ଏହି କୁନି ପିଲାଟି ଗୋଟେ ହାତରେ କୁକୁଡା ଓ ଅନ୍ୟ ହାତରେ ଟଙ୍କା ଧରି ପହଞ୍ଚି ଥିଲା ଡାକ୍ତରଖାନାରେ, କାରଣ ଜାଣିଲେ ଆଖିରେ ଲୁହ ଆସିଯିବ

ଶିଶୁମାନଙ୍କର ମନ ନିଶ୍ଚିତ ରୂପରେ ଏହି ପୃଥିବୀ ପୃଷ୍ଟରେ ରହୁଥିବା ସମସ୍ତଙ୍କ ଠାରୁ ପବିତ୍ର ଓ ଶୁଦ୍ଧ ହୋଇଥାଏ । ଶିଶୁଙ୍କ ହୃଦୟ ସଂସାରର ଅନ୍ୟ ସମସ୍ତଙ୍କ ଠାରୁ ସ୍ୱଚ୍ଛ ହୋଇଥାଏ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । କ୍ଷମତା ଥାଉ କି ନଥାଉ, ମାନବିକତା କିନ୍ତୁ ସେମାନଙ୍କ ଭିତରେ ଭରି ହୋଇଥାଏ, ଯାହାକି ଆମ୍ଭେମାନେ ବେଳେବେଳେ ଭୁଲି ଯାଉଛୁ । ଫଟୋରେ ଦିଶୁଥିବା ଏହି ଛୋଟ ଶିଶୁ ଜଣକ ମିଜୋରାମ୍‌ର ଅଟେ । ଗୋଟିଏ ହାତରେ କୁକୁଡ଼ା ଓ ଅନ୍ୟ ହାତରେ ଟଙ୍କା ଧରି ବିଳଳ ନୟନରେ ଚାହିଁଥିବା ଏହି କୁନି ପିଲାଟି କଥା ଶୁଣିଲେ ଆପଣ ଚକିତ ହୋଇ ଯିବେ । ଏହି ଘଟଣାଟି ହେଉଛି ମିଜୋରାମ୍‌ର, ଏହି କୁନି ଶିଶୁଟି ନିଜ ନୂଆ କିଣା ଯାଇଥିବା ସାଇକେଲ୍‌ କୁ ଖୁସିରେ ଧରି ରାସ୍ତାରେ ଚଲାଉଥାଏ ।

Image courtesy: Google

ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍‌ ସାମ୍ନାକୁ ଗୋଟିଏ କୁକୁଡା ଚାଲି ଆସିଥିଲେ ଏବଂ ଭୁଳବଶତଃ ପିଲାଟି ନିଜ ସାଇକେଲ୍‌ ଉପରେ ନିୟନ୍ତ୍ରଣ ରଖି ନପାରି, ନିଜ ପଡୋଶୀ ଘରର ଏକ କୁକୁଡା ଉପରେ ସାଇକେଲ୍ ଚଢାଇ ଦେଇଥିଲା । ଫଳରେ କୁକୁଡ଼ା ଦେହରେ ଆଘାତ ଲାଗିଲା । କୁୁକୁଡ଼ାଟି ଖଣ୍ଡିଆ ଖାବରା ହୋଇ ଯାଇଛି ଦେଖିବା, ପରେ ପିଲାଟିର ଦୁଖ ପ୍ରକାଶ କରିଲା । ତା’ପରେ ସେ ନିଜ ପାଖରେ ରଖି ଥିବା କିଛି ଟଙ୍କା ଧରି କୁକୁଡ଼ାଟିକୁ ଭଲ କରିବା ପାଇଁ ହସ୍ପିଟାଲ୍‌ ନେବାକୁ ବସିଲା ।

ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଫଟୋକୁ ତାଙ୍କ ଆକାଉଣ୍ଟ୍‌ରେ ସେୟାର୍‌ କରିବା ପରେ ତାହା ଏବେ ସୁଦ୍ଧା ୮୫ ହଜାର ରୁ ଊର୍ଦ୍ଦ୍ଵ ସେୟାର୍‌ ହୋଇ ସାରିଲାଣି । ପିଲାଟିର ନିରୀହ ଆଖି ତା’ ନିର୍ମଳ ମନର କଥା କହୁଛି । ଅନେକ ଫେସ୍‌ବୁକ୍‌ ବ୍ୟବହାକାରୀ ପିଲାଟିକୁ ନିଜର ସ୍ନେହ ଦେବା ସହ ତା’ର ଖୁବ୍‌ ପ୍ରଶଂସା କରିଛନ୍ତି ।

ଯଦି ଏହି ଛୋଟ ପିଲାର ହୃଦୟ ପରି ସମସ୍ତଙ୍କ ନିର୍ମଲ ହୃଦୟ ଥାନ୍ତା, ତେବେ ଦୁନିଆରେ ରହିବା ପାଇଁ ଏହି ଧରିତ୍ରି ଛଡା ଆଉ କେଉଁ ସୁନ୍ଦର ଜାଗା ନଥାନ୍ତା ।

ଛୋଟ ପିଲାଟିର ଏହି ପ୍ରକାର କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି । କେହି କେହି ଏହା ମଧ୍ୟ କହିଛନ୍ତି ଯେ, ଏହି ଛୋଟ ଶିଶୁଟି ମଧ୍ୟ ଜାଣିଛି ଦୁନିଆରେ ଟଙ୍କା ଦ୍ଵାରା ହିଁ ସବୁ କିଛି ସମ୍ଭବପର ହୋଇ ପାରିବ ଓ କହିଛନ୍ତି ଏହି ଥରୁ ଜଣାପଢୁଛି ଆମ ସମାଜ କେମିତି ହେଇଗଲାଣି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।