ସେପ୍ଟେମ୍ବର 26 ତାରିଖରୁ ଆସୁଛି ବଡ ବର୍ଷା । ୨୮ ତାରିଖରୁ ରୁ ୩୦ ତାରିଖ ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ, ଓଡିଶାର ଉପକୂଳରୁ ଆଭ୍ଯନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବର ପହିଲାରୁ ରାଜ୍ୟରେ ବନ୍ୟା ଆଶଙ୍କା କରାଯାଉଛି । ବର୍ତ୍ତମାନ ପ୍ରାୟ ସବୁ ନଦୀରେ ଜଳପତନ ବୃଦ୍ଧି ପାଇଛି । ବର୍ତ୍ତମାନ ବନ୍ୟା ଆଶଙ୍କା ଟଳି ଯାଇଥିବା ବେଳେ ଆଗକୁ ଲଗାଣ ବର୍ଷା ସମ୍ଭାବନା ଥିବାରୁ ପୁଣି ନଦୀଗୁଡିକ ଫୁଲିପାରେ ।
ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ ଘୂର୍ଣ୍ଣୀବଳୟ ପ୍ରଭାବରେ ଆଜି ଆଭ୍ଯନ୍ତରୀଣ ଓଡିଶାର କେତେକ ଜାଗାରେ ବର୍ଷା ହେବ । କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ତାରିଖ ବେଳକୁ ମିଆଁମାର ଉପକୂଳରେ ଆଉ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇପାରେ । ଏହା ୨୫ ତାରିଖରେ ଲଘୁଚାପରେ ପରିଣତ ହେବ ଓ ୨୬ ତାରିଖ ବେଳକୁ ଓଡିଶାର ଭଦ୍ରକ ଉପକୂଳରେ ଏହା ସ୍ଥଳଭାଗ ଛୁଇଁପାରେ ।
ଏହାର ପ୍ରଭାବରେ ୨୫ ରେ ଅଳ୍ପ ବର୍ଷା ହେବା ସହ ୨୬ରେ ଉପକୂଳ ଅଞ୍ଚଳରେ ଖୁବ ବର୍ଷିବ । ତେବେ ଉତ୍ତର-ଉପକୂଳ ଓଡିଶାରେ ଅଧିକ ବର୍ଷା ହେବ । ପାର୍ଶ୍ଵବର୍ତ୍ତୀ ଆଭ୍ଯନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ ୨୭ ତାରିଖରେ ବର୍ଷା ଲାଗି ରହିବ । ସେହିପରି ୨୬ ତାରିଖ ବେଳକୁ ମିଆଁମାର ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୭ ତାରିଖରେ ଲଘୁଚାପର ରୂପ ନେଇପାରେ । ଆଉ ୨୮ରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ତେବେ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି ।
ଆଉ ଯଦି ଅଧିକ ଘନୀଭୂତ ହେବ ଏହା ଭୀଷଣ ଅବପାତ ପର୍ଯ୍ୟନ୍ତ ଯାଇପାରେ । ଏହାର ପ୍ରଭାବରେ ରାଜ୍ୟରେ ୨୮ ତାରିଖରୁ ୩୦ ଯାଏଁ ପ୍ରବଳ ବର୍ଷା ହେବ । ସେହିପରି ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ । ଏହିପରି ଲାଗି ରହିଲେ ମହାନଦୀ ଏବଂ ଏହାର ଶାଖାନଦୀ ସମୂହ ଉଛୁଳିବ । ଏଥିସହିତ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ଏବଂ ଜଳକାରେ ବନ୍ୟା ଆସିପାରେ ।
ପୂର୍ବରୁ ଚାଷୀଙ୍କୁ ମରୁଡି ଚିନ୍ତା ଥିବା ବେଳେ ଏବେ ଘରୁଚି ବନ୍ୟା ଚିନ୍ତା । ଲଗାଣ ବର୍ଷା ଏବଂ ବଢି ଯୋଗୁଁ ଅନେକାଂଶ ସ୍ଥାନରେ ଚାଷ ପ୍ରଭାବିତ ହେଉଛି । ତେବେ ଆଗକୁ ଲଗାଣ ବର୍ଷା ଏବଂ ବନ୍ୟା ଉପରେ ନଜର ରଖି ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।