କ୍ରିକେଟ ବିଶ୍ଵକପର ମୂଲ୍ୟ କେତେ ଟଙ୍କା ? ବିଶ୍ଵକପ କେଉଁଥିରେ ତିଆରି ହୁଏ ? ହଁ ଦର୍ଶକ ବନ୍ଧୁ ଚଳିତ ବର୍ଷ କ୍ରିକେଟ ବିଶ୍ବକପ ପାଇଁ ଚାଲିଛି ଜୋରଦାର ସଂଘର୍ଷ । ଆଇସିସିସି ଖର୍ଚ୍ଚ କରୁଛି ପୁଳା ପୁଳା ଟଙ୍କା । ହଜାର ହଜାର ଟଙ୍କାର ଟିକେଟ କିଣି ଦର୍ଶକ ମାନେ କ୍ରିକେଟ ଦେଖିବାକୁ ଯାଉଛନ୍ତି । କିନ୍ତୁ କିଏ ଜାଣିଛନ୍ତି କି ଯେଉଁ ବିଶ୍ଵକପ ପାଇଁ ସଂଘର୍ଷ ଚାଲିଛି ତାହାର ଦାମ କେତେ ?
କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ଏହାକୁ ତିଆରି କରିବା ପାଇଁ ? ବିଶ୍ଵକପର ଓଜନ କେତେ ? ଏହାକୁ କିଏ ତିଆରି ପ୍ରଥମେ କିଏ କରିଥିଲେ ? ଏହି ଡିଜାଇନର ନିର୍ମାଣ କେବେ ଠାରୁ ହୋଇଥିଲା ? 1999 ମସିହା ପୂର୍ବରୁ କ୍ରିକେଟ ବିଶ୍ଵକପରେ ଏବେକାର ଭଳି ଟ୍ରଫି ନ ଥିଲା । ସେହି ସମୟରେ ମ୍ଯାଚରେ ଅଲଗା ଅଲଗା ଡିଜାଇନର ଟ୍ରଫି ଦିଆ ଯାଇଥିଲା ।
ଆପଣ ମାନେ ନିଶ୍ଚୟ ଦେଖିଥିବେ ୱେଷ୍ଟ ଇଣ୍ଡିଜ ହେଉ କି ଇଣ୍ଡିଆ ସେତେବେଳର ତ୍ରଫଇ ଓ ଏବେକାର ଟ୍ରଫି ସଂପୂର୍ଣ୍ଣ ଅଲଗା ରହିଛି । କିନ୍ତୁ 1999 ବିଶ୍ଵକପରେ ଏଥିରେ ପରିବର୍ତ୍ତନ କରିଥିଲା ଆଇସିସିସି । ବିଶ୍ଵକପରେ ଗୋଟେ ପ୍ରକାରର ଟ୍ରଫି ର ଡିଜାଇନ କରିବା ପାଇଁ ସ୍ଥିର କରା ଯାଇଥିଲା । ଆଉ ଏହାର ଦାୟିତ୍ଵ ଦିଆ ଯାଇଥିଲା ଗାରେଡ ଆଣ୍ଡ କମ୍ପାନୀ ର ପର୍ଣ୍ଣ ମାର୍ସନ ଙ୍କୁ ।
ସେ ହିଁ ଏହି ଟ୍ରଫି କୁ ତିଆରି କରିଥିଲେ । ବର୍ତ୍ତମାନ ର ବିଶ୍ଵକପ ଦେଖିବାକୁ ଖୁବ ସୁନ୍ଦର । ଏହାର ଓଜନ ହେଉଛି ପାଖା ପାଖି 11 କେଜି ରୁ ଅଧିକ । ସୁନା ଓ ରୂପାର ମିଶ୍ରଣ ରେ ଏହି ବିଶ୍ଵକପ କୁ ତିଆରି କରା ଯାଇଛି । ଏହାର ଦାମ ରହିଛି ପାଖା ପାଖି 25 ଲକ୍ଷ ଟଙ୍କା । ତେବେ ଦାମୀ ଟ୍ରଫି ମଧ୍ୟରୁ କ୍ରିକେଟ ଟ୍ରଫି ହେଉଛି ଗୋଟିଏ । ଯଦି ଏହାକୁ କୌଣସି ଦଳ ବିକ୍ରି କରିବାକୁ ଚାହାଁନ୍ତି ତେବେ ବିକ୍ରି କରି ପାରିବେ ନାହିଁ ।
କାରଣ ଏହାକୁ ବିକ୍ରି କରିବା ଆଇନଗତ ଅପରାଧ ଅଟେ । ଯଦି କୌଣସି ଦେଶ ପାଖରେ କପ କୁ ରଖିବା ପାଇଁ ସ୍ଥାନ ଥିବ ତେବେ ଏହି କପ କୁ ଆଇସିସିସି କୁ ଦେବାକୁ ହେବ । ଏହି ଟ୍ରଫି ର ଡିଜାଇନ ପୁରା କ୍ରିକେଟ ଖେଳକୁ ପ୍ରତିନିଧିତ୍ଵ କରେ । ସେଥିପାଇଁ ଏହାକୁ ବିକ୍ରି କରିବା ନିଷେଧ ଅଟେ । ତେବେ ଏହା ଥିଲା ବିଶ୍ଵକପ ର ସଂପୂର୍ଣ୍ଣ ତଥ୍ୟ । ଯାହା ପୂର୍ବରୁ କେହି ହୁଏ ତ ଜାଣି ନ ଥିବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।