କୁମ୍ଭୀର ଆତଙ୍କ ଭିତରେ ସାମନାକୁ ଆସିଛି ଏକ ବଡ ଖବର.. ବିଶାଳ କୁମ୍ଭୀରର ହୋଇଛି ମୃତ୍ୟୁ

ନମସ୍କାର ବନ୍ଧୁଗଣ । ଏବେ ସବୁଆଡେ ମଣିଷଖିଆ କୁମ୍ଭୀର ବୁଲୁଛନ୍ତି । ଛକି ଛକି ରହୁଛନ୍ତି ମଣିଷଙ୍କୁ ଖାଉଛନ୍ତି । ତ୍ରାହି ତ୍ରାହି ଡାକିଲେଣି ମଣିଷ । କୁମ୍ଭୀର ଆତଙ୍କ ଭିତରେ ଆସିଛି ବଡ ଖବର । ହଁ ଦର୍ଶକ ବନ୍ଧୁ କୁମ୍ଭୀରକୁ ନେଇ ଦବୁଦିନ ନୂଆ ନୂଆ କଥା ସାମନାକୁ ଆସୁଛି । କୁମ୍ଭୀର କାହାକୁ ଟାଣି ନେଇ ଖାଇ ଯାଉଛି ତ ଆଉ କେଉଁଠି କୁମ୍ଭୀର ସହ ଲଢେଇ କରି ମରଣ ମୁହଁ ରୁ ଫେରିଲାଣି ଏମିତି ଅନେକ କଥା ଏବେ ଚର୍ଚ୍ଚା ହେଉଛି ।

ଆଉ କେଉଁଠି କୁମ୍ଭୀରକୁ ଦେଖି ନଦୀ କୂଳିଆ ଲୋକେ ଛାନିଆ ହେଲେଣି । ସ୍ଥିତି ଏମିତି ହୋଇଛି ଲୋକେ ନଦୀ କୁ ଦେଖି ଭୟ କରିଲେଣି । ନଦୀ କୁ ଆଉ କେହି ବି ଯାଉ ନାହାନ୍ତି । ସବୁଆଡେ କୁମ୍ଭୀର ଭୟ ଘାରିଲାଣି । କୁମ୍ଭୀର ପାଣି ଭିତରକୁ ଟାଣି ନେଇ ଯେମିତି ମଣିଷ ଖାଉଛି ତାର ଦ୍ରୁଶ୍ଯ ଯେ ଦେଖିଛି ସେ ଏବେ ବି ଭୁଲିପାରୁନି ।

ବନ ବିଭାଗର ତୁହାକୁ ତୁହା ପ୍ରଚାର ଲୋକଙ୍କୁ ଆହୁରି ଛାନିଆ କରୁଛି । ଏହାରି ଭିତରେ କୁମ୍ଭୀର କୁ ନେଇ ବଡ ଖବର ସାମନାକୁ ଆସିଛି । ସୂଚନା ଅନୁଯାୟୀ ଏକ ବିଶାଳକାୟ କୁମ୍ଭୀରର ମୃତ୍ୟୁ ହୋଇଛି । ଆଉ ସବୁଠୁ ବଡ କଥା ଏହି କୁମ୍ଭୀର ଟି ଥିଲା ଶାକାହାରୀ । ବିଶ୍ଵର ଏକମାତ୍ର ଶାକାହାରୀ କୁମ୍ଭୀର ବାବିଆ ଶେଷ ନିଶ୍ଵାସ ତ୍ୟାଗ ଅରିଛି । କେରଳର କାଶଗଉଡ ରେ ଥିବା ଶ୍ରୀ ଆନନ୍ଦ ପଦ୍ମନାଭ ସ୍ଵାମୀ ମନ୍ଦିରରେ ଆଖି ବୁଜିଛି ଦିବ୍ୟ ବାବିଆ ।

ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା ବାବିଆ କୁମ୍ଭୀର । ଏହି ମନ୍ଦିର ଭଗବାନ ବିଶୁଣୁଙ୍କୁ ସମର୍ପିତ ଥିବା ବେଳେ ଏଠାରେ ଭକ୍ତ ମାନେ କୁଭୀର ମଧ୍ୟ ପୂଜା କରନ୍ତି । ପୁଜାରିଙ୍କ କହିବା ଅନୁଯାୟୀ ଏହି କୁମ୍ଭୀର ଅଧିକାଂଶ ସମୟ ମନ୍ଦିରର ପୋଖରୀରେ ରହୁଥିବା ବେଳେ ଦ୍ଵିପହରରେ ବାହାରକୁ ଆସେ । ଲୋକଙ୍କ କହିବା ଅନୁଯାୟୀ ବାବିଆ ଆନନ୍ଦ ପଦ୍ମନାଭ ସ୍ବାମୀଙ୍କ ମନ୍ଦିର ର ସୁରକ୍ଷା କରୁଥିଲା ଓ ଭଗବାନ ପ୍ରସାଦ ଖାଇ ବଞ୍ଚୁଥିଲା ।

କିଛି ଦିନ ଧରି ଏ ଅସୁସ୍ଥ ଥିବାରୁ ପଶୁ ଚିକିତ୍ସକ ତାର ପରୀକ୍ଷା କରିଥିଲେ । ମୃତ୍ୟୁର 2 ଦିନ ପୂର୍ବରୁ ବାବିଆ କୁ ଖାଇବାକୁ ଡାକିଲେ ମଧ୍ୟ ସେ ଆଉ ଆସୁ ନ ଥିଲା । ଏହା ପୂର୍ବରୁ ସେ ପୂଜାରୀଙ୍କ ଡାକ ଶୁଣିଲେ କୁଳକୁ ଆସି ପ୍ରସାଦ ଖାଉଥିଲା । ଦିନକୁ 2 ଥର ବାବିଆ କୁ ପ୍ରସାଦ ଖାଉଥିଲା ଓ ଏହା ଖାଇ ଜୀବନ ଧାରଣ କରୁଥିବାରୁ ବାବିଆ କୁ ବିଶ୍ଵ ର ଶାକାହାରୀ ପ୍ରାଣୀ ଭାବେ ଗଣନା ହେଉଥିଲା । ସେ କେବେ ବି ମାଂସ ଖାଉ ନ ଥିଲା କି ମାଛ ଖାଉ ନ ଥିଲା ।

ଲୋକକଥା ଅନୁଯାୟୀ ସେହି ଗୁମ୍ଫାକୁ ସୁରକ୍ଷା ଦେଉଥିଲା ଯେଉଁଠି ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ବାବିଆକୁ ପୂଜା କରିଲେ ଶୁଭ ଫଳ ମିଳେ ବୋଲି ଭକ୍ତଙ୍କ ବିଶ୍ଵାସ ରହିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।