K ନାମ ଥିବା ବ୍ୟକ୍ତିଙ୍କ ଜୀବନର ସତ କଥା, ଅଭ୍ୟାସ, ସ୍ଵଭାବ, ଗୁଣ, ଅବଗୁଣ ଏବଂ ସଫଳତାର ଉପାୟ

ଆଜି ଆମେ କଥା ହେବା K ନାମ ଥିବା ଲୋକଙ୍କ ବିଷୟରେ । ତାଙ୍କର କଣ ଅଭ୍ୟାସ, ସ୍ଵଭାବ, ଗୁଣ, ଅବଗୁଣ ଏବଂ କେଉଁ ଦେବତାଙ୍କୁ ସେମାନେ ପୂଜା କଲେ ସେମାନଙ୍କ ଭାଗ୍ୟରେ ବୃଦ୍ଧି ହେବ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହାକୁ ଆପଣ ପ୍ରାୟ ଆପଣଙ୍କ ବିଷୟରେ ଜାଣି ନଥିବେ । K ନାମ ବ୍ୟକ୍ତିଙ୍କ ସବୁଠାରୁ ଖାସ କଥା ହେଉଛି କି ସେମାନେ କଥାରେ ହୃଦୟକୁ ଜିତିନେବେ ଏବଂ ସେମାନେ ନିଜେ କଥାରେ କାହାକୁ ବି ପ୍ରଭାବିତ କରି ପାରିବେ ।

ସେମାନେ ତାଙ୍କ ଜୀବନରେ ସବୁ ପ୍ରକାରର ଅନୁଭବ କରିଥାନ୍ତି । ସେମାନେ ପିଲାବେଳେ ବହୁତ ଚଗଲା ହୋଇଥାନ୍ତି । ସେମାନଙ୍କ ବୟସ ବଢିବା ସହିତ ତାଙ୍କ ପାଖକୁ ଟଙ୍କା ମଧ୍ୟ ଅଧିକ ଆସିଥାଏ ଏବଂ ତାଙ୍କୁ ଜୀବନରେ ତାଙ୍କର ମହତ୍ଵ କଣ ତାହା ସେମାନଙ୍କୁ ବହୁତ ଭଲ ଭାବରେ ଜଣାଥାଏ । ଏଥିପାଇଁ ସେମାନେ ବହୁତ ପରିଶ୍ରମର ସହିତ ନିଜ କ୍ୟାରିୟର ତିଆରି କରିଥାନ୍ତି ।

ସେମାନେ ଲମ୍ବା ସମୟ ଧରି ସଂଘର୍ଷ କରୁଥିଲେ ମଧ୍ୟ ଅଧାରୁ ଭାଙ୍ଗି ଯାଆନ୍ତି ନାହିଁ କିମ୍ବା ହାରି ମଧ୍ୟ ଯାଆନ୍ତି ନାହିଁ । ଯେଉଁ କାମରେ ଭଲ ଟଙ୍କା ମିଳିଥାଏ ସେମାନେ ସେହି କାମକୁ ଖୁସିରେ କରିଥାନ୍ତି । ସେମାନଙ୍କର ବୁଝିବା ଶକ୍ତି ହିଁ ସେମାନଙ୍କର ଏକ ଭଲ ଗୁଣ ଅଟେ । ସେମାନଙ୍କର ଅବଗୁଣ ହେଉଛି ସେମାନେ ବହୁତ ଦ୍ଵନ୍ଦରେ ଥାନ୍ତି, କେବେ ହେଲେ ବି ଗୋଟିଏ ଥରରେ ନିଷ୍ପତ୍ତି ନିଅନ୍ତି ନାହିଁ ।

ତାଙ୍କର ଏହି ଦ୍ଵନ୍ଦ କାରଣରୁ ସେମାନେ କେତେଥର କ୍ଷତି ମଧ୍ୟ ସହିଥାନ୍ତି ଏବଂ ହାତକୁ ଆସିଥିବା ସୁଯୋଗ ମଧ୍ୟ ଚାଲିଯାଇ ଥାଏ । ସେମାନଙ୍କୁ ସହଜରେ ଖୁସି ମିଳିନଥାଏ । କେବେ କେବେ ଛୋଟ ଜିନିଷ ପାଇଁ ମଧ୍ୟ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଥାଏ । ଯଦି କୌଣସି କଥା ସେମାନଙ୍କ ଆତ୍ମସଂମ୍ମାନ ଉପରକୁ ଆସିଥାଏ ତାହେଲେ ସେମାନେ କୌଣସି ବି ସ୍ତରକୁ ଆସି ପାରନ୍ତି । ସେମାନଙ୍କୁ ବହୁତ ଶୀଘ୍ର ରାଗ ମଧ୍ୟ ଆସିଥାଏ ।

ପ୍ରେମ ମାମଲାରେ ସେମାନେ ସଙ୍କୋଚ କରିଥାନ୍ତି କିନ୍ତୁ ବିବାହ ପାଇଁ ସେମାନଙ୍କୁ ଜଣେ ଭଲ ପାର୍ଟନର ମିଳିଥାଏ । ତାଙ୍କ ଭିତରେ ପ୍ରେମ ଥାଏ କିନ୍ତୁ ତାକୁ କେମିତି ପ୍ରକାଶିତ କରାଯିବ ସେମାନଙ୍କୁ ବହୁତ କମ ଆସିଥାଏ । ବୈବାହିକ ଜୀବନରେ ସେମାନେ କିଛି ମାତ୍ରାରେ ଅସନ୍ତୁଷ୍ଟ ରହିଥାନ୍ତି କିନ୍ତୁ ପରିବାର ପାଇଁ ସେମାନେ ବହୁତ ଆଦର୍ଶ ଭୂମିକାରେ ରହିଥାନ୍ତି । ଭଲ ବାପା ମାଆ ହେବା ସହିତ ସବୁ ସମ୍ପର୍କକୁ ନେଇ ଆଗକୁ ବଢିଥାନ୍ତି । ସେମାନେ ଅନ୍ୟର ଭୁଲକୁ ବହୁତ ଶୀଘ୍ର କ୍ଷମା କରିଦିଅନ୍ତି ଏବଂ ଏହା ହୃଦୟରୁ ମଧ୍ୟ କରିଥାନ୍ତି ।

ସେମାନେ ଯାହାକୁ ଠାରେ ନିଜର ସାଙ୍ଗ ବୋଲି ଭାବିଥାନ୍ତି ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ସହିତ ରହିଥାନ୍ତି । ସାଙ୍ଗମାନଙ୍କ ସହିତ ବୁଲିବା, ପାର୍ଟି କରିବା ଏବଂ ନୂଆ ସାