କୁନି ଝିଅର ବିଶ୍ଵ ରେକର୍ଡ ! ଅଢେଇ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡରେ “ସୁପର ଟ୍ୟାଲେଣ୍ଟେଡ କିଡ୍ ତାଲିକାରେ ପାଇଲା ସ୍ଥାନ, ଦେଖନ୍ତୁ video

ଏତେ ଛୋଟିଆ ଛୁଆ ହେଲେ ଜାଣିଛି ଦେଶ ଯାକର କଥା । ସ୍କୁଲ ଯାଉଥିବା 5 କି 10 ବର୍ଷର ଛୁଆ ବି ଏତେ କଥା ଜାଣି ନଥିବ । ହେଲେ ସ୍କୁଲ ଯାଇ ନଥିବା ଅଢେଇ ବର୍ଷର କୁନି ଝିଅଟି ଏବେ ରେକର୍ଡ ପରେ ରେକର୍ଡ କରିଚାଲିଛି । ଭଲ କରି କଥା କହି ଶିଖିନି ସିନା ହେଲେ ବିଶ୍ଵ ରେକର୍ଡ କରି ସାରିଲାଣି । ତା’ ସାଙ୍ଗର ପିଲାମାନେ ଏବେ ଯାଏଁ ମା’ କୋଳ ଛାଡି ନଥିବେ ଏହି କୁନି ଝିଅ ଗୋଟିଏ ପରେ ଗୋଟିଏ ମେଡାଲ ଜିତି ଚାଲିଛି । ଏହି କୁନି ଝିଅଟି ହେଉଛି ପଦ୍ମପୁରର ଅର୍ଣ୍ଣିକା ଅଭିପ୍ସା ପ୍ରଧାନ ।

ବୟସ ମାତ୍ର ଅଢେଇ ବର୍ଷ ହୋଇଥିବା ବେଳେ ସ୍କୁଲ ମାଟି ମାଡିବା ପୂର୍ବରୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ରେକର୍ଡ କରି ସାରିଲାଣି । କୁନି ବଯସରୁ ବିଚକ୍ଷଣ ସ୍ମରଣଶକ୍ତି ଓ ସାଧାରଣ ଜ୍ଞାନ ପାଇଁ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ନାମ ସାମିଲ କରିଛି । ଆଉ ଏବେ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ “ସୁପର ଟ୍ୟାଲେଣ୍ଟେଡ କିଡ୍” ଟାଇଟଲ ହାସଲ କରିଛି ।

100 ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାଁ ସହିତ ବିଭିନ୍ନ ଦେଶର ଜାତୀୟ ପତାକା ଦେଖି ସେହି ଦେଶର ନାଁ ଓ ଭାରତର ଜାତୀୟ ସଙ୍ଗୀତ, ଓଡିଆ ହିନ୍ଦୀ ବର୍ଣ୍ଣମାଳା, ଫଳ ଫୁଲ, ଯାନବାହାନ, ପଶୁ ପକ୍ଷୀ ସମ୍ପର୍କିତ ଶବ୍ଦ ସହ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏବଂ ମାସ ଓ ଋତୁ ଭଳି ଅନେକ ବିଷୟ ନିର୍ଭୁଲ ଭାବେ କହିପାରୁଛି ଏହି କୁନି ଝିଅ । ତା’ର ଏଭଳି ପ୍ରତିଭା ପାଇଁ ସେ ଗତ ଫେବୃୟାରୀରେ ସୁପର ଟ୍ୟାଲେଣ୍ଟେଡ କିଡ୍ ବର୍ଗରେ “ୱାନ ଇନ ମିଲିୟନ” ଟାଇଟଲ ।

ଆଜି ଅର୍ଣ୍ଣିକା ଅଭିପ୍ସା ପାଇଁ ଘରଲୋକଙ୍କ ଠାରୁ ନେଇ ପାଖପଡୋଶୀ ସମସ୍ତେ ଗର୍ବିତ । ଅର୍ଣ୍ଣିକାଙ୍କ ବାପା ପଦ୍ମ୍ପାଉର ଜଳସଂପଦ ବିଭାଗରେ କାର୍ଯ୍ୟରତ ଥିବାବେଳେ ମା’ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ତେଣୁ ଅର୍ଣ୍ଣିକା ଅଧିକାଂଶ ସମୟ ଜେଜେମା’ଙ୍କ ସହ ବିତାଏ ଓ ସାରା ଦିନ ଖେଳ ଖେଳରେ ଦେଶ ଦୁନିଆ କଥା ଶିଖେ ।

ଏତେ କମ୍ ବୟସରୁ ଏଭଳି ଅନନ୍ୟ ପ୍ରତିଭାର ଅଧିକାରିଣୀ ହୋଇ ପାରିଥିବା ଅର୍ଣ୍ଣିକା ଅଭିପ୍ସାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।