ପାକିସ୍ତାନୀ ସଂସଦରେ ଲାଗିଲା ଇମରାନ ଖାନ ମୁର୍ଦାବାଦର ନାରା… ସାଂସଦମାନେ କହିଲେ – ଭାରତ ଆମ ଉପରେ ଆକ୍ରମଣ କରି ଚାଲିଗଲା, ଆଉ ତୁମେ..

ଗତ ୧୪ ଫେବ୍ରୁୟାରୀରେ ପୁଲୱାମା ଆକ୍ରମଣର ୧୨ ଦିନ ଭିତରେ ଭାରତୀୟ ବାୟୁସେନା ପାକିସ୍ତାନକୁ ସବକ ଶିଖାଇ ଦେଇଛି । ବାୟୁସେନା ମଙ୍ଗଳବାର ଦିନ ତଡକେ ପାକିସ୍ତାନ ଭିତରେ ପଶି ଜୈଶ-ଏ-ମୋହମ୍ମଦର ଆତଙ୍କି ସଂଗଠନ କ୍ୟାମ୍ପ ଗୁଡିକୁ ନଷ୍ଟ କରି ଦେଇଛନ୍ତି । ଏହି ଆକ୍ରମଣ ପରେ ପାକିସ୍ତାନ LOC ଉପରେ ଫାଇରିଙ୍ଗ ଆରମ୍ଭ କରି ଦେଇଛି ।

ଅନ୍ୟ ପଟେ ପାକିସ୍ତାନୀ ସଂସଦରେ ଇମରାନ ଖାନ ମୁର୍ଦାବାଦର ନାରା ଲଗାଇଛନ୍ତି । ସାଂସଦମାନେ କହିଛନ୍ତି କି ଭାରତ ଆମ ଉପରେ ଆକ୍ରମଣ କରି ଚାଲିଗଲା ଏବଂ ଆମେ କିଛି ବି କରି ପାରିଲୁ ନାହିଁ । ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ସଲାହକାର ଅଜିତ ଡୋଭାଲ ଏହି ସମୟରେ ସେନା ପ୍ରମୁଖ ବିପିନ ରାବତ ଏବଂ ବାୟୁସେନା ପ୍ରମୁଖ ବିଏସ ଧନୋଆ ସହିତ ବୈଠକ କରୁଛନ୍ତି ।

ଏହି ସମୟରେ ବର୍ଡର ଉପରେ ନଜର ରଖା ଯାଉଛି । ଏୟାର ଷ୍ଟ୍ରାଇକ ପରେ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବଢାଇ ଦିଆ ଯାଇଛି । ଲୁଟିଯଂସ ଏବଂ ଏୟାପୋର୍ଟରେ ହାଇ ଆଲର୍ଟ ଜାରି କରିଦିଆ ଯାଇଛି । ଭାରତୀୟ ବାୟୁସେନାର ୧୨ଟି ମିରାଜ ୨୦୦୦ ବିମାନ ଏହି ଅପରେସନକୁ ଅଞ୍ଜାମ ଦେଇଥିଲେ । ଚାଲନ୍ତୁ ଜାଣିବା ଭାରତ କେଉଁଭଳି ଭାବରେ ଏହି ପରାକ୍ରମକୁ ଅଞ୍ଜାମ ଦେଇଛି ।

୧୫ ଫେବ୍ରୁୟାରୀ :

ପୁଲୱାମା ଆତଙ୍କି ଆକ୍ରମଣ ପରେ ଭାରତୀୟ ବାୟୁସେନାର ଏୟର ଚିଫ ମାର୍ଶଲ ବିରେନ୍ଦ୍ର ସିଂହ ଧନୋଆ ପାକିସ୍ତାନକୁ ଜବାବ ଦେବା ପାଇଁ ଏହି ଏୟାର ଷ୍ଟ୍ରାଇକର ପ୍ରପୋଜଳ ରଖିଲେ । ଏହି ପ୍ରପୋଜଳକୁ ସରକାର ତୁରନ୍ତ ମଞ୍ଜୁରୀ ଦେଇଦେଲେ ।

୧୬ – ୨୦ ଫେବ୍ରୁୟାରୀ :

