ଆଶ୍ଵିନ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପର୍ବକୁ ସାରା ଓଡିଶାର କୁଆଁରୀ ଝିଅମାନେ ବେଶ ଜାକଜକମରେ ପାଳନ କରିଥାନ୍ତି । ଏହିଦିନ ଚନ୍ଦ୍ର ଷୋହଳ କଳାରେ ପରିପୂର୍ଣ୍ଣ ହୋଇଥାନ୍ତି । ତେଣୁ ଝିଅମାନେ ଭଲ ବର ପାଇବା ପାଇଁ ଏହିଦିନ ଚନ୍ଦ୍ରଙ୍କୁ ଆଞ୍ଜୁଳା ଟେକିବା ସହ ତୁଳସୀ ଚଉରା ମଧ୍ୟ ବନ୍ଦାପନା କରିଥାନ୍ତି । ତେବେ ଆଜି ଆମେ ଜାଣିବା କୁମାର ପୂର୍ଣ୍ଣିମା ଦିନ ତୁଳସୀ ଚଉରାରେ କେଉଁ ଜିନିଷ ବାନ୍ଧିଦେଲେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ଓ ମାତା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବାସ କରିଥାନ୍ତି ।
କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ଯେଉଁ ଷୋହଳଟି କଳାରେ ପରିପୂର୍ଣ୍ଣ ହୋଇଥାନ୍ତି ସେଗୁଡିକ ହେଉଛି:- ଅମ୍ବ୍ରିତା, ମନ୍ଦା, ପୁଷ୍ପା, ପୁଷ୍ଟି, ତୁଷ୍ଟି, ଧୃତି, ଶାସନୀ, ଚନ୍ଦ୍ରିକା, କାନ୍ତି, ଜ୍ୟୋଷ୍ଣା, ମନ୍ଦା, ଶ୍ରୀ, ପ୍ରୀତି, ଅନ୍ଦା, ପୂର୍ଣ୍ଣ ଓ ପୂର୍ଣ୍ଣିମା । ଚନ୍ଦ୍ରମାଙ୍କ କଳା ଭଳି ମନୁଷ୍ୟ ମନରେ ମଧ୍ୟ ଷୋହଳ ପ୍ରକାରର ଅବସ୍ଥା ହୋଇଥାଏ । ଏହିସବୁ କଳା କେବେ ଅଧିକ ତ କେବେ କମ୍ ରହିଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଷୋହଳ କଳାରେ ପରିପୂର୍ଣ୍ଣ ଥିଲେ । ସେଥିପାଇଁ ଏହିଦିନ ଚନ୍ଦ୍ରଙ୍କୁ ପୂଜା କରି ଏହିସବୁ କଳାରେ ପରିପୂର୍ଣ୍ଣ ବର ଲାଭ କରିବା ପାଇଁ କୁଆଁରୀମାନେ ମାନସିକ କରିଥାନ୍ତି ।
କୁମାର ପୂର୍ଣ୍ଣିମା କାହିଁକି ପାଳନ କରାଯାଏ ?
ତେବେ ଶାସ୍ତ୍ର ଅନୁସାରେ ଯେବେ ସମୁଦ୍ର ମନ୍ଥନ ହୋଇଥିଲା ସେଦିନ କୁମାର ପୂର୍ଣ୍ଣିମା ଥିଲା ଏବଂ ମା’ ଲକ୍ଷ୍ମୀ ସେଠାରେ ପ୍ରକଟ ହୋଇଥିଲେ । ସେଥିପାଇଁ ଏହିଦିନ ଚନ୍ଦ୍ରଙ୍କ ସହ ମା ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରାଯାଏ । ମାନ୍ୟତା ରହିଛି କି ମା ଲକ୍ଷ୍ମୀ ଏହିଦିନ ଧରାପୃଷ୍ଠରେ ପ୍ରକଟ ହୋଇଥିଲେ ।
ଏହିଦିନ ମା ଲକ୍ଷ୍ମୀ ତାଙ୍କ ବାହାନ ପେଚା ଉପରେ ବସି ବ୍ରହ୍ମାଣ୍ଡ ଭ୍ରମଣ କରିଥାନ୍ତି ଓ ଭକ୍ତଙ୍କ ଉପରେ କୃପା କରିଥାନ୍ତି । ଯେଉଁ ଘରେ କୁମାର ପୂର୍ଣ୍ଣିମା ଦିନ ଲକ୍ଷ୍ମୀଙ୍କର ପୂଜା ହେଉଥାଏ ମା ସେହି ଘରେ ନିଜ କୃପା ବର୍ଷା କରିଥାନ୍ତି । ଚଳିତ ବର୍ଷ ପୂର୍ଣ୍ଣିମା ତିଥି ୯ ଅକ୍ଟୋବର ସକାଳ ୩:୪୧ ମିନିଟରେ ଆରମ୍ଭ ହୋଇ ୧୦ ଅକ୍ଟୋବର ୨:୨୫ ମିନିଟରେ ଶେଷ ହେବ ।
କୁମାର ପୂର୍ଣ୍ଣିମା ଦିନ ଖିରୀ ଖାଇଲେ କଣ ହୋଇଥାଏ ?
