ଯଦି ଆପଣଙ୍କୁ ମିଳିବାକୁ ଲାଗେ ଏହି ସଙ୍କେତ, ତେବେ ବୁଝିଯାଆନ୍ତୁ ମା ଲକ୍ଷ୍ମୀ ହୋଇଛନ୍ତି ପ୍ରସନ୍ନ, ଆପଣ ଜଲଦି ହୋଇ ପାରନ୍ତି ଧନବାନ

ଯେବେ ମନିଷର ଜନ୍ମ ଏହି ପୃଥିବୀରେ ହୋଇଥାଏ ତେବେ ତା ଜନ୍ମ ସହିତ ତାର ଭାଗ୍ୟ ବି ଲେଖି ଦିଆଯାଏ । ଆପଣ ସମସ୍ତେ ଲୋକଙ୍କ ଠାରୁ ଏହି କଥା ଶୁଣିଥିବେ କି ଯାହାର ଭାଗ୍ୟ ଭଲ ହୋଇଥାଏ ମା’ ଲକ୍ଷ୍ମୀ ତାକୁ ହିଁ ମିଳିଥାନ୍ତି । କିନ୍ତୁ ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମ ବଳରେ ଲକ୍ଷ୍ମୀଙ୍କୁ ନିଜ ପାଖକୁ ଆଣିବାରେ ସଫଳ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଏମିତି ବହୁତ ଘଟଣା ହୋଇଥାଏ ଯିଏ ଶୁଭ ଓ ଅଶୁଭର ସଙ୍କେତ ଦେଇଥାଏ ।

ମଣିଷ ନିଜେ ସ୍ଵପ୍ନରେ ଏମିତି ବହୁତ ଜିନିଷ ଦେଖିଥାଏ ଯାହା ତାର ଆସୁଥିବା ସମୟ ଆଡକୁ ସଙ୍କେତ ଦେଇଥାଏ । ଯଦି ଆପଣଙ୍କୁ ନିଜ ଜୀବନରେ ବା ସ୍ଵପ୍ନରେ ଏମିତି କିଛି ସଙ୍କେତ ମିଳିଥାଏ ତେବେ ଆପଣଙ୍କୁ ଏହି ସଙ୍କେତ କୁ ବୁଝିବାର ଆବଶ୍ୟକତା ଅଛି । ଏମିତି ବହୁତ ସଙ୍କେତ ଥାଏ ଯିଏ ଆପଣଙ୍କୁ ଧନୀ କରାଇ ପାରନ୍ତି ।

ଆସନ୍ତୁ ଜାଣିବା ମା’ ଲକ୍ଷ୍ମୀ ଆସିବା ପୂର୍ବରୁ କଣ ସଙ୍କେତ ଦେଇଥାନ୍ତି ।

ସ୍ଵପ୍ନରେ ମକୁଟ ଦେଖାଦେବା

ଯଦି କୌଣସି ବ୍ୟକ୍ତିଙ୍କ ସ୍ଵପ୍ନରେ ମକୁଟ ଦେଖାଯାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଏଥିରୁ ଆପଣଙ୍କ ଘରେ ମା’ ଲକ୍ଷ୍ମୀ ସର୍ବଦା ରହିଥାନ୍ତି । ଯଦି ଆପଣଙ୍କୁ ବି ଏମିତି ସଙ୍କେତ ସ୍ଵପ୍ନରେ ଦେଖାଯାଏ ତେବେ ଆପଣଙ୍କ ଘରେ କେବେ ବି ପଇସାର ଅଭାବ ରହିବ ନାହିଁ ।

ପେଚା

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଧନର ଦେବୀ ମା’ ଲକ୍ଷ୍ମୀଙ୍କ ବାହନ ପେଚା ହୋଇଥାଏ । ଏମିତିରେ ଯଦି ଆପଣଙ୍କୁ ଆଖ ପାଖରେ ପେଚା ଦେଖାଦିଏ ତେବେ ଆପଣଙ୍କୁ ବୁଝିବା ଦରକାର କି ଧନର ଦେବୀ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଓ ବହୁତ ଜଲଦି ଆପଣଙ୍କୁ ତାଙ୍କର କୃପାପ୍ରାପ୍ତି ହେବାର ଅଛି । ଏମିତି ମାନ୍ୟତା ଅଛି  କି ଦୀପାବଳିରେ ଯଦି ଆପଣଙ୍କୁ ପେଚା ଦେଖାଦିଏ ତେବେ ଆପଣ ବୁଝିବେ ଜଲଦି ଆପଣ ଧନୀ ହୋଇପାରନ୍ତି ।

ଶଙ୍ଖ

ସେମିତି ଦେଖିବାକୁ ଗଲେ ସମସ୍ତଙ୍କ ଘର ମନ୍ଦିରରେ ଶଙ୍ଖ ଅବଶ୍ୟ ଥାଏ । ଶଙ୍ଖକୁ ବହୁତ ଶୁଭ ବୋଲି ମାନନ୍ତି । ହିନ୍ଦୁ ଧର୍ମରେ ଏମିତି ମାନ୍ୟତା ଅଛି କି ଶଙ୍ଖର ଧ୍ୱନି ମା’ ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ । ଏମିତିରେ ଯଦି ଆପଣଙ୍କୁ ସକାଳୁ ସକାଳୁ କେଉଁଠୁ ଶଙ୍ଖର ଧ୍ୱନି ଶୁଣିବାକୁ ମିଳେ ତେବେ ଏଥିରୁ ଆପଣଙ୍କୁ ଧନ ଲାଭ ହୋଇଥାଏ ।

କୁକୁର

ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ଓ ରାସ୍ତାରେ କୌଣସି କୁକୁର ମୁହଁରେ କୌଣସି ଖାଇବା ଜିନିଷ ବା ରୁଟି ଆଣୁଥିବା ଦେଖାଯାଏ ତେବେ ଏହା ସଙ୍କେତ ଦେଇଥାଏ କି ଆପଣଙ୍କୁ କେଉଁଠାରୁ ଧନପ୍ରାପ୍ତି ହେବାର ସମ୍ଭାବନା ଅଛି ।

ଝାଡୁ

ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ଓ ସକାଳୁ ସକାଳୁ କୌଣସି ବ୍ୟକ୍ତି ଆପଣଙ୍କୁ ଝାଡୁ ଲଗାଉଥିବାର ଦେଖାଯାଏ ତେବେ ଏହା ସଙ୍କେତ ଦେଇଥାଏ କି ଧନର ଦେବୀ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ ।  ଆହୁରି ଏହିଭଳି ଆଧ୍ୟାତ୍ମିକ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ ଓ ସେୟାର କରନ୍ତୁ ।