ସେନା ହେଲିକପ୍ଟର କ୍ରାଶରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ୧୩ ଜଣ ଯବାନଙ୍କ ମୃତ୍ୟୁ ହେବା ପରେ ଦେଶ ଏବେ ବି ଶୋକସନ୍ତପ୍ତ ରହିଛି । ସବୁ ବୀର ସୁପୁତ୍ର ମାନଙ୍କୁ ସସମ୍ମାନ ଅନ୍ତିମ ବିଦାୟ ଦିଆ ସରିଛି । ଜେନେରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାୱତ ସର୍ବଦା ଛାଇ ଭଳି ସାଥିରେ ରହିଥାନ୍ତି । ତାଙ୍କର ହସ ହସ ମୁହଁ ଏବେ ବି ଆଖି ଆଗରେ ନାଚି ଯାଉଛି । ତେବେ ଚାଲନ୍ତୁ ଜାଣିବା ମଧୁଲିକା ରାୱତଙ୍କ ବିଷୟରେ କିଛି ବିଶେଷ କଥା ।
ଆପଣ ଏଭଳି ଅନେକ ସମ୍ପର୍କ ବିଷୟରେ ଶୁଣିଥିବେ ଯେଉଁମାନେ ଏକାଠି ବଞ୍ଚିବା ସହ ଏକାଠି ମରିଛନ୍ତି ମଧ୍ୟ । ଏହିଅପରି ଏକ ଅଦ୍ଭୁତ ସଂଯୋଗ ବନିଛି ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହ । ମଧୁଲିକା ସବୁବେଳେ ଜେନେରାଲ ରାୱତଙ୍କ ସାଥିରେ ଦେଖାଯାନ୍ତି ଓ ମରିବା ବେଳେ ମଧ୍ୟ ତାଙ୍କ ସହିତ ଥିଲେ । ମଧୁଲିକା ରାୱତ ଆର୍ମି ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷା ଥିଲେ । ସେ ଜଣେ ଭାରତୀୟ ସାମାଜିକ କାର୍ଯ୍ୟକତା ଓ ମିଡିଆ ସହ ସମ୍ବନ୍ଧିତ ବ୍ୟକ୍ତିତ୍ବ ଥିଲେ ।
ଯେତେବେଳେ ଜେନେରାଲ ରାୱତ ଆର୍ମିରେ କ୍ଯାପଟେନ ଥିଲେ ସେତେବେଳେ ମଧୁଲିକାଙ୍କ ସହ ତାଙ୍କର ବିବାହ ହୋଇଥିଲା । ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ମଧୁଲିକାଙ୍କ ଜନ୍ମ ହୋଇଥିଲା । ଗୋଆଲିୟରର ସିନ୍ଧିଆ କନ୍ୟା ବିଦ୍ୟାଳୟରୁ ସେ ନିଜ ସ୍କୁଲ ଶିକ୍ଷା ପ୍ରାପ୍ତ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ମନୋବିଜ୍ଞାନରେ ନିଜ ପାଠପଢା ସମ୍ପନ୍ନ କରିଥିଲେ । ମଧୁଲିକାଙ୍କ ପିତା ମୁଗେନ୍ଦ୍ର ସିଂ ଶହଡୋଲ ଜିଲ୍ଲାର ଏକ ସମ୍ଭ୍ରାନ୍ତ ରାଜ ପରିବାରର ଥିଲେ ଓ ୧୯୬୭ ରୁ ନେଇ ୧୯୭୨ ମଧ୍ୟରେ କଂଗ୍ରେସର ବିଧାୟକ ମଧ୍ୟ ରହିଥିଲେ ।
ମଧୁଲିକା ୧୯୮୬ରେ ବିପିନ ରାୱତଙ୍କ ସହ ବିବାହ କରିଥିଲେ । ଜେନେରାଲ ରାୱତ କେତେକ ମହତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ ଥିବାରୁ ବିବାହର କିଛି ବର୍ଷ ମଧୁଲିକାଙ୍କୁ ଜେନେରାଲ ରାୱତଙ୍କ ଠାରୁ ଦୂରେଇ ରହିବାକୁ ପଡିଥିଲା । ଏହାପରେ ଜେନେରାଲ ରାୱତ ନିଜ ପରିବାରକୁ ତାଙ୍କ ସାଥିରେ ନେଇ ରଖିଥିଲେ । ମଧୁଲିକା ସବୁବେଳେ ଅନ୍ୟର ସାହାଯ୍ୟ କରିବାକୁ ପସନ୍ଦ କରୁଥିଲେ । ସେଥିପାଇଁ ସେ ଏନଜିଓ ଏବଂ ୱେଲଫେୟାର ସୋସାଇଟି ପାଇଁ କାର୍ଯ୍ୟ କରୁଥିଲେ ।
ସେନାରେ କାର୍ଯ୍ୟ କରୁଥିବା ଯବାନ ମାନଙ୍କର ପତ୍ନୀଙ୍କୁ ସାହାଯ୍ୟ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ସେଥିପାଇଁ ସେ ଆର୍ମି ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷା ମଧ୍ୟ ହୋଇଥିଲେ । ଜେନେରାଲ ରାୱତ ଓ ମଧୁଲିକା ଙ୍କର କୃତିକା ଓ ତାରିଣୀ ନାମକ ଦୁଇ ଝିଅ ଅଛନ୍ତି । ବଡଝିଅ ମୁମ୍ବାଇରେ ବିବାହ କରିଥିବା ବେଳେ ସାନଝିଅ ଏବେ ବି ପାଠ ପଢୁଛନ୍ତି । ସେ ନିଜ ପିତାମାତାଙ୍କ ସହ ଦିଲ୍ଲୀରେ ରହୁଥିଲେ ।
ମଧୁଲିକା ଆର୍ମି ୱେଲଫେୟାର ଆସୋସିଏସନ ର ଅଧ୍ୟକ୍ଷା ଥିଲେ, ଯାହା ରକ୍ଷା ସଦସ୍ୟଙ୍କ ପରିବାରର କଲ୍ୟାଣ ପାଇଁ ତଥା ଶହୀଦ ସୈନିକଙ୍କ ପରିବାରର ସମର୍ଥନ ଏବଂ ଉତ୍ଥାନ ପାଇଁ କାର୍ଯ୍ୟ କରିଥାଏ । ମଧୁଲିକା ‘ବୀର ନାରୀଜ’ ଭଳି ଏନଜିଓ ସହ ମଧ୍ୟ ଜଡିତ ଥିଲେ, ଯାହା ସୈନ୍ୟ କର୍ମୀଙ୍କ ବିଧବା ପତ୍ନୀ, ବିକଳାଙ୍ଗ ପିଲା ଏବଂ କ୍ୟାନ୍ସର ପୀଡିତଙ୍କ ସାହାଯ୍ୟ ପାଇଁ କାର୍ଯ୍ୟ କରେ ।
ମଧୁଲିକା ତାଙ୍କ ପୁରା ଜୀବନ ଅନ୍ୟର ସେବା ଓ ସାହାଯ୍ୟରେ ବିତାଇ ଦେଇଥିଲେ । ସେ ମହିଳା ମାନଙ୍କୁ ଟେଲରିଙ୍ଗ, ବ୍ୟୁଟିସିଆନ ଏବଂ ଚକୋଲେଟତିଆରି କରିବା ଭଳି କାର୍ଯ୍ୟର ଟ୍ରେନିଂ ନେଇ ସ୍ଵରୋଜଗାର କ୍ଷମ ହେବାକୁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।