ଲକ୍ଷ୍ୟରେ ଜଣକୁ ହିଁ ଆସିଥାଏ ଏହି ସ୍ଵପ୍ନ, ଯଦି ଆପଣଙ୍କୁ ଆସିଥାଏ ତେବେ ବୁଝିଯାଆନ୍ତୁ ସୌଭାଗ୍ୟଶାଳୀ ଅଟନ୍ତି ଆପଣ

ସ୍ଵପ୍ନର ଦୁନିଆ ରହସ୍ୟରେ ଭରା । ସ୍ଵପ୍ନ ସମସ୍ତେ ଦେଖିଥାନ୍ତି । ସ୍ଵପ୍ନ ଦେଖୁଥିବା ବେଳେ ହେଉଥିବା ଜିନିଷ ଆପଣଙ୍କୁ ସତରେ ହେଉଥିବାର ଲାଗିଥାଏ । ନିଦ ଭାଙ୍ଗିବା ପରେ ଜଣା ପଡିଥାଏ କି ଯାହାକୁ ଆମେ ସତ ଭାବୁଥିଲୁ ସେ ଥିଲା ମାତ୍ର ଏକ ସ୍ଵପ୍ନ । ବିଜ୍ଞାନ ହିସାବରେ ମଣିଷ ଶୋଇବା ପରେ ପରେ ତାକୁ ସ୍ଵପ୍ନ ଆସିଥାଏ । ସ୍ଵପ୍ନ ଉପରେ ମଣିଷର କୌଣସି ଆୟତ୍ତ ନ ଥାଏ । ଏଥି ପାଇଁ ସେ କେବେ ଭଲ ତ କେବେ ଖରାପ ସ୍ଵପ୍ନ ଦେଖିଥାଏ । କିନ୍ତୁ ପ୍ରତ୍ୟେକ ସ୍ଵପ୍ନର ଆମ ଜୀବନ ସହିତ କିଛି ସମ୍ପର୍କ ଥାଏ ।

କିଛି ଥର ସ୍ଵପ୍ନ ଆପଣଙ୍କୁ ଆସୁଥିବା ସମସ୍ୟା କୁ ମଧ୍ୟ ସୁଚାଇଥାଏ । ସ୍ଵପ୍ନରେ ଲୋକ ଅଲଗା ଅଲଗା ପ୍ରକାରର ଜିନିଷ ଦେଖିଥାନ୍ତି । କେହି ସ୍ଵପ୍ନରେ ସାପ ଦେଖିଥାଏ ତ କେହି ନିଜକୁ ଉଚ୍ଚ ବିଲ୍ଡିଂରୁ ପଡିଯିବାର ଦେଖିଥାଏ । ପ୍ରତ୍ୟେକ ସ୍ଵପ୍ନର ଏକ ଅଲଗା ଅର୍ଥ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଵପ୍ନ ବିଷୟରେ କହିବୁ ଯାହାକୁ ଦେଖିବାକୁ ଭାଗ୍ୟଶାଳୀ ବୋଲି କୁହନ୍ତି । ଏହି ସ୍ଵପ୍ନ ଲକ୍ଷ୍ୟରେ ଗୋଟିଏ ଜଣଙ୍କୁ ଆସିଥାଏ ।

