ଯେଉଁ ଘରେ ଥାଏ ଏହି ୫ ଟି ଦୋଷ ସେହି ଘରର ସ୍ତ୍ରୀଲୋକମାନେ ପଡିଥାନ୍ତି ଅଧିକ ରୋଗରେ, ଜାଣନ୍ତୁ ତାହା କଣ !

ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ବହୁତ ସମସ୍ୟା ଆସିଥାଏ । ଏଥିରେ ଟଙ୍କାର ଅସୁବିଧା, ଖରାପ ଭାଗ୍ୟ, ଉନ୍ନତିରେ ବାଧା ଉତ୍ପନ୍ନ ଓ ସ୍ୱାସ୍ଥ୍ୟ ଖରାପ ଭଳି ସମସ୍ୟା ସାମିଲ ଅଛି । ଏମିତିରେ ଆଜି ଆମେ ବାସ୍ତୁ ଦୋଷ କାରଣରୁ ମହିଳାମାନଙ୍କର ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁ ପ୍ରଭାବ ବିଷୟରେ ଚର୍ଚା କରିବାକୁ ଯାଉଛୁ । କହିବାକୁ ଗଲେ ଯଦି ଘରେ ଏହିଭଳି କିଛି ବାସ୍ତୁ ଦୋଷ ଅଛି ତେବେ ମହିଳାମାନଙ୍କର ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଏତିକି ନୁହେଁ ଏହା ସୁଖୀ ବୈବାହିକ ଜୀବନକୁ ବି ଦୁଃଖୀ କରିଦିଏ । ଆଜି ଆମେ ଆପଣଙ୍କୁ ସେହି ବାସ୍ତୁ ଦୋଷ ବିଷୟରେ କହିବାକୁ ଯାଉଛୁ ।

ଏହି ଦିଗରେ କରନ୍ତୁ ବୋରିଙ୍ଗ

Image courtesy: Google

ଯଦି ଆପଣଙ୍କ ଘର ଦକ୍ଷିଣ ଦିଗରେ ବୋରିଙ୍ଗ ଅଛି ତେବେ ଏହା ଦ୍ଵାରା ବିଭିନ୍ନ ସମସ୍ୟା ଆସିଥାଏ ଓ ଏହା ଏକ ବଡ ବାସ୍ତୁ ଦୋଷ ଅଟେ । ଏହା ଦ୍ଵାରା ପରିବାରର ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ବି ପଡିଥାଏ । ସେଥିପାଇଁ ଏହି ଦିଗରେ ଭୁଲରେ ବି ବୋରିଙ୍ଗ କରନ୍ତୁ ନାହିଁ ।

ଏହି ଦିଗରେ ଛିଡା ହୋଇ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ

Image courtesy: Google

ଘରର ମହିଳାମାନଙ୍କୁ ଘରର ଦକ୍ଷିଣ ଦିଗରେ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଶରୀର ବିଭିନ୍ନ ଜାଗାରେ ବ୍ୟଥା ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ । ଏହା ସହିତ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଆପଣଙ୍କର ପିଠି ପଛ ପଟେ କବାଟ ନ ରହିବା ଉଚିତ ।

ଶୌଚାଳୟର ଭୁଲ ଦିଗ

Image courtesy: Google

ଘରର ଉତ୍ତର ପୂର୍ବ ଦିଗରେ ଶୌଚାଳୟ ହେବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । କାରଣ ଏହି ଉତ୍ତର ପୂର୍ବ ଦିଗଟି ଦେବସ୍ଥାନ ହୋଇଥାଏ । ଏହିଭଳି ବାସ୍ତୁ ଦୋଷ ଥିଲେ ଘରେ ଝଗଡା ଓ ଅଶାନ୍ତି ଲାଗି ରହିଥାଏ ।

ବେଡରୁମର ଦିଗ

Image courtesy: Google

ସ୍ଵାମୀ ଓ ପତ୍ନୀଙ୍କର ବେଡରୁମ ଉତ୍ତର ପୂର୍ବ ଦିଗରେ କରିବା ଉଚିତ ନୁହେଁ । ଏହା ଦ୍ଵାରା ସେମାନଙ୍କର ସନ୍ତାନ ହେବାରେ ବାଧା ଆସିଥାଏ । ସେଥିପାଇଁ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ।

ଏହି କଥାର ବି ରଖନ୍ତୁ ଧ୍ୟାନ

Image courtesy: Google

ବାସ୍ତୁ ଅନୁସାରେ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗର କବାଟ ଖୋଲା ରହିବା ଉଚିତ ନୁହେଁ । ଉତ୍ତର ପୂର୍ବ ଦିଗର କୋଣ ବନ୍ଦ ହେବା ଉଚିତ ନୁହେଁ । ଏହ କରିବା ଦ୍ଵାରା ରୋଗ ଓ ଖର୍ଚ୍ଚ ଦୁଇଟି ଯାକ ଅଧିକ ହୋଇଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।