ଭରା ସଭାରେ ସରକାରୀ ବାବୁଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ବୃଦ୍ଧା । ଆଉ ସରକାରୀ ବାବୁ ମୁଣ୍ଡ ନୁଆଁଇ ବସି ସବୁକିଛି ଚୁପଚାପ ଶୁଣିଲେ । ଏହି 70 ବର୍ଷୀୟ ବୃଦ୍ଧା ଜଣକ ବ୍ୟବସ୍ଥାର ପୋଷ୍ଟମର୍ଟମ କରିଦେଲେ । ବୁଢୀମା’ଙ୍କ ଶରୀର ସିନା ଦୁର୍ବଳ ହେଲେ ବାଳ ଖାଲି ଏମିତିରେ ପାଚିଲା ହୋଇନି । ତାଙ୍କ କଥାରୁ ଜଣାପଡୁଛି କି ତାଙ୍କର ଏସବୁରେ କେତେ ଅଭିଜ୍ଞତା । ସେଥିପାଇଁ ଭରା ସଭାରେ ସରକାରୀ ବାବୁଙ୍କୁ ଧୋଇ ପକାଇଲେ ବୁଢୀମା ।
ସରକାରୀ କାର୍ଯ୍ୟରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ସରକାରୀ ବାବୁଙ୍କୁ ବୁଝାଇବାରେ ଲାଗିଛନ୍ତି ବୁଢୀମା ଜଣକ । ବୟସ ପାଖାପାଖି 70 ବର୍ଷ ହେବ ସିନା ହେଲେ କଥା ଏକଦମ ସିଧା । କାରଣ 1975 ମସିହାରୁ ରାଜନୀତିରେ ସକ୍ରିୟ ଅଛନ୍ତି ଏହି 70 ବର୍ଷିୟା ବୃଦ୍ଧା କନକଲତା ପେନ୍ଥିଆ । କୋରାପୁଟ ଜିଲ୍ଲା କୁନ୍ଦରା ବ୍ଲକ କାର୍ଯ୍ୟଳୟରେ ଚାଲିଥିବା ଜିଲ୍ଲା ଅଭିଯୋଗ ଶୁଣାଣି ବେଳେ ଦେଖିବାକୁ ମିଳିଥିଲା ଏହି ବୃଦ୍ଧାଙ୍କ ପ୍ରଶ୍ନବାଣ ।
ସେଠାରେ ଅନେକ ପ୍ରକାର ଅଭିଯୋଗକୁ ନେଇ ଆଲୋଚନା ଚାଲିଥିବା ବେଳେ ସରକାରୀ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟା କନକଲତା ସରକାରୀ ବାବୁଙ୍କ ଉପରେ ବର୍ଷିଥିଲେ । ସେ କହିଛନ୍ତି, ଅନେକ ସମୟରେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ସରକାରୀ ବାବୁ ତଥା ପଞ୍ଚାୟତ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ କଥା ଶୁଣା ଯାଉ ନଥିବା ସେ ଅଭିଯୋଗ କରିଛନ୍ତି ।
କନକଲତାଙ୍କ ରାଜନୈତିକ ଅଭିଜ୍ଞତା ଓ ସ୍ପଷ୍ଟ କଥା ଆଗରେ ସେଠାରେ ଉପସ୍ଥିତ ପ୍ରଶାସକଙ୍କ ସମେତ ପଞ୍ଚାୟତର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ତୁନି ପଡି ଯାଇଥିଲେ । କନକଲତା ବିଭିନ୍ନ ପ୍ରସଙ୍ଗକୁ ନେଇ କହିବା ସହ ବିଜେଡି କର୍ମୀଙ୍କୁ ଠିକା କାମ ଦିଆ ନଗଲେ ଆଗକୁ ଆନ୍ଦୋଳନ କରିବା ପାଇଁ ମଧ୍ୟ ସେ ଚେତାବନୀ ଦେଇଛନ୍ତି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ବାଥି, ଉପଜିଲ୍ଲାପାଲ ବେଦବର ପ୍ରଧାନ ଓ ତିନି ସ୍ତରୀୟ ପଞ୍ଚାୟତର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ବୁଢୀମା’ଙ୍କ ଏସବୁ କଥାରୁ ପଞ୍ଚାୟତ ସ୍ତରରେ କିଭଳି ଅବ୍ୟବସ୍ଥା ଚାଲିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ତେବେ ବୁଢୀମା’ଙ୍କ ଉପଯୁକ୍ତ ପ୍ରତିନିଧିତ୍ଵ ପାଇଁ ଏବେ ସବୁ ମହଲରେ ତାଙ୍କର ପ୍ରଶଂସା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।