କଟକରେ ଜଣେ ସ୍ଵିଗୀ ଡେଲିଭେରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସ୍ଵିଗୀ ବୟଙ୍କୁ ମାରିଲା କିଏ ? ତେବେ ଉଦ୍ଧାର ହୋଇଥିବା ସ୍ଵିଗୀ ବୟଙ୍କ ମୃତଦେହଟି କଟକ ସିଡିଏ ଅଞ୍ଚଳର ବୋଲି ପୋଲିସ ସୂଚନା ମଧ୍ୟ ପାଇସାରିଛି । କଟକ ଲ ୟୁନିଭର୍ସିଟି କଲେଜ ସମୁଖରେ ଏହି ସ୍ଵିଗୀ ବୟଙ୍କ କ୍ଷତାକ୍ତ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସ୍ଵିଗୀ ବୟ ଜଣକ କାଲି ରାତିରେ ମା’ଙ୍କୁ ନେଇ ମନ୍ଦିରକୁ ଯାଇଥିଲେ ଏବଂ ମନ୍ଦିରରୁ ଫେରି ମା’ଙ୍କୁ ଘରେ ଛାଡି ଡେଲିଭେରି ଦେବାକୁ ଯାଇଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଏହାପରେ ଆଉ ଘରକୁ ଫେରି ପାରି ନଥିଲେ ବରଂ ଆରପାରିକୁ ଚାଲି ଯାଇଛନ୍ତି ଏହି ସ୍ଵିଗୀ ବୟ । ସ୍ଵିଗୀ ବୟଙ୍କ ମୃତ୍ୟୁ କେମିତି ହେଲା ? ତାଙ୍କୁ କିଏ ମାରି ଦେଇଛି ନା ଅଜଣା ଗାଡି ଧକ୍କାରେ ତାଙ୍କ ଜୀବନ ଚାଲିଯାଇଛି ? ଏବେ ଏସବୁ ପ୍ରଶ୍ନର ଖୋଲତାଡ କରୁଛି ପୋଲିସ ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଅଧିକ ତଦନ୍ତ କରିବା ପରେ ହିଁ ଏହି ସ୍ଵିଗୀ ବୟଙ୍କ ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।ପୁଅ ଜନ୍ମ ହୋଇ ଏକୋଇଶିଆ ବି ଯାଇନି ଆଉ ୧୯ ଦିନ ବେଳକୁ ବାପା ସହ ଏଭଳି ଘଟଣା ଘଟିଯାଇଛି । ପୁଅ ଏକୋଇଶିଆ ଦିନ ଭୋଜିଭାତ ହୋଇଥାନ୍ତା ଓ ପୁଅର ନାମକରଣ ହୋଇଥାନ୍ତା ।

ସମସ୍ତେ ଭୋଜି ଖାଇ ପୁଅକୁ ଆଶୀର୍ବାଦ କରି ଘରକୁ ଫେରିଥାନ୍ତେ । ପୁଅର ଏକୋଇଶିଆ ଆଉ ପରିବାର ଚଳାଇବା ଖର୍ଚ୍ଚ ବହନ କରିବା ପାଇଁ ବାପା ଖାଦ୍ଯ ଡେଲିଭେରି ଦେବାକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିପାରିଲେ ନାହିଁ କି ପୁଅ ଏକୋଇଶିଆ କରିପାରିଲେ ନାହିଁ । ଏହି ସ୍ଵିଗୀ ବୟ ଜଣକ ହେଉଛନ୍ତି ସିଡିଏ ସେକ୍ଟର-୭ ର ନିରାକର । ଗତ ଶନିବାର ରାତିରେ ନିରାକାର ଡେଲିଭେରି ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।
ତାଙ୍କ ମୃତଦେହ ଉଦ୍ଧାର ହୋଇ ପୋଷ୍ଟମର୍ଟମ ମଧ୍ୟ ସରିଛି । ରାସ୍ତାରେ ପଡିଥିବା ଖଣ୍ଡ ବିଖଣ୍ଡିତ ବାଇକ ଦେଖି ଏହା ଦୁର୍ଘଟଣା ବୋଲି ଅନୁମାନ କରୁଛି ପୋଲିସ । ତେବେ କେଉଁ ଅଜଣା ଗାଡି ତାଙ୍କୁ ଧକ୍କା ଦେଲା ନା ଆଉ କିଛି ରହସ୍ୟ ରହିଛି ତାହା ସାମ୍ନାକୁ ଆସିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।