କୁକର ଦେଇଥାଏ ଭାଗ୍ୟ ବଦଳିବାର 10ଟି ସଂକେତ, ଜାଣନ୍ତୁ କିପରି (Shakuna Shastra)

ବନ୍ଧୁଗଣ ଆପଣ ମାନେ କୁକୁର ବିଷୟରେ ନିଶ୍ଚୟ ଜାଣିଥିବେ । କୁକୁର କୁ ଆମେ ବିଶ୍ଵସ୍ତ ପ୍ରାଣୀ ଭାବେ ମାନିଥାଉ । ସନାତନ ଧର୍ମ ଅନୁଯାୟୀ ପ୍ରତେକ ପଶୁ ପକ୍ଷୀ ଆମକୁ ଭବିଷ୍ୟତ ବିଷୟରେ କିଛି ନା କିଛି ସଂକେତ ଦେଇଥାନ୍ତି ଯାହା ଆମେ ବୁଝିପାରି ନ ଥାଉ । ସନାତନ ଧର୍ମ ଅନୁଯାୟୀ କୌଣସି ପଶୁ ବା ପକ୍ଷୀ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି ତେବେ ଭଗବାନ ଆମକୁ ସଂକେତ ଦେଇଥାନ୍ତି । କିଛି ଏମିତି ସଂକେତ ହୋଇଥାଏ ଯାହାକୁ ଜାଣିବା ଦ୍ଵାରା ଆମେ ଭବିଷ୍ୟତ ବିଷୟରେ ଜାଣି ପାରିଥାଉ । ଆଜି ଆମେ ଆପଣ ମାନଙ୍କୁ କହିବୁ କୁକୁର ଦ୍ଵାରା କିଛି ସଂକେତ ବିଷୟରେ । ଯାହା ଶୁଭ ଓ ଅଶୁଭ ହୋଇଥାଏ ।

୧- କୁକୁର କୁ ଭୋଜନ କରାଇବା ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଜୀବନରେ କେବେ ବି ଧନର ଅଭାବ ହେବ ନାହି । ଆପଣ ଯେଉଁ ବି କାମରେ ହାତ ଦେବେ ସେଥିରେ ସଫଳ ହେବେ ।

୨- ଯଦି ଆପଣ କୁକୁରକୁ ଭୋଜନ କରୁଥିବାର ଦେଖନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଧନର ଅପାର ବର୍ଷା ହୋଇଥାଏ ।

୩- ଯଦି କୁକୁର ଆପଣଙ୍କୁ ଦେଖିକି ଲାଞ୍ଜ ହଲାଇଥାଏ ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଉପରେ ପଜେଟିଭ ଏନର୍ଜି ରହିଛି । ଆପଣଙ୍କ ଉପରେ କାହାର ନଜର ଲାଗି ନାହି ।

୪- ଯଦି ଆପଣ କୁକୁର କୁଣ୍ଡାଇ ହେଉଥିବାର ଦେଖନ୍ତି ତେବେ ବହୁତ ଶୁଭ ସଂକେତ ହୋଇଥାଏ । ଏହା ଧନ ଆଗମନର ସଂକେତ ହୋଇଥାଏ । ଆଗାମୀ ଭବିଷ୍ୟତରେ ଧନର ବର୍ଷା ହେବାର ସଂକେତ ଅଇଥାଏ ।

୫- ଆପଣ କେଉଁଠି କୁକୁରକୁ ହାଡ ଖଣ୍ଡ ଆଣୁଥିବାର ଦେଖନ୍ତି ବା ହାଡ ଖଣ୍ଡ ଘରେ ପକାଇଥାଏ ତେବେ ଅଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା କରଜ ବଢିଥାଏ, ଟଙ୍କା ବୁଡିବାର ସଂକେତ ହୋଇଥାଏ ।

୬- ଆପଣ କେଉଁଠି କୁକୁରକୁ ପାଣି ପିଉଥିବାର ଦେଖନ୍ତି ଅର୍ଥାତ ଭଲ ପାଣି ପିଉଥିବାର ଦେଖିଲେ ଶୁଭ ଏବଂ ଅପରିଷ୍କାର ପାଣି ପିଉଥିବାର ଦେଖିଲେ ଅଶୁଭ ମାନାଯାଏ । ଭଲ ପାଣି ପିଉଥିବାର ଦେଖିଲେ ଧାନର ଆଗମନ ଏବଂ ଅପରିଷ୍କାର ପାଣି ପିଉଥିବାର ଦେଖିଲେ କରଜ ବଢିଥାଏ ।

୭- କୁକୁର ଘର ପାଖରେ ଆସି କାନ୍ଦିଲେ ଅଶୁଭ ହୋଇଥାଏ । ଏହାର ଅର୍ଥ ଘରେ କାହାର ଅକାଳ ମୃତ୍ୟୁ, କେହି ରୋଗରେ ପଡ଼ିପାରନ୍ତି ।

୮- କୁକୁର ଘରର ଆଖପାଖରେ ଛୁଆ ଜନ୍ମ କରିଲେ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରେ ବହୁତ ପଜେଟିଭ ଏନର୍ଜି ରହିଚି । ଆପଣ ଯେଉଁ କାମ କରିବେ ସଫଳ ହେବେ ।

୯- କୁକୁର ଝଗଡା କରୁଥିବାର ଦେଖିଲେ ଘରର ମୁଖିଆଙ୍କ ଉପରେ ବିପଦ ଆସିବାର ସଂକେତ ମିଳିଥାଏ । ଏହା ସହ କୋର୍ଟ କଚେରୀ ମାମଲା ହୋଇପାରେ ।

୧୦- କୁକୁର ନିଜ ଶରୀର ଆପଣଙ୍କ ଶରୀରରେ ରଗଡିଲେ ଏହା ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।