Success Story- କୃଷକ ର ପୁଅ ହେଲେ IAS, ବିନା କୋଚିଂ, ବିନା ସାହାଯ୍ୟରେ ପ୍ରଥମ ଚେଷ୍ଟାରେ ହିଁ ହେଲେ ସଫଳ, ଆସନ୍ତୁ ଜାଣିବା ତାଙ୍କ ସଫଳତାର ମନ୍ତ୍ର

ମଧ୍ୟପ୍ରଦେଶର ଦମୋହ ଜିଲ୍ଲା ଯେଉଁଠି ଆଗରୁ କେବେ ବି କୃଷକ ର ପୁଅ କଲେକ୍ଟର ଯାଏଁ ପହଞ୍ଚିନି ସେଠି ଆଜି ପୁରା ଜିଲ୍ଲା ରୁ ସନ୍ଦୀପ ପଟେଲ୍ ପ୍ରଥମ ଅଟନ୍ତି ଯିଏ କି UPSC ଭଳି ପରୀକ୍ଷା କୁ ପ୍ରଥମ ଚେଷ୍ଟା ରେ ହିଁ ପାସ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ରେ ଆସିଥିବା ଲିଷ୍ଟ୍ ରେ ତାଙ୍କ ନା ମଧ୍ୟ ଅଛି । ତାଙ୍କୁ ୪୬୪ ରାଙ୍କ ମିଳିଛି । ଖାସ୍ କଥା ଏହା ଅଟେ କି ସନ୍ଦୀପ ପଟେଲ୍ ବିନା କୋଚିଂ ରେ ପ୍ରଥମ ଥର ରେ ହିଁ UPSC ପରୀକ୍ଷା କୁ ପାସ କରିଛନ୍ତି । ତାଙ୍କ ସାମ୍ନାରେ ବହୁତ୍ କଠିନତା ଥିବା ସତ୍ବେ ସେ ଆଜି ସବୁ କୁ ପଛରେ ଛାଡି IAS ଅଫିସର ହାଇଯାଇଛନ୍ତି ।

ସନ୍ଦୀପ ଙ୍କ ଜନ୍ମ ଦାମୋହ ଜିଲ୍ଲା ରେ ହେଇଥିଲା କିନ୍ତୁ ସେ ପାଟଣା ଜିଲ୍ଲା ର ପାବିହି ନଗର ରେ ନିଜ ମା ଘରେ ରହି ପ୍ରଥମ ଶ୍ରେଣୀ ରୁ +୨ ପଯ୍ୟନ୍ତ ପଢିଥିଲେ । ଏକ ଛୋଟ ଗାଁ ଦୋଲି ତହସିଲ ର ବାସିନ୍ଦା ସନ୍ଦୀପ ନିଜ ବାଲ୍ୟକାଳ ରୁ ହିଁ ଅଜା ଙ୍କ ଘରେ ରହି ସେଠାରେ ଥିବା ସରସ୍ଵତୀ ଶିଶୁ ମନ୍ଦିର ରେ +୨ ପର୍ଯ୍ୟନ୍ତ ପଢିଥିଲେ ।

ତାପରେ ସେ ଦିଲ୍ଲୀ ରେ ନିଜର ବାକି ଶିକ୍ଷା ଗ୍ରହଣ କରିଥିଲେ । ସନ୍ଦୀପ ଏକ ସାଧାରଣ କୃଷକ ପରିବାରରୁ ଅଟନ୍ତି । ତାଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନଥିବା ସହିତ ପିତା ଙ୍କ ଗଳା କ୍ୟାନ୍ସର ପାଇଁ ପିତା ମଧ୍ୟ୍ୟ ତାଙ୍କର ଦେଖା ଶୁଣା କରି ପାରିନଥିଲେ । ଏହି ସମୟରେ ସନ୍ଦୀପ ଙ୍କ ଅଜା ଆଇ ତାଙ୍କର ପଢା ର ଦାୟିତ୍ଵ ନେଇଥିଲେ ।

ଗ୍ରାଜୁଏସନ ପାଇଁ ସେ ଦିଲ୍ଲୀ ଆସିଥିଲେ ଏବଂ ନିଜ ଗ୍ରାଜୁଏସନ୍ ପରେ ସିଭିଲ ସର୍ବିସ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ କୋଚିଂ ପାଇଁ ତାଙ୍କ ପାଖରେ ପଇସା ନଥିଲା ସେଥିପାଇଁ ସେ ଅନଲାଇନ ପାଠ ପଢିଥିଲେ । ଯେତେବେଳେ ତାଙ୍କର ମେନ୍ସ କ୍ଲିଅର ହେଲା ସେତେବେଳେ ସେ ଇଣ୍ଟରଭ୍ୟୁ ପାଇଁ କିଛି କ୍ଲାସ୍ କରିଥିଲେ ।

କରୋନା ପାଇଁ ଇଣ୍ଟରଭ୍ୟୁ ଲେଟ ହେଇଥିଲା । ଯେତେବେଳେ ରେଜଲ୍ଟ ବାହାରିଲା ପୁରା ଗାଁ ସାରା ଲୋକ ଖୁସି ପ୍ରକାଶ କରିଥିଲେ । ସନ୍ଦୀପ କହିଛନ୍ତି ମୁଁ ଗୋଟେ ମିଡିଅମ୍ କ୍ଲାସ୍ ଫାମିଲି ରୁ ଅଟେ । ବାପା କୃଷକ ଏବଂ ମାଆ ଗୃହିଣୀ । ସନ୍ଦୀପ ନିଜ ସଫଳତା ର କ୍ରେଡିଟ ନିଜ ବାପା, ମା ଏବଂ ଅଜା, ଆଇ ଏବଂ ଗୁରୁଜନ ବର୍ଗ କୁ ଦେଇଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।