ମାନାଯାଏ କି କୁମାର ପୂର୍ଣ୍ଣିମା ଦିନ ଖିରୀ ଭୋଗ ଲଗେଇ ଚନ୍ଦ୍ରଙ୍କ ଆଲୋକରେ ରଖି ଖିରୀ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଯଦି କୌଣସି ବ୍ୟକ୍ତି ଚର୍ମରୋଗରେ ପୀଡିତ ଅଛନ୍ତି ତେବେ ସେହି ବ୍ୟକ୍ତି ଏହି ଖିରୀ ଖାଇବା ଆବଶ୍ୟକ । ସେହିପରି ଆଖି ରୋଗ ପାଇଁ ମଧ୍ୟ ଏହି ଖିରୀ ଖାଇଲେ ଅନେକ ଲାଭ ମିଳିଥାଏ ।
କୁମାର ପୂର୍ଣ୍ଣିମାରେ କିପରି ପ୍ରଚୁର ଧନଲାଭ କରିବେ ?
କୁମାର ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ଘିଅର ଦୀପଟିଏ ଅର୍ପଣ କରନ୍ତୁ ଓ ଗୋଲାପ ଫୁଲର ମାଳଟିଏ ମଧ୍ୟ ନିଶ୍ଚୟ ଅର୍ପଣ କରନ୍ତୁ । ଏହାସହ କୌଣସି ଧଳା ରଙ୍ଗର ମିଠା ମା’ଙ୍କ ପାଖରେ ଭୋଗ ଲଗାନ୍ତୁ ଓ “ଓଁ ଶ୍ରୀ ଶ୍ରୀୟେ ନମଃ” ବୀଜମନ୍ତ୍ରର ଅବଶ୍ୟ ଜପ କରନ୍ତୁ । ତେବେ କୁମାର ପୂର୍ଣ୍ଣିମା ଦିନ ଆପଣ ନିଜ ଇଚ୍ଛା ମୁତାବକ ବ୍ରତ ରଖନ୍ତୁ । କିନ୍ତୁ ଏହିଦିନ ମା’ ଘର ଘର ବୁଲିଥାନ୍ତି ତେଣୁ ନିଜ ଘରକୁ ନିଶ୍ଚିତ ଭାବେ ପରିଷ୍କାର ରଖନ୍ତୁ । ଏହାସହ ଘରର ମୁଖ୍ୟଦ୍ଵାର ଅବଶ୍ୟ ଖୋଲା ରଖିବା ସହ ଫୁଲରେ ଭଲଭାବେ ସଜାଇ ଦିଅନ୍ତୁ ।
କୁମାର ପୂର୍ଣ୍ଣିମା ଦିନ ଏକ ଧଳା ନେଇ ଷୋହଳଟି ଗଣ୍ଠି ପକାଇ ସେଥିରେ ହଳଦୀ ଲଗାଇ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ । ଏହି ସୂତାରେ ଷୋହଳ ପ୍ରକାରର କାମନା ପୂର୍ଣ୍ଣ ହେବା ସହ ମା ଲକ୍ଷ୍ମୀ ଆପଣଙ୍କ ଘରେ ନିଶ୍ଚିତ ଭାବେ ପ୍ରବେଶ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।