ଶେଷରେ ମା ଲକ୍ଷ୍ମୀ ବି ବନିଥିଲେ ଚାକରାଣୀ, ଜାଣନ୍ତୁ କେଉଁ କାରଣରୁ ଏମିତି ଭୋଗିବାକୁ ପଡିଥିଲା ଧନର ଦେବୀଙ୍କୁ

ଆଜି ଆମେ ଆପଣମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବୁ ଯେଉଁଥିରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀ ଙ୍କୁ ଗୋଟେ ଫୁଲ ଛିଣ୍ଡେଇବା କାରଣରୁ ଚାକରାଣୀ ବନିବାର ଅଭିଶାପ ଦେଇଥିଲେ । ଘଟଣା ଅନୁସାରେ ଏଠାରେ ଭଗବାନ ବିଷ୍ଣୁ ସେଶନାଗ ଙ୍କ ଉପରେ ବସିଥିଲେ ଓ ନିଜ ମନରେ ପୃଥିବୀ ଲୋକ ଭ୍ରମଣ କରିବାକୁ ଚିନ୍ତା କରୁଥିଲେ । ଓ ଏହାପରେ ସେ ଭ୍ରମଣ ପାଇଁ ବାହାରିଲେ । ଏହା ଦେଖି ମାଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁ ଙ୍କ ସହ ଭ୍ରମଣ ପାଇଁ ଯିବାକୁ ଇଚ୍ଛା କଲେ ।

କିନ୍ତୁ ବିଷ୍ଣୁ ଲକ୍ଷ୍ମୀ ଙ୍କୁ କହିଲେ ଯିବା ପୂର୍ବରୁ ଏକ ସର୍ତ ମାନିବାକୁ ପଡିବ । ଓ ମାତା ଲକ୍ଷ୍ମୀ ମଧ୍ୟ ସେଥିରେ ରାଜି ହୋଇଗଲେ । ଏହା ପରେ ବିଷ୍ଣୁ କହିଲେ ପୃଥିବୀଲୋକ ଭ୍ରମଣ କଲାବେଳେ ସିଏ ଉତ୍ତର ଦିଗ ଆଡକୁ ଦେଖିବେନି । ଓ ଏହି କଥାରେ ମାତା ଲକ୍ଷ୍ମୀ ରାଜି ହୋଇଗଲେ ।

ସେମାନେ ପୃଥିବୀଲୋକରେ ପହଞ୍ଚି ସକାଳୁ ସୂର୍ଯ୍ୟ ଉଦୟ ହେବା ଦେଖିଲେ । ପୃଥିବୀଲୋକ ରେ ବର୍ଷା ହେବା କାରଣରୁ ଚାରିପାଖରେ ସବୁଜ ରଙ୍ଗର ଚିତ୍ର ଖେଳୁଥିଲା ଓ ଏହି ପରିବେଶ ଦେଖି ମାଲକ୍ଷ୍ମୀ ମନ୍ତ୍ରମୁଗ୍ଧ ହୋଇଗଲେ । ସେ ଏଥିରେ ଏତେ ମୋହିଗଲେ ଯେ ଭଗବାନ ବିଷ୍ଣୁ ଙ୍କୁ ଦେଇଥିବା ପ୍ରତିଶୃତି କଥା ଭୁଲିଯାଇଥିଲେ ।

ଉତ୍ତର ଦିଗରେ ଏକ ବଗିଚା ଥିଲା ଓ ସେଠାରୁ ବହୁତ ସୁଗନ୍ଧ ମଧ୍ୟ ଆସୁଥିଲା । ସେହି ବଗିଚାରୁ ଏକ ସୁନ୍ଦର ଫୁଲ ତୋଳି ଆଣି ଭଗବାନ ବିଷ୍ଣୁଙ୍କୁ ଦେଲେ । ବିଷ୍ଣୁ ଫୁଲକୁ ଦେଖି କାନ୍ଦି ପକାଇଲେ ଓ କହିଲେ କାହାଠାରୁ ଅନୁମତି ନ ନେଇ କାହାର କେଉଁ ଜିନିଷ ନେବା ଉଚିତ କଥା ନୁହେଁ । ଏହା ପରେ ଭଗବାନ ବିଷ୍ଣୁ ମାଲକ୍ଷ୍ମୀ ଙ୍କୁ ତାଙ୍କ ସର୍ତ କଥା ମନେ ପକାଇଥିଲେ ।

