ସାକ୍ଷାତ ମା’ ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି ଏହି ମାସରେ ଜନ୍ମିତ ଝିଅମାନେ, ଜାଣନ୍ତୁ ସେହି ଶୁଭମାସ ସବୁ କଣ କଣ ଅଟେ?

ଭାରତରେ ହିନ୍ଦୁ ଧର୍ମର ଲୋକ ଝିଅମାନଙ୍କୁ ଦେବୀଙ୍କର ସ୍ୱରୂପ ବୋଲି ମାନିଥାନ୍ତି । ନବରାତ୍ରିରେ ଲୋକ କନ୍ୟାପୂଜନ ଓ 9ଟି କନ୍ୟାଙ୍କୁ ଭୋଗ ମଧ୍ୟ ଲଗାଇଥାନ୍ତି । ଧାର୍ମିକ କଥା ଅନୁସାରେ ଏମିତି କରିବା ଦ୍ଵାରା ଦେବୀ ମା’ ବହୁତ ପ୍ରସନ୍ନ ହୋଇଥାନ୍ତି । ଶାସ୍ତ୍ରମାନଙ୍କରେ ମଧ୍ୟ କନ୍ୟାମାନଙ୍କୁ ପୂଜନୀୟ ବୋଲି କୁହାଯାଇଛି ଓ ଏହା ସହିତ ନାରୀ ମଧ୍ୟରେ ସ୍ଵୟଂ ଲକ୍ଷ୍ମୀଙ୍କର ବାସ ହୋଇଥାଏ ବୋଲି ଲେଖାଅଛି । ଏଥିପାଇଁ ଯେତେବେଳେ ଘରେ କନ୍ୟାର ଜନ୍ମ ହୋଇଥାଏ ଲୋକ କହିଥାନ୍ତି କି ଘରକୁ ଲକ୍ଷ୍ମୀ ଆସିଛନ୍ତି ।

ବହୁତ ଲୋକଙ୍କ ଅନୁସାରେ ଝିଅମାନେ ଘର ପରିବାରରେ ସୁଖ ସହିତ ସମୃଦ୍ଧି ବି ଆଣି ଆସିଥାନ୍ତି । ଜ୍ୟୋତିଷଙ୍କ ଅନୁସାରେ ଝିଅମାନଙ୍କର ଜନ୍ମ ସହିତ ତାଙ୍କର ଜନ୍ମମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ । ଏହି ମାସରେ ଜନ୍ମ ହୋଇଥିବା ଝିଅ କେବଳ ଭାଗ୍ୟଶାଳି ହୋଇନଥାନ୍ତି ବରଂ ତାଙ୍କୁ ଭଲ ଶାଶୁଘର ମଧ୍ୟ ମିଳିଥାଏ । ସାକ୍ଷାତ ମା’ ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ, ନିଜ ଶାଶୁଘର ପାଇଁ ମଧ୍ୟ ସମୃଦ୍ଧିର କାରଣ ହୋଇଥାନ୍ତି ।

ସାକ୍ଷାତ ମା’ ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ

୧. ଫେବୃୟାରୀ

ଫେବୃୟାରୀ ମାସରେ ଜନ୍ମ ଝିଅମାନଙ୍କର ସ୍ଵଭାବ ବହୁତ ବିନମ୍ର ହୋଇଥାଏ ଓ ସେମାନେ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ବିବାହ ପରେ ଭଲ ଘର ତ ମିଳିଥାଏ ତା ସହିତ ଏମାନେ ନିଜ ଘରକୁ ସୁଖ ସମୃଦ୍ଧି ବି ଆଣିଥାନ୍ତି । ଏମାନଙ୍କ ଗ୍ରହର ଚଳନ ଏମାନଙ୍କ ପରିବାରକୁ ଲାଭ ପହଞ୍ଚାଇଥାନ୍ତି ।

୨. ଏପ୍ରିଲ

ଏହି ମାସରେ ଜନ୍ମିତ ଝିଅମାନଙ୍କୁ ବି ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନନ୍ତି । ଶାସ୍ତ୍ର ଅନୁସାରେ ଏହି ମାସ ବହୁତ ଶୁଭ ହୋଇଥାଏ। ଏହି ମାସରେ ଜନ୍ମିତ ଝିଅମାନଙ୍କର ଗ୍ରହ ଚଳଣି ବହୁତ ପ୍ରଖର ହୋଇଥାଏ ଯାହା ପାଇଁ ଏମାନଙ୍କୁ ସଫଳତା ମିଳିଥାଏ ।

୩. ଜୁନ

ଜୁନ ମାସରେ ଜନ୍ମ ହୋଇଥିବା ଝିଅମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି, କିନ୍ତୁ ଅଙ୍କ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ପିଲା ଶୁଭ ହୋଇ ନଥାନ୍ତି କିନ୍ତୁ ଯଦି କୌଣସି ଝିଅର ଜନ୍ମ ହୋଇଥାଏ ତେବେ ସେ ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ । ସେହି ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜର ଲକ୍ଷ ପ୍ରାପ୍ତ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ।

୪. ସେପ୍ଟେମ୍ବର

ଏହି ମାସରେ ଜନ୍ମିତ ଝିଅମାନଙ୍କର ଜାତକରେ ଚନ୍ଦ୍ର, ବୁଧ ଓ ଶୁକ୍ର ତିନି ଗ୍ରହ ମିଶିକରି ଥାଆନ୍ତି । ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅମାନେ ବହୁତ ଧନବାନ ହୋଇଥାନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଏମାନେ ନିଜ ଭାଗ୍ୟ ଠାରୁ ସବୁ କିଛି ହାସଲ କରିଥାନ୍ତି । ଏମାନଙ୍କୁ କେବେ ବି କୌଣସି ଜିନିଷର ଅଭାବ ହୋଇ ନଥାଏ ଓ ଏହା ସତ ଅଟେ କି ଏମିତି ଝିଅମାନଙ୍କର ବିବାହ ଧନୀ ପୁଅମାନଙ୍କ ସହିତ ହୋଇଥାଏ । ଲେଖାଟି ଭଲ ଲାଗିଲେ ସେଆର କରନ୍ତୁ । ନୂଆ ନୂଆ ପୋସ୍ତ ପାଇଁ ପେଜକୁ ଏବେହିଁ ଲାଇକ କରନ୍ତୁ ।