ଆପଣଙ୍କ ଆଧାର କାର୍ଡରେ ଆଉ କେହି ସିମ ବ୍ୟବହାର କରୁଛି କି ? କିପରି ଆପଣ ଜାଣିବେ କି ଆପଣଙ୍କ ଆଧାର କାର୍ଡ ରେ କେତୋଟି ସିମ କିଣା ହୋଇଛି ?

ଫୋନ ସିମ କିଣିବାକୁ ହେଲେ ଏବେ ଅନିବାର୍ଯ୍ୟ ହେବ ଆଧାର କାର୍ଡ । ବିନା ଆଧାର କାର୍ଡରେ ଗ୍ରାହକ ସିମ କିଣି ପାରିବେ ନାହିଁ । କିନ୍ତୁ ଏପରି ଦେଖିବାକୁ ମିଳିଛି କିଛି ସିମ ବିକ୍ରେତା ବିନା ଆଧାର କାର୍ଡରେ ଲୋକଙ୍କୁ ସିମ ଦେଇ ଦିଅନ୍ତି । ଆଉ ପରେ ଜଣାପଡେ ଯେ, ସେହି ସିମ ଟି ଅନ୍ୟ କାହା ନାମରେ ରେଜିଷ୍ଟ୍ରେଶନ ହୋଇଛି । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ଆଧାର କାର୍ଡରେ କେତେ ସିମ ଆକ୍ଟିଭେଟ ହୋଇଛି ତେବେ ଏହି ପ୍ରଣାଳୀକୁ ଆଧାର କରି ଜାଣି ପାରିବେ ।

ଏଥିପାଇଁ ଆପଣଙ୍କୁ TAF-COP ପୋର୍ଟାଲର ବ୍ୟବହାର କରିବାକୁ ପଡିବ । ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେଶନ(DOT) ଟାଫ-କପ୍ ନାମକ ଏକ ୱେବ ପୋର୍ଟାଲ ଲଞ୍ଚ କରିଛି । ଏହି ପୋର୍ଟାଲ ଦ୍ଵାରା ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ ଆକ୍ଟିଭେଟ କରାଯାଇଛି ତାହା ଆପଣ ଜାଣି ପାରିବେ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଆଧାର କାର୍ଡରେ ଆକ୍ଟିଭ ହୋଇଥିବା ସିମ ଅନ୍ୟ କେଉଁ ଗ୍ରାହକ ବ୍ୟବହାର କରୁଛନ୍ତି, ତେବେ ଆପଣ ସେହି ସେବାକୁ ବନ୍ଦ କରିବା ପାଇଁ ଆବେଦନ କରିପାରିବେ ।

ଆବେଦନ କରିବା ପାଇଁ ପ୍ରଥମେ ଆପଣଙ୍କୁ ଟାଫ-କପ୍ ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଏହି ଲିଙ୍କ https://tafcop.dgtelecom.gov.in ଉପରେ କ୍ଲିକ କରିବାକୁ ହେବ । ୱେବସାଇଟର ହୋମପେଜ୍ ଖୋଲିବା ପରେ ସେଠାରେ ଆପଣଙ୍କୁ ନିଜ ମୋବାଇଲ ନମ୍ବର ଦେବାକୁ ପଡିବ ଓ ଏହାପରେ OTP ପାଇଁ ରିକ୍ୟୁଏଷ୍ଟ କରିବାକୁ ପଡିବ । DOT ପକ୍ଷରୁ OTP ଆସିବା ପରେ ଆପଣଙ୍କୁ ସାଇନ ଇନକୁ ଭାଲିଡେଟ କରିବାକୁ ପଡିବ ।

ଭାଲିଡେଟ ହୋଇଯିବା ପରେ ସେହି ମୋବାଇଲ ନମ୍ବର କେଉଁ ଆଧାର କାର୍ଡ ସହ ଯୋଡି ହୋଇ ରହିଛି ତାହା ଜଣା ପଡିଯିବ । ଯେଉଁ ସିମ ଆପଣଙ୍କ ଆଧାର କାର୍ଡ ଦ୍ଵାରା ଜାରି କରା ଯାଇଥିବ କିନ୍ତୁ ଆପଣଙ୍କ ସେହି ସିମ ହୋଇ ନଥିବ ତେବେ ସେହି ସିମକୁ ବନ୍ଦ କରିବାର ନିବେଦନ ମଧ୍ୟ ଆପଣ ଏହି ୱେବ ପୋର୍ଟାଲ ମାଧ୍ୟମରେ କରିପାରିବେ ।

ଏଠାରେ କହି ରଖୁଛୁ କି, DOT ଗାଇଡଲାଇନ ଅନୁସାରେ ଗୋଟିଏ ଆଧାର କାର୍ଡ ସହ ୯ଟି ସିମକୁ କନେକ୍ସନ ମିଳିପାରିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମନ୍ନ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।