କୁମାର ପୂର୍ଣ୍ଣିମାରେ ଲାଗୁଅଛି ଚନ୍ଦ୍ରଗ୍ରହଣ ! ଚନ୍ଦ୍ର ପୂଜା କରିବେ କି ନାହିଁ ? ଗର୍ଭବତୀ ମହିଳା ସାବଧାନ ! Chandrgrahan

ଚଳିତ ବର୍ଷ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ଲାଗୁଛି । ତେଣୁ ଆଜି ଆମେ ଆପଣଙ୍କୁ ଚନ୍ଦ୍ରଗ୍ରହଣ ସମ୍ବଦ୍ଧୀୟ ଅନେକ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ଦେବା ପାଇଁ ଯାଉଛୁ । କିପରି କୁମାର ପୂର୍ଣ୍ଣିମା ପୂଜା କରିବେ । ଚନ୍ଦ୍ର ଗ୍ରହଣର ଲାଗି ସମୟ ଓ ଛାଡ ସମୟ ସବୁ କିଛି ର ତଥ୍ୟ ଆଜି ଏଥିରେ ଆପଣ ପାଇପାରିବେ । ଆସନ୍ତା 28 ତାରିଖ ଦିନ ଆଶ୍ଵିନ ମାସ ପୂର୍ଣ୍ଣିମା ତିଥି ଶନିବାର ଦିନ ତଥା କୁମାର ପୂର୍ଣ୍ଣିମା ଦିନ ହିନ ଚନ୍ଦ୍ରଗ୍ରହଣ ପଡିବା ପାଇଁ ଯାଉଛି । ଯାହାକି ରାହୁ ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ରହୁଛି ।

ପୂର୍ଣ୍ଣିମା ଓ ପ୍ରତିପଦା ତିଥିର ସନ୍ଧି ସ୍ତଳରେ ହିଁ ଗ୍ରହଣ ଲାଗିଥାଏ । ତେଣୁ 28 ତାରିଖ ଦିନ ରାତି 1 ଟା 5 ମିନିଟରେ ଗ୍ରହଣର ସ୍ପର୍ଶ ସମୟ ଆରମ୍ଭ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣ ସମୟରେ 3 ପ୍ରହର ପୂର୍ବରୁ ପାକ ତ୍ୟାଗ କରିବାର ବିଧି ରହିଥାଏ । ଯଦି 1 ପ୍ରହର 3 ଘଣ୍ଟା ହୁଏ, ତେବେ 3 ପ୍ରହରର 9 ଘଣ୍ଟା ହୋଇଥାଏ । ଗ୍ରହଣର ସ୍ପର୍ଶ ସମୟ ଠାରୁ 9 ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ କରିବାକୁ ପଡିବ ।

ଅପରାହ୍ନ 4 ଟା 5 ମିନିଟ ପୂର୍ବରୁ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଉଚିତ । 4 ଟା 5 ମିନିଟ ପରେ ହାଣ୍ଡିଛାଡ କରାଯିବ ।ଏଥିସହ ଦେବନୀତି ମଧ୍ୟ ବନ୍ଦ ରଖିବା । ତେବେ କୁମାର ପୂର୍ଣ୍ଣିମା ଦିନ ଯେହେତୁ ଚନ୍ଦ୍ର ଗ୍ରହଣ ଲାଗୁଅଛି । ସେହି କାରଣରୁ ଅନେକଙ୍କ ମନରେ ସେହି ଦିନ ଚାନ୍ଦ ପୂଜା ଅର୍ଥାତ ଡାଲା ପୂଜା ହେବ କି ନାହିଁ ପ୍ରଶ୍ନ ଉଠୁଛି ?

ତେବେ ଏଠାରେ ଆମେ ସ୍ପଷ୍ଠ କରି କହିବାକୁ ଚାହୁଁଛୁ । ଯେ ଆପଣ କୁମାର ପୂର୍ଣ୍ଣିମା ଓଷା ସେଦିନ 4 ଟା ବାଜି 5 ମିନିଟ ପୂର୍ବରୁ ସାରିଦେବା ହିଁ ଉଚିତ । ସେହି ସମୟରେ ସନ୍ଧ୍ଯା ବେଳର ସନ୍ଧ୍ୟା ଦେବା କାର୍ଯ୍ୟ ମଧ୍ୟ 4 ଟା ବାଜି 5 ମିନିଟ ପୂର୍ବରୁ ସାରିଦେବା ଉଚିତ ।ଅପରାହ୍ନ 4 ଟା 5 ମିନିଟ ଠାରୁ ରାତି 2 ଟା 22 ମିନିଟ ପର୍ଯ୍ୟନ୍ତ ସମସ୍ତ ଦେବନୀତି ଓ ପାକନୀତିକୁ ବନ୍ଦ ରଖିବାକୁ ପଡିବ ।

ହେଲେ ଏହି ସମୟରେ ରୋଗୀ, ବୃଦ୍ଧ ଓ ଶିଶୁ ମାନଙ୍କ ପାଇଁ କିଛି ବିଶେଷ ନିୟମ ନଥାଏ । ଗର୍ଭବତୀ ମହିଳା ମାନେ ଅତି ଜରୁରୀ ନଥିଲେ ପଦାକୁ ବାହାରିବେ ନାହିଁ । ଘରେ ରହିଥିବା ସମୟରେ ଏକ ନଡିଆ ଓ ତୁଳସୀକୁ ଧରି ଶ୍ରୀ ହରିଙ୍କର ନାମ ଜପ କରିବା ଦ୍ଵାରା ଗ୍ରହଣର କୌଣସି କୁ-ପ୍ରଭାବ ସେମାଙ୍କ ଉପରେ ପଡିନଥାଏ ।

ଗ୍ରହଣ ଛାଡିବା ପରେ ନଡିଆ ଓ ତୁଳସୀକୁ ନେଇ ଜଳରେ ଭସାଇ ଦେବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ  ଧନ୍ୟବାଦ