Vastu Shastra ମା ଲକ୍ଷ୍ମୀ କହିଛନ୍ତି ଘରେ ମାନି ନିଅନ୍ତୁ ଏହି ନିୟମ, କେବେବି ହେବ ନାହିଁ ଧନର ଅଭାବ

ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ବହୁତ ସାରା ଧନ ଅର୍ଜନ କରିବାକୁ ଇଚ୍ଛା କରେ । କାରଣ ଧନ ବିନା ସୁଖ ସୁବିଧା ଦେଉଥିବା ଜିନିଷ ଆମେ କିଣି ପାରୁ ନାହିଁ । ଆହୁରି ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଯେତେ ଧନ ଅର୍ଜନ କଲେ ମଧ୍ୟ କୌଣସି କାରଣ ବଶତଃ ତାଙ୍କ ପାଖରେ ଧନ ରହିପାରେ ନାହିଁ । ତେବେ ଆମେ ଆଜି ଏପରି କିଛି ଉପାୟ ଶିଖିବା ଯାହାଦ୍ଵାରା ଆମର କେବେ ଧନର ଅଭାବ ହେବ ନାହିଁ ।

ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଚାହାଁନ୍ତି ତେବେ ରବିବାର ଦିନ ରାତିରେ ଶୋଇବା ସମୟରେ ଏକ ଗ୍ଲାସ୍ ପାଣିରେ ଅଳ୍ପ କ୍ଷୀର ମିଶାଇ ତାହାକୁ ମୁଣ୍ଡ ଉପରେ କୌଣସି ସ୍ଥାନରେ ରଖି ଶୁଅନ୍ତୁ । ଏହାକୁ ସକାଳୁ ଉଠି ସ୍ନାନ କରି ଆକାସିଆ ଗଛ ମୂଳରେ ଢାଳନ୍ତୁ । ଏପରି କଲେ ଆପଣଙ୍କ ଘରେ ଧନ ରହିବ ଓ ଆପଣଙ୍କ ମନକୁ ମଧ୍ୟ ଶାନ୍ତି ମିଳିବ ।

ସକାଳୁ ସବୁ ଠୁ ପ୍ରଥମେ ଉଠି ଘରର ଗୃହିଣୀ ଯଦି ଏକ ଲୋଟା ପାଣି ଘରର ମୁଖ୍ୟ ଦ୍ଵାରରେ ଢାଳନ୍ତି ତେବେ ଘରକୁ ମା ଲକ୍ଷ୍ମୀ ଆସିବାର ରାସ୍ତା ଖୋଲିଯାଏ ।

ଯଦି ଆପଣଙ୍କର କୌଣସି କାର୍ଯ୍ୟରେ କିଛି ବାଧା ଉପୁଜୁଛି ତେବେ ରବିବାର ଦିନ କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ କିମ୍ବା କଳା ପକ୍ଷୀକୁ ଦାନା ଖାଇବାକୁ ଦିଅନ୍ତୁ । ଏହା କଲେ ଆପଣଙ୍କ କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଯିବ ।

ରବିବାର ଦିନ କଳା ଜିରା କିମ୍ବା କଳା ମୁଗ ଡାଲି ଦାନ କଲେ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇ ଯାଏ । ଏହା ସହ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ମଧ୍ୟ ପଡିବ ।

ଘରେ ପଇସା ରଖୁଥିବା ଆଲମାରୀ ର ମୁଁହ ଉତ୍ତର ଦିଗକୁ ରଖିଲେ ଘରେ ଲକ୍ଷ୍ମୀ ବଢ଼ନ୍ତି ।

ରବିବାର ଦିନ ଶୀଘ୍ର ଉଠି ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାନ୍ତୁ ଓ ଜଳ ଧାରରୁ ହିଁ ସୂର୍ଯ୍ୟ ଦେବତାଙ୍କ ଦର୍ଶନ କରନ୍ତୁ । ଏପରି କଲେ ଚକ୍ଷୁର ଜ୍ୟୋତି ବଢେ ଓ ଆପଣ ରୋଗରୁ ମଧ୍ୟ ଦୂରେଇ ରହିବେ ।

ଘରର ଗୃହିଣୀ ହେଉଛନ୍ତି ଘରର ଲକ୍ଷ୍ମୀ । ତାଙ୍କର କେବେ ଅପମାନ କରନ୍ତୁ ନାହିଁ ଓ ନିଜ ଆୟର ନିର୍ଦ୍ଧାରିତ ଭାଗ ପ୍ରତି ମାସରେ ନିଜ ମାତାପିତାଙ୍କୁ ନିଶ୍ଚୟ ଦିଅନ୍ତୁ ।

ରବିବାର ଦିନ ପିପ୍ପଳ ବୃକ୍ଷ ତଳେ ଘିଅ ଦେଇ ଚୌମୁଖ ଦୀପ ଜଳାନ୍ତୁ । ଅର୍ଥାତ୍ ଯେଉଁ ଦୀପକୁ ଆପଣ ୪ ଆଡୁ ଜଳାଇ ପାରିବେ । ଏହା ଦ୍ବାରା ବ୍ୟବସାୟରେ ବୃଦ୍ଧି ହୁଏ ଓ ଘରକୁ ଧନ ଆସିବାର ରାସ୍ତା ତିଆରି ହୋଇଥାଏ ।

କେଉଁ ମଧ୍ୟ ଶୁଭ ମହୁରତ ରେ ସକାଳୁ ଶୀଘ୍ର ଉଠି ସ୍ନାନ କରି ଏକ ଲାଲ୍ ରେଶମୀ କପଡ଼ା ନେଇ ସେଥିରେ ଅଖଣ୍ଡିତ ୨୧ଟି ଚାଉଳ ଦାନା ବାନ୍ଧି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ଓ ପୂଜାରେ କପଡ଼ାରେ ବନ୍ଧା ଯାଇଥିବା ଚାଉଳ ମଧ୍ୟ ରଖନ୍ତୁ । ପୂଜା ପରେ ମା ଲକ୍ଷ୍ମୀ ଙ୍କୁ ନିଜ ମନୋସ୍କାମନା ଜଣାନ୍ତୁ ଓ ଚାଉଳ ପୁଡ଼ିଆକୁ ନିଜ ପର୍ସ କିମ୍ବା ତିଜୋରି ରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇ ଯିବ ।

ଧନ ପ୍ରାପ୍ତି ନିମନ୍ତେ ପ୍ରତିଦିନ ସକାଳୁ ଉଠି ନିଜ ଦୁଇ ପାପୁଲି ରେଖାକୁ ଦେଖି ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ । ଏହାଦ୍ବାରା ମା ଲକ୍ଷ୍ମୀ ଙ୍କ ସହ ଭଗବାନ୍ ବିଷ୍ଣୁ ଓ ମା ସରସ୍ଵତୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।