ଋଷ ଓ ୟୁକ୍ରେନ ଯୁଦ୍ଧ ଉପରେ ଚୀନର ନଜର ରଖିଥିବା ବେଳେ LAC ରେ ଏମିତି ଖେଳ କରିଦେଲା ଭାରତ, ଜାଣନ୍ତୁ ଭାରତ କଣ ପଦକ୍ଷେପ ନେଲା…

ୟୁକ୍ରେନ ଓ ଋଷ ଯୁଦ୍ଧ ଉପରେ ସାରା ଦୁନିଆର ନଜର ରହିଥିବା ବେଳେ ଚୀନକୁ ମାତ୍ ଦେବା ପାଇଁ ଭାରତ ଏଲଏସି ରେ ଏମିତି ଏକ ଶାନଦାର ପ୍ଳାନ କରିଛି ଯାହାକୁ ନେଇ ଚୀନ ଚିନ୍ତାରେ । ଚୀନ ସେମାରେ ଭାରତୀୟ ସେନାମାନେ ଏପରି କମ କରିଛନ୍ତି ଯାହା ଶୁଣିଲେ ପ୍ରତ୍ଯେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିବ । ଚୀନ ସେନାଙ୍କୁ ଧୁଳି ଚଟାଇବା ପାଇଁ ଭାରତ କିଛି ସୈନ୍ୟଙ୍କ ଏକ ଟିମ୍ ପ୍ରସ୍ତୁତ କରିଛି ଯାହାର ନାମ ରଖାଯାଇଛି ଚୀନ ସ୍ପେଶାଲ । ଖୁବ ଶୀଘ୍ର ଏହି ଦକ୍ଷ ଭାରତୀୟ ସୈନ୍ୟଙ୍କୁ ଚୀନ ସୀମାରେ ନିଯୁକ୍ତ କରାଯିବ ।

ଅନେକ ସମୟ ଧରି ଏଲଏସି ଭାରତ ଓ ଚୀନ ମଧ୍ୟରେ ଛକାପଞ୍ଝା ଚାଲିଛି । ଏହା ମଧ୍ୟରେ ମାତ୍ର ୨୧ ମାସରେ ଭାରତ ଏକ ଟିମ୍ ପ୍ରସ୍ତୁତ କରିଛି । ଚୀନ ସ୍ପେଶାଲ ନାମକ ଏହି ଟିମ୍ ରେ ଭାରି ମାତ୍ରାରେ ହତିଆର ସହ ୧୭ ହଜାର ଲସ୍କରି ସୈନିକ ରହିଛନ୍ତି । ଭାରତୀୟ ସେନାର ଏହି ଟିମ୍ ନିକଟରେ ସିଲିଗୁଡିର ଉପତ୍ୟକାରେ ଏକ ବଡ ଯୁଦ୍ଧାଭ୍ୟାସ କରିଛି । ଏହି ଅଞ୍ଚଳ ଉତ୍ତର-ପୂର୍ବ ରାଜ୍ୟ ଗୁଡିକୁ ଭାରତ ସହ ଯୋଡିଥାଏ ।

ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ଡୋକଲାରେ ବିବାଦ ହୋଇଥିଲା ସେତେବେଳେ ଏହି ଉପତ୍ୟକା ବିଷୟରେ ବିଶେଷ ଚର୍ଚ୍ଚା ହୋଇଥିଲା । ସିଲିଗୁଡି ଉପତ୍ୟକା ସେନାଙ୍କ ଦୃଷ୍ଟିକୋଣରୁ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ମାନାଯାଏ । କାରଣ ଏହି ପଥର ସୀମା ନେପାଲ, ଭୁଟାନ ଓ ବାଂଲାଦେଶ ସହ ମଧ୍ୟ ଜଡିତ ଅଟେ । ତେବେ ଚୀନ ସ୍ପେଶାଲ ନାମକ ଏହି ଟିମ୍ ର ଯୁଦ୍ଧାଭ୍ୟାସ ଭାରତ ପାଇଁ ଖୁବ ମହତ୍ଵପୂର୍ଣ୍ଣ ଅଟେ । ଭାରତୀୟ ସେନା ପାଖରେ ତିନୋଟି ଷ୍ଟ୍ରାଇକ କୋର ରହିଛି ।

ସୀମା ସୁରକ୍ଷା କରିବା ଏହି କୋରର କାର୍ଯ୍ୟ ନୁହେଁ ବରଂ ଏମାନେ ରିଜର୍ଭରେ ରହିଥାନ୍ତି ଓ ଯୁଦ୍ଧ ସମୟରେ ଶତ୍ରୁର ଇଲାକାରେ ପଶି କବଜା କରିଥାନ୍ତି । ପାକିସ୍ତାନକୁ ନଜରରେ ରଖି ଏହି ତିନୋଟି ଯାକ କୋର ପ୍ରସ୍ତୁତ କରାଯାଇଛି । କିନ୍ତୁ କିଛି ବର୍ଷ ପୂର୍ବେ ପ୍ରଥମ ଥର ଚୀନକୁ ଧ୍ୟାନରେ ରଖି ପ୍ରଥମ ମାଉଣ୍ଟେନ କୋର ଷ୍ଟ୍ରାଇକ ପ୍ରସ୍ତୁତ କରା ଯାଇଥିଲା ଯାହାକି ପଶ୍ଚିମବଙ୍ଗର ପାନାରଭରେ ଅଛି ।

ଉଚ୍ଚ ପାହାଡରେ ଲଢେଇ ପାଇଁ ଯେଭଳି ଟ୍ରେନିଂ ଏବଂ ଅସ୍ତ୍ରଶସ୍ତ୍ର ଆବଶ୍ୟକ ଏହି କୋରଟି ଠିକ ସେହିଭଳି ପ୍ରସ୍ତୁତ କରାଯାଇଛି । ଲଦାଖରୁ ନେଇ ଅରୁଣାଞ୍ଚଳ ପ୍ରଦେଶ ପର୍ଯ୍ୟନ୍ତ ଚୀନ ସୀମାକୁ ଲାଗିଥିବା ଅଞ୍ଚଳର ଦାୟିତ୍ଵ ଏହି ସେନାଙ୍କ ହାତରେ ଦିଆଯାଇଛି । ଆଉ ସିଲିଗୁଡିର ଏହି ଉପତ୍ୟକା ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ଭରତ ସହ ଯୋଡୁଥିବାର ଏହାର ମହତ୍ଵ ଭାରତ ପାଇଁ ଖୁବ ବେଶୀ ।

କାରଣ ଏହାର ଠିକ ଉପରେ ଚୁମ୍ବୀ ଭ୍ୟାଲି ରହିଛି ଯେଉଁଠି ଚୀନର କବଜା ରହିଛି । ଚୀନ କୌଣସି ସମୟରେ ମଧ୍ୟ ଆଗକୁ ବଢି ଏହି ଉପତ୍ୟକାକୁ କାଟି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ଅଲଗା ଦେଇପାରେ । ଯାହା ଭାରତ ପାଇଁ ଏକ ବଡ ବିପଦ ଅଟେ । ତେଣୁ ଚୀନ କୌଣସି ପଦକ୍ଷେପ ନେବା ଆଗରୁ ଭାରତ ନିଜକୁ ସତର୍କ ରଖୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।