ଲଜ୍ଜା, ଅମାନବୀୟ ଓ ହୀନ ମାନସିକତାର ଇଏ ହେଉଛି ଚରମ ପରିଚୟ । ମଣିଷ ପଶୁ ପାଲଟିଗଲେ ଏଭଳି ଅମାନୁଷିକ ଘଟଣା ଘଟାଇଦିଏ । ମା ଆଗରେ ଝିଅକୁ ଝୁଣି ପକାଇଲେ ୫ଜଣ ନରରାକ୍ଷସ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡ ଜିଲ୍ଲାର ଦେଓଘର ଅଞ୍ଚଳରେ । ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଓ ପ୍ରାଥମିକ ତଦନ୍ତରୁ ଏଭଳି ଅମାନବୀୟ କାଣ୍ଡରେ ୫ଜଣ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ।
ସେଥିମଧ୍ୟରୁ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗୁରଫ ମଧ୍ୟ କରିସାରିଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ଝିଅ ସହ ରାସ୍ତାରେ ଯାଉଥିବା ବେଳେ ଦୁଇଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ବଳପୂର୍ବକ ସେମାନଙ୍କୁ ନିକଟସ୍ଥ ଏକ ଜଙ୍ଗଲକୁ ଉଠାଇ ନେଇଥିଲେ । ଏହାପରେ ଉକ୍ତ ମହିଳାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ଆଖି ସାମ୍ନାରେ ହିଁ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତମାନେ ।
ପରେ କୌଣସି ପ୍ରକାରେ ଉକ୍ତ ମହିଳା ଓ ତାଙ୍କ ଝିଅକୁ ଉଦ୍ଧାର କରାଯାଇ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ବର୍ତ୍ତମାନ ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ପ୍ରଘଟ ହେବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ରାଜ୍ୟ ବାହାରେ ମଧ୍ୟ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଶୁଣିବା ଲୋକର ଛତି ଥରେଇ ଦେଉଛି ଏଭଳି ଏକ ଅମାନୁଷିକ ଘଟଣା । କେଇ ମୂହୁର୍ତ୍ତର ସୁଖ ପାଇଁ ସ୍ଵାର୍ଥପର ମଣିଷ କିଭଳି ଅନ୍ୟର ଜୀବନକୁ ମଧ୍ୟ ନଷ୍ଟ କରି ଦେଇପାରେ ତାହାର ଏକ ନିଚ୍ଛକ ଉଦାହରଣ ଏହି ଘଟଣା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଘଟଣାର ତ୍ଵରିତ ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ପ୍ରସ୍ତୁତ କରାଯାଇଛି । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଯିବ ।
ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ କରା ଯାଇଥିବା ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । ତେବେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।