ଗୋଟେ ତାନ୍ତ୍ରିକ ପାଇଁ ହେଉଛି ଲାଲୁଙ୍କ ପୁଅ ତେଜପ୍ରତାପ – ଐଶ୍ୱର୍ୟା ଙ୍କ ଛାଡପତ୍ର.. ସାମନାକୁ ଆସିଲା ସବୁଠୁ ବଡ ସତ

ଲାଲୁଙ୍କ ଘରେ ଏବେ ସମୟ କିଛି ଠିକ୍ ଚାଲୁ ନାହିଁ । 12 ମଇ ରେ ଐଶ୍ୱର୍ୟା ରାୟ ଙ୍କର ବାହାଘର ଲାଲୁ ପ୍ରସାଦ ୟାଦବ ଙ୍କର ପୁଅ ତେଜ ପ୍ରତାପଙ୍କ ସହ ହୋଇ ଥିଲା । କିନ୍ତୁ ୬ ମାସ ପରେ ତେଜ ପ୍ରତାପ ଛାଡପତ୍ର ପାଇଁ ଆବେଦନ କରିଥିଲେ । କୁହାଯାଉଛି କି ଲାଲୁଙ୍କର ପୁଅ ତେଜ ପ୍ରତାପ ଏହି ବାହାଘରକୁ ଭାଙ୍ଗିବାକୁ ଚାହୁଞ୍ଚନ୍ତି । ତେଜପ୍ରତାପ ଛାଡପତ୍ର ର ଅର୍ଜି ପଟନାର ଫ୍ଯାମିଲି କୋଟ ରେ ପକାଇଛନ୍ତି ।

ଚକିତ କରିବାର କଥା ଏହି କି ଗୋଟେ ତାନ୍ତ୍ରିକ ବାବା ଙ୍କ କହିବା ଦ୍ଵାରା ସେ ଏହି ବାହାଘର ଭାଙ୍ଗିବାକୁ ମନସ୍ଥ କଲେ । ତେଜପ୍ରତାପ ଙ୍କ ଦ୍ଵାରା ପକାଯାଇଥିବା କେସ୍ ନମ୍ବର ୧୨୦୮/୨୦୧୮ ରେ ସେ ୨ ନଭେମ୍ବର ର ସନ୍ଧ୍ୟାରେ ପିତା ଲାଲୁ ପ୍ରସାଦ ୟାଦବଙ୍କୁ ଦେଖାକରିବା ପାଇଁ ରାଞ୍ଚୀ ଗଲେ । ପଟନା ରେ ଥିବା ଲାଲୁ ଙ୍କ ପରିବାରରେ କହିବା ଅନୁସାରେ ସେମାନେ ଐଶ୍ୱର୍ୟା କୁ ଛାଡିବେ ନାହିଁ । କୁହାଯାଏ କି ବାହାଘର ୧୫ ଦିନ ପରେ ପାରିବାରିକ ବିବାଦ ଆରମ୍ଭ ହୋଇଯାଇଥିଲା ଯାହାକି ଆଜି ଏହି ପ୍ରକାର ରୂପ ନେଇଛି ।

ଐଶ୍ୱର୍ୟା ବିଧାୟକ ଚନ୍ଦ୍ରିକା ଙ୍କର ଝିଅ ଅଟେ । ଚନ୍ଦ୍ରିକା ରାୟଙ୍କର ତିନି ସନ୍ତାନ ଅଛନ୍ତି ସେଥିରେ ଐଶ୍ୱର୍ୟା ସବୁଠାରୁ ସୁନ୍ଦର ଏବଂ ବଡ ଅଟେ । ଐଶ୍ୱର୍ୟା ପଟନାର ନଟ୍ରେଡମ ସ୍କୁଲ ରେ ପଢୁଥିଲେ ଏବଂ ଏହା ପରେ ସେ ଦିଲ୍ଲୀ ରୁ ଏମବିଏ କରିଥିଲେ । ଐଶ୍ୱର୍ୟା ର ଛୋଟ ଭଉଣୀ ର ନାଁ ଆୟୁଷି ଅଟେ, ଯିଏ କି ଇଞ୍ଜିନିୟର ର ପଢାପଢିକରି ଚାକିରି କରୁଛନ୍ତି । ଯେତେବେଳେ କି ଭାଇ ଅପୂର୍ବ ରାୟ ର ପଢାପଢି ଚାଲିଛି ।

ତେଜପ୍ରତାପ ର ଶଶୁର ଏବଂ ଐଶ୍ୱର୍ୟା ର ପିତା ଚନ୍ଦ୍ରିକା ରାୟ, ଲାଲୁଙ୍କ ପାର୍ଟି ଆରଜେଡି ରୁ ହିଁ ବିଧାୟକ ହୋଇଥିଲେ । ଚନ୍ଦ୍ରିକା ରାୟ ସାରଣ ଜିଲ୍ଲା ର ପରଷା ବିଧାନସଭା ରେ ଏମଏଲଏ ଅଛନ୍ତି, ସେ ମହାଗଠବନ୍ଧନ ସରକାର ରେ ପରିବହନ ମନ୍ତ୍ରୀ ରହିଥିଲେ । ଚନ୍ଦ୍ରିକା ପ୍ରଥମ ଥର ୧୯୮୫ ମସିହା ରେ କଂଗ୍ରେସ ର ବିଧାୟକ ହୋଇଥିଲେ । ପରେ ସେ ଲାଲୁ ପ୍ରସାଦ ଯାଦବ ର ପାର୍ଟି ରେ ଆସି ଯାଇଥିଲେ । ଚନ୍ଦ୍ରିକା ରାୟ ଙ୍କର ପିତା ଦରୋଗା ରାୟ ବିହାର ର ୧୦ମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୧୬ ଫେବ୍ରୁୟାରୀ ୧୯୭୦ ଠୁ ଆରମ୍ଭ କରି ୨୨ ଡିସେମ୍ବର ୧୯୭୦ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଥିଲେ ।