ଦେଖନ୍ତୁ Live ଭୟଙ୍କର ଜଳ ପ୍ରଳୟ, ଭାସିବାକୁ ଲାଗିଲା ଗାଡି, ବୁଡିବାକୁ ଲାଗିଲା ଘର, Video ଦେଖିଲେ ଆପଣ ବି ଡରିଯିବେ

ଗୁଜୁରାଟରେ ମୁଷଳଧାରା ବର୍ଷା ଅନେକ ସ୍ଥାନରେ ସମସ୍ଯା ବଢାଇ ଦେଇଛି । ଜାମନଗର ଓ ରାଜକୋଟରେ ପରିସ୍ଥିତି ସବୁଠୁ ଅଧିକ ଶୋଚନୀୟ ହୋଇପଡିଛି । ଜାମନଗରର ଅବସ୍ଥା ଦେଖି ଏମିତି ଲାଗୁଛି ଯେମିତି ସମୁଦ୍ରରୁ ସୁ-ନା-ମି ମା-ଡି ଆସିଛି । ବର୍ଷା ଯୋଗୁଁ ବନ୍ୟା ଜଳ ଭ-ୟା-ନ-କ ନଦୀର ରୂପ ନେବା ଫଳରେ ଅନେକ ଘର ଉପରେ ଏହାର ପ୍ରଭାବ ପଡିଛି । ଜଳଘେରି ମଧ୍ୟରେ ଫ-ସି ଯାଇଥିବା ଅନେକ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।

ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ୩୧ ଜଣଙ୍କୁ ସେଠାରୁ ସୁରକ୍ଷିତ ଭାବେ କଢା ଯାଇଥିବା ସୂଚନା ମିଳିଛି । ଚାରିଆଡେ ପାଣି ଭରି ହୋଇ ରହିଥିବାରୁ ଗାଁ ଲୋକେ ଘରର ଛାତ ମାନଙ୍କରେ ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି । NDRF ଟିମ ଓ ଏୟାରଫୋର୍ସ ଜରିଆରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ସେହିପରି ରାଜକୋଟରେ ମଧ୍ୟ ବର୍ଷାପାଣି ଯୋଗୁଁ ରାସ୍ତାରେ ନଦୀ ଭଳି ଜଳପ୍ରବାହ ହେଉଛି । ଗାଡି ଗୁଡିକ ରାସ୍ତାରେ ଭାସିବା ସହ ଲୋକଙ୍କୁ ଯାତାୟାତରେ ବାଧା ସୃଷ୍ଟି ହେଉଛି ।

ଭିଡିଓ ଦେଖି ଆପଣ ବନ୍ୟାର ଭ-ୟା-ବ-ହ-ତା-ର ଅନୁମାନ କରି ପାରୁଥିବେ । ଏପରି ଆପଦ ସମୟରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଭାର ସମ୍ଭାଳିଛନ୍ତି । ବନ୍ୟା ପରିସ୍ଥିତିକୁ ନେଇ ସେ ଏକ ମିଟିଂ ଡକାଇଥିଲେ । ଏହି ମିଟିଂରେ ରାଜ୍ୟର ଚିଫ୍ ସେକ୍ରେଟାରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ମିଶି ଜାମନଗର ଓ ରାଜକୋଟରେ ହୋଇଥିବା ଭୀଷଣ ବନ୍ୟା ପରିସ୍ଥିତିକୁ ନେଇ ଚର୍ଚ୍ଚା କରିଥିଲେ । ଏହାସହ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କୁ ଥୟଥାନ କିପରି କରାଯିବ ଏହା ଉପରେ ମଧ୍ୟ କଥା ହୋଇଥିଲେ ।

ଏହାକୁ ନେଇ ଭୂପେନ୍ଦ୍ର ପଟେଲ ଜିଲ୍ଲା କଲେକ୍ଟରଙ୍କ ସହ ମଧ୍ୟ କଥା ହୋଇ ଅତିଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ମଧ୍ୟ କହିଥିଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ସକ୍ରିୟ ହୋଇଥିଲା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାମନଗରରେ ପ୍ରାୟ ତିନୋଟି ଗ୍ରାମର ଲୋକେ ଜଳବନ୍ଦୀ ହୋଇ ଯାଇଥିଲେ । ଜାମନଗର ଓ ଆଖପାଖର ନଦୀରେ ବଢି ଆସିବା ସହ କେତୋଟି ନଦୀ ବିପଦ ସଙ୍କେତ ମଧ୍ୟ ପାର କରି ସାରିଛନ୍ତି ।

ଜାମନଗର ଓ ରାଜକୋଟରେ ଏବେ ଯେଉଁପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି, ଯଦି ଆଗକୁ ମୁଷଳଧାରା ବର୍ଷା ଲାଗି ରୁହେ ତେବେ ସମସ୍ଯା ଆହୁରି ବଢି ଯାଇ ପାରେ । ସେଠାକାର ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଦିଲ୍ଲୀ ଓ ପଞ୍ଜାବରୁ ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ଟିମ ମଧ୍ୟ ପଠାଯାଉଛି ।

ଆଶା କରୁଛୁ ସେଠାକାର ପରିସ୍ଥିତି ଶୀଘ୍ର ସାମାନ୍ଯ ହୋଇଯିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗୁଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।