ମାଲକ୍ଷ୍ମୀ ଏହା ଜାଣି ଭଗବାନ ବିଷ୍ଣୁଙ୍କୁ କ୍ଷମା ପ୍ରାର୍ଥନା କଲେ । କିନ୍ତୁ ଭଗବାନ ବିଷ୍ଣୁ ତାଙ୍କୁ ତାଙ୍କୁ ତାଙ୍କର କରିଥିବା ଭୁଲ ର ଅର୍ଥ ବୁଝାଇ କହିଲେ ତମେ ଯେଉଁ ମାଳୀର ବଗିଚାରୁ ନ ଅନୁମତି ନେଇ ଫୁଲ ତୋଳିବା ଏକ ଚୋର କର୍ମ ବୋଲି ମାନାଯାଇଥାଏ । ତେଣୁ ଭଗବାନ ବିଷ୍ଣୁ ତାଙ୍କୁ ଦଣ୍ଡ ସ୍ୱରୂପ ସେ ମାଳୀର ୩ବର୍ଷ ପର୍ଯ୍ୟନ୍ତ ଚାକରାଣୀ ହୋଇରହିବାକୁ ପଡିବ ବୋଲି କହିଥିଲେ ।

ଏହା ପରେ ମାଲକ୍ଷ୍ମୀ ଏକ ଗରିବ କନ୍ୟାର ରୂପ ଧାରଣ କରି ସେହି ମାଳିର ଘରେ ପହଞ୍ଚିଲେ । ସେଠାରେ ଯାଇ ଦେଖିଲେ ସେହି ମାଳୀର ଏକ ଭଙ୍ଗା ଘରେ ସେ ତା ପତ୍ନୀ, ୩ଝିଅ ଓ ୨ପୁଅ ଙ୍କ ସହ ରହୁଥିଲେ । ସେ ମାଳିଟିର ନାମ ମାଧବ ଥିଲା । ସିଏ ସେହି ବଗିଚାରେ କାମ କରି ନିଜ ପରିବାର ଚଳଉଥିଲା । ମାଧବ ଗରିବ କନ୍ୟାକୁ ଦେଖି ତା ପରିଚୟ ପଚାରିବାରୁ ଗରିବ କନ୍ୟାଟି ବହୁତ ଦିନରୁ କିଛି ଖାଇ ନଥିଲା ବୋଲି ମାଧବ କୁ କହିଲା ।

ଓ ତାଙ୍କ ଘରେ କିଛି କାମ ରେ ରହିବା ପାଇଁ ଅନୁରୋଧ କଲା । ମାଧବ ସେହି ଗରିବ ଝିଅଟିକୁ ନିଜ ଘରେ ରଖିନେଲା । ଏହାପରେ ମାଧବ ଝିଅଟିକୁ ଘର ଭିତରକୁ ନେଇ ନିଜ ପରିବାର ସହ ପରିଚୟ କରାଇଲା । ମାଲକ୍ଷ୍ମୀ ତା ଘରକୁ ଆସିବା ପରେ ତା ଘରେ ଧନ ବଢିବାକୁ ଲାଗିଲା । ମାଧବ ଦିନେ ଭାବିଲା ସେହି ଗରିବ କନ୍ୟାଟି ତା ଘରକୁ ଆସିଲା ପରଠାରୁ ତାର ଉନ୍ନତି ହୋଇଛି ବୋଲି । ଏହିପରି ଭାବେ ୩ବର୍ଷ ବିତିଗଲା ।

ମାଧବ ଦିନେ କ୍ଷେତରୁ କାମ ସାରି ଆସିବାବେଳେ ଏକ ଦେବୀ ସ୍ୱରୂପ ମହିଳାଙ୍କୁ ଦେଖିଲା ଜାଣିଲା ଯେ ସେହି ଗରିବ ଝିଅଟି ମାଲକ୍ଷ୍ମୀ ବୋଲି । ଏହା ପରେ ସେ ତା ପୁରା ପରିବାରକୁ ବାହାରକୁ ଡାକିଲା । ଏହାପରେ ମାଧବ ସେହି ଝିଅ ସ୍ୱରୂପ ମାଲକ୍ଷ୍ମୀଙ୍କୁ ନିଜ ଘରର କାମ କରାଇଥିବାରୁ କ୍ଷମା ମାଗିଲା । ମାଧବ ମାଲକ୍ଷ୍ମୀ ଙ୍କୁ ନିଜ ଝିଅ ପରି ରଖିଥିବା କାରଣରୁ ତାକୁ ପ୍ରଶଂସା କଲେ ଓ ଏକ ବରଦାନ ଦେଲେ । ତାଙ୍କ ପରିବାର ପାଖରେ କେବେ ବି ଧନର ଅଭାବ ରହିବ ନାହିଁ । ଏହାପରେ ମାଲକ୍ଷ୍ମୀ ବୈକୁଣ୍ଠ ଧାମ ଫେରିଆସିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।