କୁମାର ପୂର୍ଣ୍ଣିମାରେ କାହିଁକି ଚନ୍ଦ୍ର ପୂଜା କରାଯାଏ ? କୁମାର ପୂର୍ଣ୍ଣିମାର ମହତ୍ଵ କୁଆଁରୀ ଝିଅ ମାନେ ନିଶ୍ଚୟ ଜାଣନ୍ତୁ…

ବନ୍ଧୁଗଣ ଆମ ଓଡିଶାରେ ୧୨ ମାସରେ ତେର ପର୍ବ ପାଳନ କରାଯାଏ । ଏଥି ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ ଅଟେ । ଆଶ୍ଵିନ ମାସରେ ପଡୁଥିବା ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବୋଲି କୁହାଯାଏ । ଏହା ଶରତ ଋତୁରେ ପଡୁଥିବାରୁ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ତେବେ କୁମାର ପୂର୍ଣ୍ଣିମା ତ ଓଡିଶାର ଘରେ ଘରେ ପାଳିତ ହୋଇଥାଏ । ହେଲେ ଏହି ଓଷା କାହିଁକି ପାଳନ କରାଯାଏ ଓ ଏହାର ମହତ୍ଵ କ’ଣ ରହିଛି ? ଏହିସବୁ ବିଷୟରେ ଆଜି ଆମେ ଆପଣ ମାନଙ୍କୁ ବିସ୍ତାର ରୂପେ କହିବାକୁ ଯାଉଛୁ ।

ଏହି ଦିନ ଝିଅ ମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରି ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଥାନ୍ତି । ଯଦି କେହି ମାନସିକ କରିଥାନ୍ତି, ତେବେ ଚଉରା ସାମ୍ନାରେ ଅରୁଆ ଚାଉଳ ଦେଇ ଗୁଆ ବସାଇଥାନ୍ତି । ସନ୍ଧ୍ୟା ସମୟରେ ଝିଅ ମାନେ ନୂଆ ବସ୍ତ୍ର ପରିଧାନ କରି ଚନ୍ଦ୍ରମା ଓ ଚଉରା ପୂଜା କରିଥାନ୍ତି । ଚଉରା ଆଗରେ ମୁରୁଜ ପକାଇ ଫୁଲ, ସିନ୍ଦୁର ଅର୍ପଣ କରାଯାଏ । ଏହି ପୂଜାର ମୁଖ୍ୟ ଫୁଲ ହେଉଛି କଇଁ ଫୁଲ ।

ପୁରାଣରେ ବର୍ଣ୍ଣିତ ଅଛି ଯେ ତୁଳସୀ ଦେବୀ ପତୀବ୍ରତା ନାରୀ ଥିଲେ । ତାଙ୍କର ସତୀତ୍ଵ କାରଣରୁ ତାଙ୍କୁ ତୁଳସୀ ରୂପରେ ପୂଜା ପାଇବା ପାଇଁ ବର ମିଳିଥିଲା । ଯୁଗେ ଯୁଗେ କୁମାରୀ ଝିଅ ମାନେ ଭଲ ବର ପାଇବା ପାଇଁ ଏବଂ ବିବାହିତା ନାରୀ ମାନେ ନିଜ ସ୍ଵାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରିଥାନ୍ତି । ତେଣୁ କୁମାର ପୂର୍ଣ୍ଣିମା ଦିନ ମଧ୍ୟ ଚଉରା ପୂଜା କରିବାର ବିଶେଷ ମହତ୍ତ୍ଵ ରହିଛି ।

ଭଗବାନଙ୍କ ମଧ୍ୟରେ କାର୍ତ୍ତିକଙ୍କୁ ସବୁଠୁ ସୁନ୍ଦର ବୋଲି ମାନାଯାଇଥାଏ । ଏହି ପୂଜାରେ ଚନ୍ଦ୍ରଙ୍କ ଆରାଧନା କରାଯାଏ । ଓଡିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ ମାନଙ୍କର ପର୍ବ ଭାବେ ପାଳନ କରାଯାଇଥାଏ । ଏହି ଦିନ କୁମାରୀ ମାନେ ଭଲ ବର ପାଇବା ପାଇଁ କାର୍ତ୍ତିକଙ୍କୁ ପୂଜା କରିଥାନ୍ତି । ଚନ୍ଦ୍ରମାଙ୍କୁ ଏହି ଦିନ ପୂଜା କରିବା ସହ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରନ୍ତି । ଭଗବାନ କାର୍ତ୍ତିକ ଏହି ଦିନ ତାରକାସୁରକୁ ବଦ୍ଧ କରିଥିବାରୁ ସୁଯୋଗ୍ୟ ଭାବେ ବିବେଚିତ ହୋଇଥିଲେ ।

ଏହି ପୂଜାରେ ଚନ୍ଦ୍ରଙ୍କୁ ଆକାଶରେ ବନ୍ଦାପନା କରାଯାଇଥାଏ । ଓଡିଆରେ କେତେ ଜାଗାରେ ଆଞ୍ଜୁଳି ଟେକା ହୋଇ ନଥାଏ । ହେଲେ ଯେଉଁ ସବୁ ସ୍ଥାନରେ ଆଞ୍ଜୁଳି ଟେକା ହୋଇଥାଏ । ସେମାନେ ଆଞ୍ଜୁଳି ଟେକା ପରେ କୁମାରୀ ମାନେ ଉପାସନା କରି ଚନ୍ଦ୍ର ପୂଜା କରିବା ପରେ ଉପାସନା ଭାଙ୍ଗିଥାନ୍ତି ।

ତେବେ ଏହା ଥିଲା କୁମାର ପୂର୍ଣ୍ଣିମା ବିଷୟରେ କିଛି ମହତ୍ଵ ପୂର୍ଣ୍ଣ କଥା । ତେବେ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲିବେ ନାହିଁ ।