିଜ ପିଲାର ଜୀବନ ବଞ୍ଚାଇଛି । ସମସ୍ତେ ଭଗବାନଙ୍କୁ ଧନ୍ଯବାଦ ଦେଉଛନ୍ତି କି ଏହି ଶିଶୁଟିର ଜୀବନ ବଞ୍ଚିଗଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।