ଲକ୍ଷେରେ 7 ଭାଗ୍ୟଶାଳୀ ଲୋକଙ୍କ ଶରୀରର ଏହି 3 ଜାଗାରେ ରହିଥାଏ କଳାଜାଇ, ଦେଖନ୍ତୁ ଆପଣଙ୍କର ତ ନାହିଁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରରେ ଏମିତି କିଛି ମୁଖ୍ୟ ସ୍ଥାନ ରହିଛି ଯେଉଁଠାରେ କଳାଯାଇ ଥିଲେ ବହୁତ ଶୁଭ ହୋଇଥାଏ । ଶରୀରରେ ପ୍ରାକୃତିକ ଭାବରେ ବହୁତ ଜାଗାରେ କଳାଯାଇ ରହିଥାଏ କିନ୍ତୁ ଏହି କଳାଯାଇ ର ମଧ୍ୟ କିଛି ବିଶେଷ ଗୁଣ ରହିଛି । ଶରୀରରେ ଅଲଗା ଅଲଗା ଜାଗାରେ କଳାଯାଇ ରହିଥାଏ କିନ୍ତୁ ଏହାର ମହତ୍ୱ ଶାସ୍ତ୍ରରେ ବର୍ଣନା କରାଯାଇଛି । କିନ୍ତୁ ଏହା ଭିତରୁ ଏମିତି ୩ଟି ଯାଗା ରହିଛି ଯେଉଁଠାରେ କଳାଯାଇ ଥିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଇଛି, ଲକ୍ଷେରେ କେବଳ ୭ଜଣ ବ୍ୟକ୍ତିଙ୍କ ଶରୀରରେ ଏହି ୩ଟି ଜାଗାରେ କଳାଯାଇ ରହିଥାଏ । ତେବେ ଚାଲନ୍ତୁ ଜାଣିବା ।

ମଝି ଛାତିରେ:- ଯେଉଁ ବ୍ୟକ୍ତି ମାନଙ୍କ ଛାତି ମଝିରେ କଳଯାଇ ରହିଥାଏ ଶାସ୍ତ୍ର ଅନୁସାରେ ଏହା ବହୁତ ଶୁଭ ହୋଇଥାଏ । ଏହି ବ୍ୟକ୍ତି ମାନେ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି । ଏମାନେ ଛନ୍ଦ କପଟ କିଛି ବୁଝନ୍ତି ନାହିଁ । ଏମାନେ ସବୁବେଳେ ଅନ୍ୟମାନଙ୍କ ସାହାଯ୍ୟ କରିଥାନ୍ତି । ଏମାନେ ଯାହା ମନରେ କେବେବି ଦୁଃଖ ଦିଅନ୍ତି ନାହିଁ । ଏହି ବ୍ୟକ୍ତି ଙ୍କ ଜୀବନରେ କେବେ ମଧ୍ୟ କୌଣସି ସମସ୍ୟା ଆସେ ନାହିଁ । ଏହି ବ୍ୟକ୍ତି ମାନେ କମ ପରିଶ୍ରମରେ ବହୁତ ଜଲ୍ଦୀ ସଫଳତା ପ୍ରାପ୍ତି କରିଥାନ୍ତି ।

ନାକରେ ଉପରେ :- ଯେଉଁ ବ୍ୟକ୍ତି ମାନଙ୍କ ନାକରେ କଲାଯାଇ ଥାଏ ସେମାନେ ବହୁତ ସଫା ହୃଦୟର ହୋଇଥାନ୍ତି । ଏମାନେ ବହୁତ ମଜାଳିଆ ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ମାନ ଭିତରେ ଯାହା ପ୍ରତି ଛଳ କପଟ ରହିନଥାଏ । ଏମାନେ ସ୍ଵାଭିମାନୀ ହେବ ସହିତ ନିଜ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି । ଏମାନେ ନିଜ ପରିଶ୍ରମ ଦ୍ବାରା ହିଁ ଜୀବନରେ ଆଗକୁ ବଢ଼ିଥାନ୍ତି ।

ଏମାନେ ସବୁବେଳେ ଅନ୍ୟକୁ ଖୁସି ଦେବାକୁ ଚେଷ୍ଟା କରିଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଧାର୍ମିକ ହୋଇଥାନ୍ତି । ଏମାନେ ପୂଜା ପାଠ କରିବା ଉପରେ ବହୁତ ବିଶ୍ବାସ ରଖିଥାନ୍ତି । ଏହି ବ୍ୟକ୍ତି ମାନେ ଚାକିରି କରନ୍ତୁ ବା ବ୍ୟବସାୟ ଏମାନଙ୍କୁ ସଫଳତା ମିଳିଥାଏ । ଏହି ବ୍ୟକ୍ତିମାନେ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି ଏବଂ ସେଥିରେ ସଫଳତା ମଧ୍ୟ ହାସଲ କରନ୍ତି ।

ହାତ ପାପୁଲି:- ଯେଉଁ ବ୍ୟକ୍ତି ମାନଙ୍କ ହାତର ପାପୁଲିରେ କଲଜାଇ ଅଛି ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ବ୍ୟକ୍ତି ମାନଙ୍କ ଜୀବନ ବହୁତ ଖୁସିରେ କଟିଥାଏ । ଏମାନେ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଏମାନେ ବହୁତ ଧନବାନ ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟକୁ ଛୋଟ ବା ବଡ଼ ଭାବନ୍ତିନି ।

ଏମାନେ ସବୁ ଲୋକଙ୍କୁ ଏକା ପ୍ରକାରରେ ଦେଖନ୍ତି । ଏମାନେ ବୈବାହିକ ଜୀବନରେ ସବୁ ଦାୟିତ୍ବ ଖୁବ ଭଲ ଭାବରେ ସମ୍ଭାଳିଥାନ୍ତେ । ଏମାନେ ନିଜର ବୈବାହିକ ଜୀବନକୁ ଖୁସିରେ ବିତାଇଥାନ୍ତି । ଏହି ବ୍ୟକ୍ତିମାନେ ବହୁତ ରୋମାଣ୍ଟିକ ହୋଇଥାଏ । ଏମାନେ ବୁଲିବାକୁ ବହୁତ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ପରିଶ୍ରମ ଦ୍ବାରା ଖୁବ ଶୀଘ୍ର ସଫଳତା ହାସଲ କରିଥାନ୍ତି ।

ତେବେ ଏହା ଥିଲା ସେହି ୩ଟି ସ୍ଥାନ ଯେଉଁଠାରେ ଶାସ୍ତ୍ର ଅନୁସାରେ କଳାଯାଇ ଥିଲେ ତାହା ବହୁତ ଶୁଭ ହୋଇଥାଏ, ତେବେ ଆପଣଙ୍କ ଶରୀରର ଏହି ସ୍ଥାନରେ କଳାଯାଇ ଅଛି କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।