ଲକ୍ଷ୍ମୀଛଡା ଦୋଷ କଣ ? ଏହି ଦୋଷ କଣ ପାଇଁ ଲାଗିଥାଏ ଓ ଏହି ଦୋଷ ଲାଗିଲେ କଣ ସବୁ ଅସୁବିଧା ହୁଏ ?

ଧନଧାନ୍ୟ, ଐଶ୍ଵର୍ଯ୍ୟ ଓ ସୌଭାଗ୍ୟର ଦାତ୍ରୀ ହେଉଛନ୍ତି ମାତା ଲକ୍ଷ୍ମୀ । ସେଥିପାଇଁ ଆମେ ମାତା ଲକ୍ଷ୍ମୀଙ୍କ ପୂଜା, ଆରାଧନା ଓ ବ୍ରତ ଉପାସନା ଆଦି ରଖିଥାଉ । କିନ୍ତୁ ଅନେକ ସମୟରେ ଆମ ଦ୍ଵାରା କିଛି ଛୋଟ, ବଡ ଭୁଲ୍ ହୋଇଯାଏ ଯାହାଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି ଓ ଆମ ଉପରେ ଲକ୍ଷ୍ମୀଛଡା ଦୋଷ ଲାଗିଯାଏ । ଯେଉଁ ଦୋଷରୁ ସ୍ଵୟଂ ପ୍ରଭୁ ଜଗନ୍ନାଥ ବର୍ତ୍ତୀ ପାରି ନଥିଲେ । ତେବେ ପ୍ରକୃତରେ ଏଭଳି କିଛି ଦୋଷ ରହିଛି କି ? ଏ ଦୋଷ ଲାଗିଲେ କଣ ସବୁ ଅସୁବିଧା ହୁଏ ?

ବିଶ୍ଵାସ ରହିଛି କି ମାତା ଲକ୍ଷ୍ମୀଙ୍କ ପୂଜାପାଠ କରିବା ସମୟରେ କିଛି ଛୋଟ ବଡ ଭୁଲ ଜାଣତରେ ବା ଅଜାଣତରେ ହୋଇଯାଏ ଯାହାଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି । ଆଉ ମା ଲକ୍ଷ୍ମୀ କ୍ରୋଧିତ ହୋଇଗଲେ ସେହି ସ୍ଥାନ ବା ଘର ଛାଡି ଚାଲିଯାନ୍ତି । ଫଳରେ ସେହି ଘରକୁ ଅନେକ ସମସ୍ଯା ଓ ଅସୁବିଧାର ସମୁଖୀନ ହେବାକୁ ପଡେ । ତେବେ ଗୁରୁଜୀ ଗଗନ ମହୋଦୟଙ୍କ ମତ ଅନୁସାରେ ଲକ୍ଷ୍ମୀଛଡା ଦୋଷ କେବଳ ଅର୍ଥ ସମ୍ପତ୍ତି ହାନି ହେବାକାଉ ବୁଝାଏ ନାହିଁ ।

କାରଣ ଲକ୍ଷ୍ମୀ ଶବ୍ଦ ବିଶ୍ଵ ଶବ୍ଦକୋଷରେ ନାହିଁ । ଭାରତର ହିନ୍ଦୁ ଧର୍ମର ଲୋକେ ମା;’ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ଏହାଛଡା ଭାରତରେ ଅନ୍ୟ ସଂପ୍ରଦାୟର ଲୋକେ ମଧ୍ୟ ଅଛନ୍ତି । ଏହାର ଅର୍ଥ ନୁହେଁ ଯେ, ସେମାନେ ସମସ୍ତେ ଲକ୍ଷ୍ମୀ ଛଡା ଲୋକ । ଲକ୍ଷ୍ମୀ କହିଲେ କେବଳ ଟଙ୍କାପଇସା ଓ ଧନ ସମ୍ପତ୍ତିକୁ ବୁଝାଏ ନାହିଁ ।

ଯଦି ଜଣେ ବ୍ୟକ୍ତିଙ୍କୁ ପଚାରିବେ କି ତାଙ୍କ ଘରବାଡି ଓ ଟଙ୍କା ପଇସା ତାଙ୍କ ପାଇଁ ସବୁଠୁ ବଡ ସମ୍ପତ୍ତି ନା ତାଙ୍କ ସନ୍ତାନ ତାଙ୍କ ପାଇଁ ସବୁଠୁ ବଡ ସମ୍ପତ୍ତି । ବ୍ୟକ୍ତି ଅବଶ୍ୟ କହିବେ କି ତାଙ୍କ ସନ୍ତାନ ତାଙ୍କ ପାଇଁ ସବୁଠୁ ବଡ ସମ୍ପତ୍ତି । ତେଣୁ ବ୍ୟକ୍ତିଙ୍କ ପାଖରେ ଯାହା ବି ସମ୍ପତ୍ତି ଥାଉ ନା କାହିଁକି ସେ ତା’ର ପ୍ରକୃତ ଯତ୍ନ ନେବା ଉଚିତ ।

ନଚେତ ସମ୍ପତ୍ତି ନଷ୍ଟ ହେବା ପରେ ଆଉ ତାହା ଫେରି ଆସିବ ନାହିଁ କି ପୂର୍ବ ଭଳି ରହିବ ନାହିଁ । ଏହାକୁ ହିଁ ସେତେବେଳେ ଲକ୍ଷ୍ମୀଛଡା ଦୋଷ ବୋଲି କୁହାଯିବ । ଲକ୍ଷ୍ମୀ ମାତାଙ୍କୁ ଧନ ସମ୍ପତ୍ତି ଓ ବୈଭବ ର ଅଧିକାରିଣୀ ତଥା ଦାତ୍ରୀ ବୋଲି କୁହାଯାଏ ।

ବ୍ୟକ୍ତି ଯେଉଁ ପ୍ରକାରର ଧନ ସମ୍ପତ୍ତିର ଅଧିକାରୀ ହୁଅନ୍ତୁ ନା କାହିଁକି ତା’ର ଯତ୍ନ ନେବା ଓ ସମ୍ମାନ କରିବା ଉଚିତ । ନଚେତ ପରେ ପଶ୍ଚାତାପ କରିବାକୁ ପଡିବ । ତେବେ ଲକ୍ଷ୍ମୀଛଡା ଶବ୍ଦର ପ୍ରକୃତ ଅର୍ଥ ନ ଜାଣି ଲୋକେ କେବଳ ବାହ୍ୟ ବିଷୟ ଦେଖି ବାହ୍ୟ ରୀତିନୀତି ଅନୁସାରେ କହିଥାନ୍ତି ।

କିନ୍ତୁ ଏହାର ଆଧ୍ୟାତ୍ମିକ ଅର୍ଥ ମଧ୍ୟ ରହିଛି, ଯାହା ପ୍ରତ୍ଯେକ ବ୍ୟକ୍ତି ଜାଣି ରଖିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।