କୁକୁର ମଣିଷକୁ ବାହା ହୋଇପାରିବ। କିନ୍ତୁ ଆମେ ମଣିଷକୁ ବାହା ହୋଇ ପାରିବାନି… ଏମିତି କିଛି କହିଛନ୍ତି ଧୃତି ଚାନ୍ଦ ।

ଏ କେମିତିକା ଯୁଗ ହେଲା । କୁକୁର ଙ୍କୁ ଅନୁମତି ଅଛି କିନ୍ତୁ ଆମକୁ ନାହିଁ । କୁକୁର ମଣିଷ ଙ୍କୁ ବାହା ହୋଇ ପାରିବେ କିନ୍ତୁ ମଣିଷ ମଣିଷ ଙ୍କୁ ବାହା ହୋଇ ପାରିବେନି । ଏଭଳି କିଛି କଥା ସୋସିଆଲ ମିଡିଆରେ ଲେଖି କ୍ଷୋଭ କରିଛନ୍ତି ଦୌଡ ରେ ଅଗାରେ ଥିବା ଧୃତି ଚାନ୍ଦ । କାରଣ ସମସ୍ତେ ଜାଣିଛନ୍ତି ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଏପାଇଁ ସୁପ୍ରିମ କୋର୍ଟ ସଫା ସଫା ମନା କରି ଦେଇଛି ।

ସମଲିଙ୍ଗି ବିବାହ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମ କୋର୍ଟ ର 5 ଜଣିଆ ଖଣ୍ଡ ପୀଠ ରାୟ ଦେଉଇଛନ୍ତି । ଆଇନରେ ପରିବର୍ତ୍ତନ ଆଣିବା ସାଂସଦ ର ଅଧିକାରର ପରିସର ରେ ଆସୁଛି । ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟ ର ଅଧିକାର ଗୁପ୍ତ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଆଉ ସୁପ୍ରିମ କୋର୍ଟ ଙ୍କ ଏଭଳି ରାୟ ପରେ ଅଳମ୍ପିୟାନ ଧୃତି ଚାନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି ।

କାରଣ ତାଙ୍କର ମଧ୍ୟ ଜଣେ ବାନ୍ଧବୀ ରହିଛନ୍ତି । ଆଉ ଏହି କଥାକୁ ସେ ସମସ୍ତଙ୍କ ଆଗରେ ସ୍ଵୀକାର ମଧ୍ୟ କରିଛନ୍ତି । ମୋନାଲିସା ନାମକ ଜଣେ ଯୁବତୀ ତାଙ୍କର ପ୍ରେମିକା ବୋଲି ଧୃତି ପୂର୍ବରୁ କହି ସାରିଛନ୍ତି । ଆଉ ଉଭୟଙ୍କ ମଧ୍ୟରେ ସମଲିଙ୍ଗି ସମ୍ପର୍କ ମଧ୍ୟ ରହିଛି । କିନ୍ତୁ ସୁପ୍ରିମ କୋର୍ଟ ର ରାୟ ଅନୁଯାୟୀ ଏବେ ଉଭୟ ପରସ୍ପରକୁ ବାହା ହୋଇ ପାରିବେନି । ସେ ଲେଖିଛନ୍ତି ” ଏ କେଉଁ ଯୁଗ ହେଲା ?

ଏହ ଇ ମଣିଷ କୁକୁର କୁ ବାହା ହେବା ପାଇଁ ଆଇନଗତ ଅଧିକାର ଅଛି । କିନ୍ତୁ ଏଠି ମଣିଷ ମଣିଷ କୁ ବାହା ହେବା ପାଇଁ ଅଧିକାର ନାହିଁ” । ଏ କଥା ଲେଖିବା ସହ ଜଣେ ଯୁବତୀ ଗୋଟେ କୁକୁର ସହ ବିବାହ କରୁଥିବାର ଏକ ଫୋଟୋ ମଧ୍ୟ ଅପଲୋଡ କରିଛନ୍ତି ଧୃତି । ତାଙ୍କ କହିବା ଅନୁଯାୟୀ ଭାରତ ଛଡା ଅନ୍ୟ ଦେଶର ଏହା ଲାଗୁ ହୋଇଛି । ତେବେ ମୋନାଲିସା ଙ୍କ ସମ୍ପର୍କ କୁ ନେଇ ସେ କହିଛନ୍ତି ଯେ ‘ସୁପ୍ରିମ କୋର୍ଟ ସମଲିଙ୍ଗି ସମ୍ପର୍କ କୁ ଅଗ୍ରାହ୍ୟ କରିଲେ ବି ଅଲଗା ହେବାକୁ କହି ନାହାନ୍ତି ।

ସେଥିପାଇଁ ଆମର ସମ୍ପର୍କ ସେମିତି ରହିବ । କେହି ଚାହିଁଲେ ବି ଆମକୁ କେହି ଅଲଗା କରି ପାରିବେନି । କାରଣ ଆମେ ପୂର୍ବରୁ ସ୍ଵାମୀ ସ୍ତ୍ରୀ ଭଳି ରହିଛୁ । ଆଇନଗତ ଅଧିକାର ମିଳୁ କି ନ ମିଳୁ କିନ୍ତୁ ଆମେ ଏକାଠି ରହିବୁ । ବିବାହକୁ ନେଇ ସେ ଆଗକୁ କହିଛନ୍ତି ଯେ 2024 ରେ ଆମର ଆଇନଗତ ମ୍ୟାରେଜ ହେବାର ଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିବାହ ଡେରିରେ ହୋଇପାରେ କିନ୍ତୁ ଅଲଗା ହେବାର ପ୍ରଶ୍ନ ଉଠୁନି ।

ସାରା ସମାଜ ଜାଣିଛି ମୁଁ ଆଉ ମୋ ପ୍ରେମିକା ଆମେ ସ୍ଵାମୀ ସ୍ତ୍ରୀ । ମୁଁ ତାକୁ ଛାଡି ରହି ପାରିବିନି । ସେ ଆଗକୁ କହିଛନ୍ତି ସରକାରଙ୍କର ଉପରେ ବିଶ୍ଵାସ ଅଛି । ଦିନେ ଆମର ବିଜୟ ନିଶ୍ଚାତ୍ୟ ହେବ ଏହା ମୋର ବିଶ୍ଵାସ ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।