କଣ ଆପଣ କେବେ ସ୍ଵପ୍ନରେ ନିଜକୁ ଝରଣାର ପାଣି ପିଉଥିବାର ଦେଖିଛନ୍ତି?  ଯଦି ହଁ, ତେବେ ଆପଣ ଭାଗ୍ୟଶାଳୀ ଅଟନ୍ତି । ଯଦି ଆପଣ କେବେ ଏହି ସ୍ଵପ୍ନ ଦେଖିଛନ୍ତି ତେବେ ଭାବି ନିଅନ୍ତୁ ଆପଣ ଜଲଦି ଧନବାନ ହୋଇଯିବେ । ଯଦି ଆପଣ ସ୍ଵପ୍ନରେ ପାହାଡ଼ରୁ ଝରୁଥିବା ଝରଣା ଦେଖିଥିବେ ଓ ଝରଣାରୁ ପାଣି ପିଉଥିବାର ଦେଖିଥିବେ ତେବେ ଭାବିନିଅନ୍ତୁ କି ଆସୁଥିବା ସମୟରେ ଆପଣଙ୍କର ଭାଗ୍ୟର ଦ୍ଵାର ଖୋଲିଯିବ । ଏହି ସ୍ଵପ୍ନ ପରେ ଯଦି ଆପଣ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟର ଆରମ୍ଭ କରନ୍ତି ତେବେ ତାହା ସଫଳ ହୋଇଥାଏ ।

ସେହି ବ୍ୟକ୍ତିକୁ ଆସୁଥିବା ଦିନରେ ଆଗକୁ ବଢିବାରେ କେହି ଅଟକାଇ ପାରିବେ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସ୍ଵପ୍ନ ଦେଖିଥିବା ବ୍ୟକ୍ତି ବହୁତ ସୌଭାଗ୍ୟଶାଳୀ ହୋଇଥାଏ ଓ ଜୀବନରେ ବହୁତ ନାମ ଅର୍ଜନ କରିଥାଏ ।

ଆସନ୍ତୁ ଜାଣିବା କିଛି ଅନ୍ୟ ସ୍ଵପ୍ନର ଅର୍ଥ

॰ ସ୍ଵପ୍ନରେ ଶିଡି ଚଢିବା ଆପଣଙ୍କ ଉନ୍ନତି ଆଡକୁ ଇଶାରା ଦେଇଥାଏ । ସିଡି ଓଲ୍ହାଇବାର ମାନେ ବିକାଶରେ ବାଧା ଆସିପାରେ ।

॰ ସ୍ଵପ୍ନରେ କାହାକୁ ହତ୍ୟା କରୁଥିବାର ଦେଖିବା ଲାଭ ଆଡକୁ ଇଶାରା ଦେଇଥାଏ ।

॰ ଯଦି ଆପଣ ସ୍ଵପ୍ନରେ କାହାକୁ ମରୁଥିବାର ଦେଖିବେ ତେବେ ତାହାର ମାନେ ତାହାର ଆୟୁ ବଢି ଯାଇଛି ।

॰ ସ୍ଵପ୍ନରେ ଭଗବାନ ଦେଖିବାର ମାନେ ଆପଣ ଯେଉଁ କାମ ପାଇଁ ଚେଷ୍ଠା କରୁଛନ୍ତି ତାହା ପୂର୍ଣ୍ଣ ହେବ । ଯଦି ଦେବୀ ମାତା ଆପଣଙ୍କୁ କିଛି ଦେଉଥିବାର ଦେଖିବେ ତାହାର ମାନେ ଆପଣଙ୍କର ପଦୋନ୍ନତି ହୋଇପାରେ ।

॰ ସ୍ଵପ୍ନରେ ଯଦି ଆପଣଙ୍କ ଆଖି ଲାଲ ଦେଖାଯାଏ ଏହାର ମାନେ ଆସୁଥିବା ସମୟରେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

॰ ଯଦି ଆଖିକୁ ଫୁଲିଥିବାର ଦେଖିବେ ବିନା କୌଣସି କଷ୍ଟରେ ତେବେ ଏହାର ମାନେ ଆପଣଙ୍କର ଜୀବନ ପୂର୍ବରୁ ଅଧିକ ଭଲ ହେବାକୁ ଯାଉଛି ।

॰ ଯଦି ଆପଣ କୌଣସି ଗୋଲକ ଧନ୍ଦାରେ ନିଜକୁ ଫସିଥିବାର ଦେଖିବେ ତେବେ ଏହାର ମାନେ ଆପଣ କୌଣସି ସଙ୍କଟରେ ପଡି ପାରନ୍ତି ।