ପୁଣି ଥରେ ଲୋକମାନଙ୍କର ପ୍ରଥମ ପସନ୍ଦ ହେଲେ ମୋଦୀ, ଏତେ ପ୍ରତିଶତ ଲୋକମାନେ ମୋଦୀଙ୍କୁ ପୁଣି ଥରେ ଦେଶର ପିଏମ ଦେଖିବା ପାଇଁ ଚାହୁଁଛନ୍ତି, ଦେଖନ୍ତୁ କଣ କହିଲେ ଲୋକମାନେ…

କିଛି ମାସରେ ଲୋକସଭାର ଇଲେକ୍ସନ ହେବାକୁ ଯାଉଛି । ଏମିତିରେ ଏହି ଇଲେକ୍ସନକୁ କେତେକ ମିଡିୟା ବିଭିନ୍ନ ପ୍ରକାରର ସର୍ବେ କରୁଛନ୍ତି । ଏହା ଦ୍ଵାରା ଜାଣି ହେବେ କି ସାଧାରଣ ଲୋକମାନଙ୍କ ମନରେ କେଉଁ ପାର୍ଟିର ଛବି ଅଛି । ବର୍ତ୍ତମାନ ହିଁ ଏକ ସମାଚାର ସମୂହ ଦ୍ଵାରା ଲୋକସଭାର ଇଲେକ୍ସନର ସହ ଜଡିତ ଏକ ସର୍ବେ କରା ଯାଇଥିଲା ।

ଏହି ସର୍ବେରେ ଭାଗ ନେଇଥିବା ତିନି ଚଥୁର୍ଥାଂଶ ଲୋକମାନେ ପିଏମ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ରୂପରେ ଦେଖିବାର ପାଇଁ ଇଛା କରୁଛନ୍ତି ।

କେମିତି ରହିଲା ମୋଦୀଙ୍କର କାର୍ଯ୍ୟକାଳ

ମୋଦୀ ସରକାରଙ୍କର ପାଞ୍ଚ ବର୍ଷ କେମିତି ରହିଛି ଏବଂ ସେ ଏହି ପାଞ୍ଚ ବର୍ଷରେ ଯେଉଁ କାର୍ଯ୍ୟ କରିଛନ୍ତି ତାହା କେତେ ଭଲ ଥିଲା ଏହାକୁ ନେଇ ବି ଲୋକମାନଙ୍କର ରାୟ ନିଆଯାଇଛି । ଏହି ସର୍ବେରେ ଭାଗ ନେଇଥିବା ୫୯.୫୧ ପ୍ରତିଶତ ଲୋକମାନେ ମୋଦୀଙ୍କର କାର୍ଯ୍ୟକାଳରେ ବହୁତ ଭଲ କହିଛନ୍ତି । ଲୋକମାନଙ୍କୁ ଯେତେବେଳେ ପଚରାଗଲା କି ରାଫେଲକୁ ଇଲେକ୍ସନ ମୁଦା ମାନୁଛନ୍ତି ତ ପ୍ରାୟତଃ ଲୋକମାନଙ୍କର ରାୟରେ ରାଫେଲ ଇଲେକ୍ସନର ମୁଦା ନୁହେଁ ।

ନୋଟବନ୍ଦି ଉପରେ କଣ ରାୟ ଅଛି

ନୋଟବନ୍ଦି ସରକାରଙ୍କର ସବୁଠୁ ବଡ ନିଷ୍ପତି ଥିଲା । ଏହା ବିଷୟରେ ବି ଲୋକମାନଙ୍କୁ ପଚରା ଯାଇଛି । ମୋଦୀଙ୍କର ଏହି ନିଷ୍ପତିକୁ ବି ଅଧିକ ଲୋକମାନେ ସଠିକ ବୋଲି କହି ନାହାନ୍ତି । ୨୯.୦୯ ପ୍ରତିଶତ ଲୋକମାନେ ଜୀଏସଟୀର ନିଷ୍ପତିକୁ ବି ମୋଦୀଙ୍କର ସବୁଠୁ ବଡ ଉପଲବ୍ଧି ବୋଲି ମାନିଛନ୍ତି । ଏହି ସର୍ବେରେ ଭାଗ ନେଇଥିବା ୩୪.୩୯ % ଲୋକମାନେ ମାନିଛନ୍ତି କି ମୋଦୀ ସରକାର ଗରିବ ମାନଙ୍କ ପାଇଁ ଭଲ ସରକାରୀ ଯୋଜନା ଚଳାଇଛନ୍ତି ।

ଅଳ୍ପସଂଖ୍ୟକ ମୁଦା ଉପରେ ବି ପଚାରିଲେ ପ୍ରଶ୍ନ

ମୋଦୀ ସରକାର ସମୟରେ ଅଳ୍ପସଂଖ୍ୟକ ଲୋକମାନେ ନିଜକୁ କେତେ ସୁରକ୍ଷିତ ମନେ କରିଛନ୍ତି ଏହା ଉପରେ ବି ପ୍ରଶ୍ନ ପଚରାଗଲା ।  ଏହି ଉତ୍ତରରେ ୬୫.୫୧ ଲୋକମାନେ କହିଛନ୍ତି କି ମୋଦୀ ସରକାର ସମୟରେ ଅଳ୍ପସଂଖ୍ୟକ ଲୋକ ସୁରକ୍ଷିତ ରହିଛନ୍ତି । ଏବଂ ତାଙ୍କ ପାଇଁ ଅନେକ କାର୍ଯ୍ୟ ମଧ୍ୟ କରିଛନ୍ତି । ମୋଦୀ ସରକାର ତିନ ତଲାକ ଏବଂ ହଜରେ ଅଧିକ ସୁବିଧା ଦେଇ ଅଳ୍ପସଂଖ୍ୟକଙ୍କର ହୃଦୟ ଜିତି ନେଇଛନ୍ତି ।

ରାହୁଲ ଗାନ୍ଧୀଙ୍କର ଲୋପ୍ରିୟତା ବଢି

ଏହି ସର୍ବେରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀକୁ ନେଇ ବି ଲୋକମାନଙ୍କୁ କେତେକ ପ୍ରଶ୍ନ କରା ଯାଉଛି ଏବଂ ଲୋକମାନଙ୍କୁ ପଚରା ଯାଉଛି କି ସେ ରାହୁଲଙ୍କୁ ପିଏମ ବୋଲି ଭାବୁଛନ୍ତି । ଏହି ପ୍ରଶ୍ନରେ ୮.୩୩ ପ୍ରତିଶତ ଲୋକମାନେ ସହମତ ହୋଇଛନ୍ତି । କିଛି ଲୋକମାନଙ୍କର କହିବା ଅଟେ କି ରାହୁଲ ଗାନ୍ଧୀଙ୍କର ବର୍ଷ ୨୦୧୪ ଅପେକ୍ଷା ଅଧିକ ଲୋକପ୍ରିୟତା ବଢିଛି ।

ପୋଷ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।