ମା’ ଲକ୍ଷ୍ମୀ ନିଜେ କହିଛନ୍ତି ଗୁରୁବାର ଦିନ ହଳଦୀର ଏହି ଉପାୟ ଆପଣଙ୍କୁ କରିବ ମାଲାମାଲ୍ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ବାର ମଧ୍ୟରେ ଗୁରୁବାର ହେଉଛି ଅନ୍ୟତମ ବାର । ଏହି ପବିତ୍ର ଗୁରୁବାରଟି ହେଉଛି ମା ଲକ୍ଷ୍ମୀ ଓ ଦେବଗୁରୁ ବୃହସ୍ପତିଙ୍କ ବାର । ତେବେ ଏହି ଗୁରୁବାର ଦିନ ଯଦି ମାତା ଲକ୍ଷ୍ମୀ ଓ ଦେବଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥାନ୍ତି । ତେବେ ଗୁରୁବାର ଦିନ ହଳଦୀରେ ନିଶ୍ଚୟ ଏପରି କିଛି ଉପଚାର କରି ଦେଖନ୍ତୁ । ଆଗାମୀ ଦିନରେ ନିହାତି ଭାବେ ଏହାର ଚମତ୍କାରୀତା ସମ୍ପର୍କରେ ଜାଣିବାକୁ ପାଇବେ ।

ପ୍ରତ୍ଯେକ ଗୁରୁବାର ଦିନ ହଳଦୀରେ ନିଜ ଘରର ମୁଖ୍ୟ କବାଟରେ ଏକ ସ୍ଵସ୍ତିକ ଚିତ୍ର ଅଙ୍କନ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରକୁ ଆସୁଥିବା ପ୍ରତ୍ଯେକଟି ନକରାତ୍ମକ ଶକ୍ତି ସକାରାତ୍ମକ ଶକ୍ତିରେ ପରିଣତ ହୋଇଯିବ । ଆପଣଙ୍କ ଘରର ମଙ୍ଗଳ ହେବ । ଯେଉଁ ଅବିବାହିତ ନାରୀ ମାନଙ୍କର ବାହାଘର ପାଇଁ ଖୋଜା ଚାଲିଛି । ସେମାନେ ଯଦି ଗୁରୁବାର ଦିନ ନିଜ ସ୍ନାନ କରୁଥିବା ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତି ।

ତେବେ ସେମାନଙ୍କର ବହୁ ଶୀଘ୍ର ବାହାଘର ପାଇଁ ଭଲ ପ୍ରସ୍ତାବ ଆସିବ । ଆପଣ ଚାହିଁଲେ ସବୁ ଦିନ ମଧ୍ୟ ପଣିରେ ହଳଦୀ ପକାଇ ସ୍ନାନ କରିପାରିବେ । ଏହା ଅତ୍ୟନ୍ତ ଶୁଭ ଅଟେ । ଠାକୁର ଘରେ ଏକ ଡବାରେ ହଳଦୀ ଭାରି କରି ରଖନ୍ତୁ । ସେହି ହଳଦୀକୁ ଆପଣ ପ୍ରଭୁ ଶ୍ରୀନାରାୟଣଙ୍କୁ ଲଗାନ୍ତୁ । ଏହା ସହିତ ସେହି ହଳଦୀ ଭଗବାନଙ୍କୁ ଲଗାଇ ସାରିବା ପରେ ନିଜ ମଥାରେ ଆଣି ମଧ୍ୟ ଲଗାନ୍ତୁ ।

ଏହା ଆପଣଙ୍କ ଉପରକୁ ଆସୁଥିବା ସମସ୍ତ ବିପଦକୁ ଟାଳି ଦେଇଥାଏ । ଗୁରୁବାର ଦିନ କାହା ଠାରୁ ଧାର ଆଣନ୍ତୁ ନାହିଁ କିମ୍ବା କାହାକୁ ଧାର ଦିଅନ୍ତୁ ମଧ୍ୟ ନାହିଁ । ଗୁରୁବାର ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଆପଣ ଗୁରୁବାର ଦିନ ଧଳା, ନାଲି ଓ ହଳଦିଆ ଆଦି ରଙ୍ଗର ବସ୍ତ୍ର ପିନ୍ଧି ପାରିବେ । ଗୁରୁବାର ଦିନ ଭୁଲରେ ମଧ୍ୟ ଆମିଷ ସେବନ କରନ୍ତୁ ନାହିଁ ।

ଗୁରୁବାର ଦିନ କେବଳ ଶୁଦ୍ଧ ଏବଂ ସ୍ଵାତ୍ଵିକ ନିରାମିଷ ଭୋଜନ କରନ୍ତୁ । ବହୁତ ଲୋକ ରୋଜଗାର ତ କରିଥାନ୍ତି । ହେଲେ ସେହି ଅର୍ଜିତ ଟଙ୍କା ବହୁ ବାଟ ଦେଇ ଖର୍ଚ ହୋଇଯାଇଥାଏ । ତେବେ ଗୁରୁବାର ଦିନ ଏକ ନାଲି କପଡାରେ କିଛି ହଳଦୀ ଆଣି ବାନ୍ଧି ଦିଅନ୍ତୁ ।

ତାପରେ ଏହାକୁ ମା’ ଲକ୍ଷ୍ମୀଙ୍କ ନାମରେ ପୂଜା କରି ଠାକୁର ଘରେ ରଖିଦିଅନ୍ତୁ । ଏପରି କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖିକି ଜଣାଇ ଦିଅନ୍ତୁ ।