ବଡ ଖବର : ଭାରତୀୟ ବାୟୁସେନା ବାଲାକୋଟରେ ହିଁ କାହିଁକି ବରସାଇଲେ ବମ ? ଏମିତି ଥିଲା ପୁରା ରଣନୀତି…

ଭାରତୀୟ ବାୟୁସେନା ପାକିସ୍ତାନର ସୀମା ଭିତରେ ସ୍ଥିତ ଆତଙ୍କି ଶିବିର ଉପରେ ମଙ୍ଗଳବାର ଦିନ ଏୟାର ଷ୍ଟ୍ରାଇକ କରିଛନ୍ତି । ଭାରତୀୟ ବିଦେଶ ସଚିବ ବିଜୟ ଗୋଖଲେ ପ୍ରେସ କନ୍ଫ୍ରେଂସ କରି କହିଲେ କି POKର ଜୈଶର ପ୍ରମୁଖ ଠିକଣା ଉପରେ କାର୍ଯ୍ୟକାରୀ କରାଯାଇଛି । ଭାରତୀୟ ବାୟୁସେନା ତରଫରୁ ହୋଇଥିବା “ସର୍ଜିକଲ ଷ୍ଟ୍ରାଇକ’ ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଚାଲୁଥିବା ଜୈଶର ଆତଙ୍କି କ୍ୟାମ୍ପକୁ ନିସାନ କରି ବମବାରି କରିଛନ୍ତି ।

ଭାରତୀୟ ବାୟୁସେନାର ଏହି କାର୍ଯ୍ୟକାରୀ ପରେ ସାଧାରଣ ଜନତାଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଏହି ଅପରେସନକୁ ଅଞ୍ଜାମ ଦେବା ପାଇଁ ବାଲାକୋଟକୁ ହିଁ କାହିଁକି ବଛା ଯାଇଥିଲା ? ଆସନ୍ତୁ ଜାଣିବା ବାଲାକୋଟା ଉପରେ ବମ ବର୍ଷା କରିବା ପଛରେ ଅସଲ କାରଣ କଣ ଅଟେ ।

ଏହି କାରଣ ଯୋଗୁ ବାୟୁସେନା ବାଲାକୋଟାରେ କରିଲେ କାର୍ଯ୍ୟକାରୀ

ତାଲିବାନକୁ ନଷ୍ଟ କରିବା ପରେ ଜୈଶ-ଏ-ମୋହମ୍ମଦ ନିଜର କ୍ୟାମ୍ପ ବାଲାକୋଟରେ ସିଫ୍ଟ କରି ନେଇଥିଲା । ବର୍ଷ ୨୦୦୦ ରୁ ୨୦୦୧ ମଧ୍ୟରେ ଜୈଶ ବାଲାକୋଟାରେ ଟ୍ରେନିଂଗ କ୍ୟାମ୍ପ କରିଥିଲା । ଅଲ ରହମାନ ଟ୍ରସ୍ଟ ନାମକ ଜୈଶର ଆହୁରି ଏକ ସଂଗଠନ ଏହି ଅଞ୍ଚଳରେ ଥିଲା ।

ଭାରତୀୟ ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି କି ଆତଙ୍କି ଅଜହର ମସୂଦଙ୍କର ସମ୍ପର୍କୀୟ ମୌଲାନା ଯୂସୁଫ ଅଜହରର ସମ୍ପର୍କୀୟମାନେ ବାଲାକୋଟାରେ ଚାଲୁଥିବା ସବୁ ଆତଙ୍କି କ୍ୟାମ୍ପକୁ ସଂଚାଳନ କରୁଥିଲେ । ବାୟୁସେନାଙ୍କର ଏହି ଆକ୍ରମଣରେ ମୌଲାନା ଯୁସୂଫ ଅଜହରର ମୁର୍ତ୍ୟୁ ହୋଇଛି ।

ଏହା ଛଡା ବାଲାକୋଟାର ୨୫୦ କିଲୋମିଟର ଦୂରରେ ପେଶାବରରେ ବି ଜୈଶର ଠିକଣା ଅଛି । ବାଲାକୋଟାର ୪୦ କିଲୋମିଟର ଦୂରରେ POK ମୁଜଫ୍ଫରାବାଦରେ ବି ଜୈଶର କ୍ୟାମ୍ପ ଅଛି । ବାଲାକୋଟାକୁ ଆତଙ୍କିମାନଙ୍କର ଗଡ ବୋଲି କୁହାଯାଏ । ଆତଙ୍କବାଦୀ ଗତିବିଧି କାରଣରୁ ବାଲାକୋଟା ଆମେରିକାର ବି ରେଡାରରେ ରହିଥିଲା । ଏହି ସବୁ କାରଣରୁ ଭାରତୀୟ ବାୟୁସେନା ବାଲାକୋଟାକୁ ନିଶାନା ବନେଇଥିଲା ।

ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଟିକନିକ ଅପଡେଟ ପାଇବା ପାଇଁ ଓଡିଆ ଫାଷ୍ଟ କୁ ଲାଇକ କରନ୍ତୁ ।