“କଉଠି ଥିଲା ଆସିକି ଆମର ସବୁ ପ୍ଳାନ…” ମ୍ଯାଚ ହାରିବା ପରେ Kuldeep Yadav ଙ୍କୁ ନେଇ ବଡ ବୟାନ ଦେଲେ ଶ୍ରୀଲଙ୍କା ଅଧିନାୟକ Dasun Shanaka !

ଗତକାଲି ଇଡେନ ଗାର୍ଡେନରେ ଶେଷ ହୋଇଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ଯାଚ । ଏହି ମ୍ଯାଚରେ ଭାରତ ଶ୍ରୀଲଙ୍କାକୁ ଚାରି ୱିକେଟରେ ପରାସ୍ତ କରିଛି । ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତିବା ସହ ପ୍ରଥମ ବ୍ୟାଟିଂ କରିଥିଲା । ହେଲେ ଇଣ୍ଡିଆର ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଫିକା ପଡି ଯାଇଥିଲା । ମାତ୍ର 39.4 ଓଭରରେ ଅଲଆଉଟ ହୋଇ 215 ରନ୍ କରିଥିଲା ଶ୍ରୀଲଙ୍କା । ତେବେ ମ୍ଯାଚ ହାରିବା ପରେ ଶ୍ରୀଲଙ୍କା କ୍ଯାପଟେନ ଦସୁନ ଶନକା ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 40 ଓଭର ପୂର୍ବରୁ ହିଁ ସମସ୍ତେ ଆଉଟ ହୋଇ ଯାଇଥିଲେ । ଏହାସହ ମାତ୍ର 215 ରନ୍ ର ସ୍କୋର କରିଥିଲେ । ତେବେ ଭାରତୀୟ ଦଳ ଦ୍ଵିତୀୟ ବ୍ୟାଟିଂ କରି 43 ଓଭର 2 ବଲ୍ ରେ 219 ରନ୍ କରି ମ୍ଯାଚ ଜିତି ନେଇଥିଲେ । ତେବେ କହିବାକୁ ଗଲେ ଏତେ ଛୋଟ ଲକ୍ଷ୍ୟକୁ ହାସଲ କରିବାକୁ ମଧ୍ୟ ଭାରତର ଆରମ୍ଭ ସେତେ ଭଲ ନଥିଲା । ମାତ୍ର 14 ଓଭରରେ ହିଁ ଚାରୋଟି ୱିକେଟ ହରେଇ ସାରିଥିଲା ଭାରତ ।

ତେବେ କେ.ଏଲ ରାହୁଲ ବେଶ ସାବଧାନତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହ କୁଲଦୀପ ଯାଦବ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । କୁଲଦୀପ ଭାଗୀଦାରୀରେ ଅପରାଜିତ 28 ରନ୍ କରି ମ୍ଯାଚ ଜିତାଇବାରେ ସଫଳ ହୋଇଥିଲେ । ସେହିପରି ବୋଲିଂରେ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଥିଲେ କୁଲଦୀପ ।

ତାଙ୍କ ସହ ମହମ୍ମଦ ସିରାଜ ମଧ୍ୟ ବେଶ ଭଲ ପ୍ରଦର୍ଶନ କରି ଉଭୟ ତିନୋଟି ଲେଖାଏଁ ୱିକେଟ ନିଜ ନାଁରେ କରିଥିଲେ । ଏହି ମ୍ଯାଚରେ ୟୁଜଭେନ୍ଦ୍ର ଚହଲଙ୍କ ସ୍ଥାନରେ ଖେଳିବାକୁ ସୁଯୋଗ ପାଇଥିଲେ କୁଲଦୀପ ଯାଦବ । ତେବେ ଏହି ପରାଜୟ ପରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶନକା କୁଲଦୀପଙ୍କୁ ପ୍ରଶଂସା କରି ଏକ ବଡ ବୟାନ ଦେଇଛନ୍ତି । ଦସୁନ କହିଥିଲେ, ଆମ ଦଳ ଆରମ୍ଭରୁ ଭଲ ଖେଳିଥିଲେ ଓ ଆମେ 300ରୁ ଅଧିକ ସ୍କୋର କରିବୁ ବୋଲି ଭାବିଥିଲୁ ।

କିନ୍ତୁ କୁଲଦୀପ ଆସି ଆମର ସବୁ ଆଶା ଭାଙ୍ଗି ଦେଇଥିଲେ । ସେ ବେଶ ଭଲ ବୋଲିଂ କରିଥିଲେ ଓ ତାଙ୍କୁ ଭାରତୀୟ ଟିମ୍ ରେ ଅଧିକ ସୁଯୋଗ ମିଳିବା ଦରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।