କୋହିଲିଙ୍କ ର ଫ୍ୟାନ୍ ଯେବେ ଜାଲି ଡେଇଁ ଗ୍ରାଉଣ୍ଡରେ ପହଞ୍ଚିଲା, ତା ପରେ ଯାହା ହେଲା କରିଦେବ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି ଭିଡିଓ

ଭାରତୀୟ କ୍ରିକେଟ ଟିମ୍ ର କ୍ଯାପ୍ଟେନ ବିରାଟ କୋହଲି ବାଂଲାଦେଶ ବିରୁଧରେ ଖେଳିଥିବା ସିରିଜର ପ୍ରଥମ ଟେଷ୍ଟ ଇନ୍ଦୋରରେ ହୋଇଥିଲା । ହେଲେ ଏହା ପୂର୍ବରୁ ଗୋଟେ ଟେଷ୍ଟ ମ୍ୟାଚ ଖେଳିଥିଲେ ଅବଶ୍ୟ ସେ ସେହି ମ୍ୟାଚ ରେ ବେଶି ଖାସ ପଦର୍ଶନ କରି ପାରିନଥିଲେ ତଥାପି ସେ ତାଙ୍କ ଫ୍ୟାନ୍ ମାନଙ୍କ ର ମନ ଜିତି ନେଇଥିଲେ । ତାଙ୍କର ଏହି କାମ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲା ।

ବିରାଟ କୋହଲି ଖେଳୁଥିବା ସେହି ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଡ୍ରିଂକ୍ସ ବ୍ରେକ୍ ସମୟରେ କୋହଲିଙ୍କ ଏକ ଫ୍ୟାନ ଜାଲି ରୁ ଡେଇଁ ଗ୍ରାଉଣ୍ଡ ଭାତରକୁ ଆସି ଯାଇଥିଲା । ସେ ତା ଦେହରେ(ଭିକେ)ନାମକ ଏକ ଟାଟୁ କରିଥିଲା । ସେ କୋହୋଲିଙ୍କ ପାଦ ଛୁଇଁବା ପାଇଁ ଚେଷ୍ଟା କରୁଥିଲା, ସେହି ସମୟରେ ସୁରକ୍ଷା ଅଧିକାରୀ ମାନେ ଆସି ଯାଇଥିଲେ ଯାହା ଦ୍ଵାରା କୋହଲି ସେହି ଫ୍ୟାନ ର କାନ୍ଧ ଉପରେ ହାତ ରଖି ସୁରକ୍ଷା ଅଧିକାରୀଙ୍କୁ ତାକୁ ଛାଡିଦେବା ପାଇଁ ଅପିଲ କଲେ । କୋହଲି ଙ୍କ ର ଏହି କାର୍ଯ୍ୟ ସମସ୍ତ ଙ୍କ ମନକୁ ଆକର୍ଷିତ କରିଥିଲା ।

ବାଂଲାଦେଶ ବିରୁଦ୍ଧରେ ଖେଲା ଯାଇଥିବା ଏହି ମ୍ୟାଚ ରେ ଭାରତ ଜିତ ହାସଲ କରିଥିଲା । ମ୍ୟାଚ ର ତୃତୀୟ ଦିନ ରେ ଭାରତ ୧୩୦ ରନ ରେ ବାଂଲାଦେଶ କୁ ହରାଇଥିଲା । ଏହି ମ୍ୟାଚ ରେ ମୟଙ୍କ ଅଗ୍ରୱାଲ (୨୪୩ ) ରନ୍ କରି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ ।

ମ୍ୟାଚ ର ପ୍ରଥମେ ବ୍ୟାଟିଂ କରିଥିବା ବାଂଲଦେଶ ପ୍ରଥମ ଇନିଙ୍ଗ୍ସ ରେ (୧୫୦) ରନ କରିଥିଲେ । ଏହାର ପ୍ରତି ଉତର ଦେଇ ଭରତ (୪୯୩/୬ ) ର ବଡ ସ୍କୋର କରି ଡିକ୍ଲେଆର କରିଥିଲେ । ସେକେଣ୍ଡ ଇନିଙ୍ଗ୍ସ ରେ ବାଂଲଦେଶ ୨୧୩ ରନ ରେ ଅଲଆଉଟ ହେଇଯାଇଥିଲା । ଏହିପରି ଭାବରେ ଭାରତ ବାଂଲାଦେଶ କୁ ପରାଜୟ କରିଥିଲା ଏବଂ ବିରାଟ କୋହଲି ତାଙ୍କ ଫ୍ୟାନ ମାନଙ୍କୁ ଉଶ୍ଚାହିତ କରିଥିଲେ ।