“ମାଆ ମତେ ଭାରି ଭୟ ଲାଗୁଛି, ବୋମାର ଟାର୍ଗେଟରେ…” – ଋଷ ସୈନିକଙ୍କ ତାଙ୍କ ମାଆଙ୍କ ପାଖକୁ ଏହି ଶେଷ ଚିଠି ଦେଖିଲେ ଆପଣ ବି କାନ୍ଦି ପକାଇବେ

“ମାଆ ମୁଁ ଏବେ ୟୁକ୍ରେନରେ । ଏଠାରେ ଘମାଘୋଟ ଯୁଦ୍ଧ ଚାଲିଛି, ମତେ ଭାରି ଭୟ ଲାଗୁଛି । ପ୍ରତି ଘଣ୍ଟାରେ ୟୁକ୍ରେନ ସୈନ୍ୟ ଓ ଲୋକଙ୍କ ଉପରେ ଆମେ ବୋମାମାଡ କରୁଛୁ । ବୋମାର ଟାର୍ଗେଟରେ ଅନେକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡୁଛି । ଆମକୁ ଭାରି କଷ୍ଟ ଲାଗୁଛି । କିନ୍ତୁ ଉପାୟଶୂନ୍ୟ । କଣ କରିବି କେମିତି କରିବି କିଛି ମୁଣ୍ଡରେ ପଶୁନି । ଯୁଆଡେ ଦେଖୁଛି ଆଖି ସାମ୍ନାରେ ଖାଲି ବୋମା ଫୁଟୁଛି ।” ମୃତ୍ୟୁ ପୂର୍ବରୁ ନିଜ ମାଆଙ୍କୁ ଏମିତି ଚିଠି ଲେଖି ପ୍ରାଣ ହରାଇଛନ୍ତି ଜଣେ ଋଷ ସୈନ୍ୟ ।

ଇଏ ହେଉଛି ଜଣେ ଋଷ ସୈନ୍ୟଙ୍କ ଚିଠି । କିଏ କି ୟୁକ୍ରେନରେ ଲଢେଇ କରୁଥିବା ବେଳେ ନିଜ ମାଆଙ୍କୁ ଚିଠି ଲେଖି ସେଠାକାର ପରିସ୍ଥିତି ଜଣାଇଛନ୍ତି । ଆଉ ସବୁଠୁ ଦୁଃଖର କଥା ହେଲା ଏହି ଚିଠି ଲେଖିବା ପରେ ତାଙ୍କର ପ୍ରାଣ ମଧ୍ୟ ଚାଲିଯାଇଛି । ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଏମିତି ଏକ ହୃଦୟଫଟା ଦୃଶ୍ୟ ୟୁକ୍ରେନରୁ ଆସିଛି । ଗୋଟିଏ ପଟେ ଯୁଦ୍ଧ ରୋକିବାକୁ ପୁରା ବିଶ୍ଵ ଅପିଲ କରୁଥିବା ବେଳେ କାହାର କଥାକୁ ଖାତିର କୃନାହାନ୍ତି ପୁଟିନ ।

ବାରମ୍ବାର ଆଲୋଚନା ପରେ ବି ନିଜ ଜିଦ୍ ରେ ଅଟଳ ପୁଟିନ ଆଉ ଝୁକୁ ନାହାନ୍ତି ଜେଲେନସ୍କି । ତେବେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ କେତେ କଠୋର ତାହା ଏହି ଚିଠିରୁ ସ୍ପଷ୍ଟ ବାରି ହୋଇ ପଡୁଛି । ୟୁକ୍ରେନ ଆକାଶରେ ଘୁରି ବୁଲୁଛି ଋଷିଆର ଯମଦୂତ । ଆଉ କେତେବେଳେ କାହାର ପ୍ରାଣ ଚାଲିଯିବ ତାହା କେହି ବି କହିପାରିବେ ନାହିଁ ।

ୟୁକ୍ରେନ-ଋଷିଆ ଯୁଦ୍ଧ ଉପରେ ମିଳିତ ଜାତିସଂଘ ସାଧାରଣ ସଭାର ଏକ ଜରୁରୀକାଳୀନ ଅଧିବେଶନରେ ୟୁକ୍ରେନର ରାଷ୍ଟ୍ରଦୂତ ଋଷର ସୈନିକ ତାଙ୍କ ମାଆଙ୍କ ନିକଟକୁ ପଠାଇଥିବା ଶେଷ ମେସେଜ ପଢିଥିଲେ । ମେସେଜର ଉତ୍ତର କାହିଁକି ଦେଉ ନାହଁ ବୋଲି ଯବାନଙ୍କ ମାଆ ପଚାରିଥିବା ବେଳେ ମୁଁ ନିଜକୁ ଫାଶୀ ଦେବାକୁ ଚାହେଁ ବୋଲି ଉତ୍ତର ଦେଇଥିଲେ ଯବାନ । ଏହାପରେ ସେ ଯୁଦ୍ଧର ପରିସ୍ଥିତି ବିଷୟରେ ବଖାଣିଥିଲେ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ସୁଦ୍ଧା ଋଷର ସୈନିକ ମାନେ ୟୁକ୍ରେନର ଶହ ଶହ ସୈନିକଙ୍କୁ ମାରିବା ସହ ଅନେକ ସାମରିକ ଘାଟି ମଧ୍ୟ ଉଡାଇ ଦେଇଛନ୍ତି । ୟୁକ୍ରେନକୁ ଜବାବ ଦେବା ଆଳରେ କାହାର କଥା ଶୁଣୁ ନାହାନ୍ତି ପୁଟିନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।