ଏହା ପରେ ଭାରତୀୟ ଏୟାରଫୋର୍ସ ଏବଂ ଆରମି ହେରନ ଡ୍ରୋନ ସହିତ ନିୟନ୍ତ୍ରଣ ରେଖା (LOC) ଉପରେ ଆକାଶ ମାର୍ଗରୁ ନିରୀକ୍ଷଣ କରିବାକୁ ଲାଗିଲା । ୨୦ – ୨୨ ଫେବ୍ରୁୟାରୀ : ଏହି ସମୟରେ ଭାରତୀୟ ବାୟୁସେନା ଏବଂ ଇଂଟେଲିଜେଂସ ଏଜେଂସିମାନେ ଷ୍ଟ୍ରାଇକ କରିବା ପାଇଁ ସମ୍ଭାବିତ ଜାଗାର ନିର୍ଧାରିତ କରିଥିଲେ । ୨୧ ଫେବ୍ରୁୟାରୀ : ରାଷ୍ଟ୍ରୀୟ ସୁରକ୍ଷା ସଲାହାକାର ଅଜୀତ ଡୋଭାଲଙ୍କ ତରଫରୁ ଏୟାର ଷ୍ଟ୍ରାଇକ କରିବା ପାଇଁ ଲକ୍ଷ୍ୟ ନିର୍ଧାରିତ କରାଗଲା ।

୨୨ ଫେବ୍ରୁୟାରୀ :

ଭାରତୀୟ ବାୟୁସେନାର ୧ ସ୍କ୍ୱାଡ୍ରନ ‘ଟାଇଗର’ ଏବଂ ୭ ସ୍କ୍ୱାଡ୍ରନ ‘ବୈଟଲ ଏକ୍ସିସ’କୁ ଷ୍ଟ୍ରାଇକ ମିଶନ ପାଇଁ ଏକ୍ଟିବ କରାଗଲା । ଏହା ଛଡା ୨ ୨ଟି ମିରାଜ ସ୍କ୍ୱାଡ୍ରନ ମିଶନ ପାଇଁ ୧୨ଟି ଜେଟ ବଛାଗଲା । ୨୪ ଫେବ୍ରୁୟାରୀ ; ପଞ୍ଜାବର ଭଟିଣ୍ଡାରୁ ୱାର୍ନିଂଗ ଜେଟ ଏବଂ ୟୁପିର ଆଗରାରୁ ମିଡ ଏୟର ରିଫ୍ଯୂଲିଂଗକୁ ଦେଶ ଭିତରେ ହିଁ ଅଭ୍ଯାସ କରା ଯାଇଥିଲା ।

୨୫ ଫେବ୍ରୁୟାରୀ :

ଏହି ଦିନରେ ଅପରେସନର ଆରମ୍ଭ କରି ୧୨ଟି ମିରାଜ ବିମାନକୁ ପ୍ରସ୍ତୁତ କରାଗଲା । ଷ୍ଟ୍ରାଇକ ପୂର୍ବରୁ ମିରାଜର ପାଇଲଟମାନେ ଲକ୍ଷ୍ୟକୁ ପୃଷ୍ଟି କରିଲେ । ପାକିସ୍ତାନ ଭିତରେ ପଶି ମୁଜଫ୍ଫରାବାଦରେ ଲେସର ଗାଇଡେଡ ବମ ପକାଇବା ଆରମ୍ଭ କରିଦେଲେ । ରାତି ୩.୨୦ ରୁ ୪ ତା ସମୟ ଭିତରେ ଏହି ପରାକ୍ରମକୁ ଅଞ୍ଜାମ ଦିଆଗଲା ।

୨୬ ଫେବ୍ରୁୟାରୀ :

ରାଷ୍ଟ୍ରୀୟ ସୁରକ୍ଷା ସଲାହକାର ଅଜୀତ ଡୋଭାଲ ପିଏମ ନରେନ୍ଦ୍ର ମୋଦୀଙ୍କୁ ଏହି ଅପରେସନ ବିଷୟରେ ସୂଚନା ଦେଲେ ।

ଶେୟାର କରନ୍ତୁ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।