କ୍ରିକେଟ ଅଷ୍ଟ୍ରେଲିୟା ପକ୍ଷରୁ ଟିମ ଚୟନ ହୋଇଛି । ଏହି ଟିମ ରେ ବିରାଟ କୋହଲି ଙ୍କୁ ଅଧିନାୟକ କରାଯାଇଥିବା ବେଳେ ରୋହିତ ଶର୍ମା ଙ୍କୁ ବାଦ ପଡିଛି ।

ନମସ୍କାର ବନ୍ଧୁଗଣ । ଚଳିତ ବିଶ୍ଵକପର ଲିଗ ପର୍ଯ୍ୟାୟ ମ୍ଯାଚ ଶେଷ ହୋଇଛି । ଇଣ୍ଡିଆ 9ଟି ମ୍ଯାଚରେ ବିଜୟୀ ହୋଇ ଅପରାଜୟ ରହିଛି । ଆସନ୍ତା 15 ତାରିଖରେ ସେମି ଫାଇନାଲ ରେ ନିୟୁଜଲ୍ୟାଣ୍ଡ କୁ ଭେଟିବ ଟିମ ଇଣ୍ଡିଆ ।  ତେବେ ଏହି ମ୍ଯାଚ ପୂର୍ବରୁ ବିଶ୍ଵକପର ଶ୍ରେଷ୍ଠ ଏକାଦଶ ବାଛିଛି କ୍ରିକେଟ ଅଷ୍ଟ୍ରେଲିୟା । ଯାହା ଦର୍ଶକ ଙ୍କୁ ଚକିତ କରିଛି । କାରଣ କ୍ରିକେଟ ଅଷ୍ଟ୍ରେଲିୟା ବାଛିଥିବା ଟିମ ରେ ବିରାଟ କୋହଲି ଙ୍କୁ ଅଧିନାୟକ କରା ଯାଇଥିବା ବେଳେ ରୋହିତ ଶର୍ମା ଙ୍କୁ ବାଦ ଦିଆଯାଇଛି ।

ଏପରିକି ଖେଳାଳୟ ଭାବେ ରୋହିତ ଙ୍କୁ ଦଳରେ ସ୍ଥାନ ଦେଇ ନାହିଁ କ୍ରିକେଟ ଅଷ୍ଟ୍ରେଲିୟା । କ୍ରିକେଟ ଅଷ୍ଟ୍ରେଲିୟା ପକ୍ଷରୁ ଘୋଷଣା କରାଯାଇଥିବା 12 ଜଣ ଟିମ ରେ ଭାରତର 4 ଜଣ ଖେଳାଳି ରହିଛନ୍ତି । ସେମାନେ ହେଉଛନ୍ତି ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ମହମଦ ସାମୀ ଓ ଜସପ୍ରିତ ବୁମରା । ସେହିପରି ଅଷ୍ଟ୍ରେଲିୟା ପକ୍ଷରୁ ଡେଭିଡ ବାର୍ଣ୍ଣର, ମ୍ୟାକ୍ସୱେଲ, ଆଡାମ ଜାମ୍ପା ଙ୍କୁ ସ୍ଥାନ ମିଳିଥିବା ବେଳେ ।

ଦକ୍ଷିଣ ଆଫ୍ରିକା ଟିମ ରୁ କୁଇଣ୍ଟନ ଡିପକ, ଏଡନ ମାକ୍ରମ, ମାର୍କୋ ଜାନସେନ ଙ୍କୁ ସ୍ଥାନ ମିଳିଛି । ନିୟୁଜଲ୍ୟାଣ୍ଡ ଟିମ ରୁ ରଚିନ ରବୀନ୍ଦ୍ରଙ୍କୁ ଦଳରେ ନିଆ ଯାଇଥିବା ବେଳେ 12ତମ ଖେଳାଳି ଭାବେ ଶ୍ରୀଲଙ୍କାର ଦ୍ରୁତ ବୋଲୋର ଦିଲସାନ ଙ୍କୁ ଟିମ ରେ ସ୍ଥାନ ଦେଇଛି କ୍ରିକେଟ ଅଷ୍ଟ୍ରେଲିୟା । କ୍ରିକେଟ ଅଷ୍ଟ୍ରେଲିୟା ଘୋଷିତ କରିଥିବାବ ଟିମ ରେ ସ୍ଥାନ ପାଇଥିବା 4 ଭାରତୀୟ ଖେଳାଳୀ ଚଳିତ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଛନ୍ତି ।

ବିରାଟ ଏ ଯାଏଁ 9ଟି ମ୍ଯାଚରୁ 5ଟି ଅର୍ଦ୍ଧ ଶତକ ଓ 2ଟି ଶତକ ସହ 1294 ରନ କରି ଲିଗ ପର୍ଯ୍ୟାୟ ଶେଷ ସୁଧା ଟପ ସ୍କୋର ରେ ରହିଛନ୍ତି । ସେହିପରି ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଟେ ୱିକେଟ ହାସଲ କରିଛନ୍ତି କୋହଲି । ଅନ୍ୟ ପଟେ ଜାଡେଜା ଅଲ ରାଉଣ୍ଡର ଭାବେ ଚଳିତ ବିଶ୍ଵକପରେ ଦମଦାର ଫର୍ମ ରେ ରହିଛନ୍ତି । ଜାଡେଜା ଏବେ ଯାଏଁ 111 ରନ କରିଥିବା ବେଳେ 16ଟି ୱିକେଟ ଅକ୍ତିଆର କରିଛନ୍ତି ।

ଦୁଇ ଭାରତୀୟ ବୋଲୋର ଙ୍କୁ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିୟା ଶ୍ରେଷ୍ଠ ଏକାଦଶ ଟିମ ରେ ସାମିଲ କରିଛି । ଭଲ ଫର୍ମ ରେ ଥିବା ମହମଦ ସାମୀ ଓ ଜସପ୍ରିତ ବୁମରା 18 ରେ ସ୍ଥାନ ପାଇଛନ୍ତି । ବୁମରା 9ଟି ମ୍ଯାଚରୁ 17ଟି ୱିକେଟ ନେଇଥିବା ବେଳେ ସାମୀ 5ଟି ମ୍ଯାଚରୁ 16ଟି ୱିକେଟ ନେଇଛନ୍ତି । ଏହି ଟିମ ଚୟନରେ ରୋହିତ ଶର୍ମା ଙ୍କୁ ବାଦ ଦେବା କ୍ରିକେଟ ପ୍ରେମିଙ୍କୁ ଚକିତ କରିଛି । କାରଣ ରୋହିତ ଚଳିତ ବିଶ୍ଵକପରେ 503 ରନ କରିଥିଲେ ମଧ୍ୟ ଟିମ ରେ ସ୍ଥାନ ଦେଇ ନାହିଁ କ୍ରିକେଟ ଅଷ୍ଟ୍ରେଲିୟା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।