ହଠାତ କୁକୁରଟି ଭୁକିବାକୁ ଲାଗିଲା ଓ ମାକୁ ଟାଣି ନେଇଗଲା ପିଲା ପାଖକୁ, ମା ସେଠି ଯାହା ଦେଖିଲା ତାର ହୋସ ଉଡିଗଲା..

କୁକୁରକୁ ସବୁଠାରୁ ବିଶ୍ଵାସୀ ପ୍ରାଣୀ ବୋଲି କୁହାଯାଏ । ସେଥିପାଇଁ ଲୋକମାନେ କୁକୁରକୁ ପାଳି ଥାନ୍ତି । ପ୍ରାୟତଃ ଆମେ କୁକର ସହିତ ଜଡିତ ବିଭିନ୍ନ କାହାଣୀ ଶୁଣିଛୁ ଯେଉଁଥିରେ ଏହି ପଶୁ ନିଜର ଦାୟିତ୍ଵ ନିଜ ମାଲିକ ପ୍ରତି ଦେଖାଇଛି । ୧୯୯୩ ମସିହାରେ ଏହିଭଳି କିଛି ଘଟଣା ହୋଇଥିଲା ଯେଉଁଥିରେ ଗୋଟିଏ କୁକୁର ନିଜ ମାଲିକର ଝିଅର ଜୀବନ ବଞ୍ଚାଇ ଥିଲା ।

କୁକର ବଞ୍ଚାଇଲା ପିଲାର ଜୀବନ

କହିବାକୁ ଗଲେ ଯେଉଁ ସମୟରେ ଏହି ଦୁର୍ଘଟଣା ହେଲା ସେହି ସମୟରେ ଘରେ ମିଂଡୀ, ତାଙ୍କର ୯ ମାସର ଝିଅ ଅମାଂଡ୍ରା ଏବଂ ୬ ମାସର ଝିଅ ରଶେଲ ଥିଲେ । ମିଂଡୀଙ୍କର ବଡ ଝିଅ ବାହାରେ ଖେଳୁଥିଲା । ଏବଂ ଝୋଟ ଝିଅକୁ ସେ ନିଜର ପୋଷା କୁକୁର ସାମନାରେ ଝୁଲଣାରେ ଶୁଆଇ ଦେଇ ନିଜେ ଗାଧୋଇବାକୁ ଗଲେ । କିଛି ସମୟ ପରେ ସେହି କୁକୁରଟି ଭୋକିବାକୁ ଲାଗିଲା ।

କୁକୁରର ଆବାଜ ଶୁଣି ମିଂଡୀଙ୍କୁ ଲାଗିଲା କି କୁକୁରଟି ଏମିତି ହିଁ ଭୋକୁଛି । କିନ୍ତୁ ମିଂଡୀ ବାଥରୁମରୁ ନ ବାହାରିବାରୁ ପୁଣି କୁକୁରଟି ଜୋରରେ ଭୋକିବାକୁ ଲାଗିଲା । ଏହା ପରେ ତାଙ୍କୁ କିଛି ଠିକ ଲାଗିଲା ନାହିଁ ଏବଂ ସେ ବାଥରୁମରୁ ବାହାରିବା ମାତ୍ରେ ହିଁ କୁକୁର ମିଂଡୀଙ୍କୁ ଟାଣି ନେଇ ତାଙ୍କ ଛୋଟ ଝିଅ ପାଖକୁ ନେଇ ଗଲେ । ଏହା ପରେ ମିଂଡୀ ଯାହା ଦେଖିଲେ ତାହା ଦେଖି ତାଙ୍କ ଗୋଡ ତଳୁ ମାଟି ଖସିଗଲା ।

କାରଣ ତାଙ୍କର ଝିଅଙ୍କର ଓଠ ନୀଳ ପଡି ଯାଇଥିଲା । ଏବଂ ସେ ଠିକ ଭବାରେ ନିଶ୍ଵାସ ବି ନେଇ ପାରୁ ନଥିଲା । ତୁରନ୍ତ ମିଂଡୀ ରଶେଲର ପିଠିକୁ ଥାପୁଡିବାକୁ ଲାଗିଲେ ଏବଂ ନିଜ ପାଟି ଦ୍ଵାରା ରଶେଲକୁ ନିଶ୍ଵାସ ଦେଲେ । ଏବଂ ସଙ୍ଗେ ସଙ୍ଗେ ହିଁ ରଶେଲ କାନ୍ଦିବାକୁ ଲାଗିଲା ଏବଂ ତାର ଜୀବନ ବଞ୍ଚି ଗଲା ।

ଡାକ୍ତର ପାଖକୁ ନେଇ ଗଲେ

ନିଜ ଝିଅକୁ ମିଂଡୀ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ନେଇ ଗଲେ ଏବଂ ଡାକ୍ତର ରଶେଲକୁ ଚେକ କରି କହିଲେ କି ରଶେଲଙ୍କ ଗଳାରେ ଖାଦ୍ୟ ଅଟକି ଯାଇଥିଲା । ଯେଉଁ କାରଣରୁ ତାଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା । ଯଦି ମିଂଡୀ ଠିକ ସମୟରେ ନିଜ ପାଟି ଦ୍ଵାରା ନିଶ୍ଵାସ ଦେଇ ନଥାନ୍ତେ ତେବେ ତାହାର ଜୀବନ ଚାଲି ଯାଇଥାନ୍ତା । ନିଜର ଝିଅର ଜୀବନ ବଞ୍ଚାଇବାର ପୁରା ଶ୍ରେୟ ସେ ନିଜର ପେପିଲନ ବ୍ରୀଡ କୁକୁରକୁ ଦେଇଛନ୍ତି ଏବଂ କହିଲେ କି ଠିକ ସମୟରେ ତାଙ୍କର କୁକୁର ନ ଭୋକି ଥିଲେ ତେବେ ତାଙ୍କ ଝିଅ ସହିତ କିଛି ବି ହୋଇ ପାରିଥାନ୍ତା । ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।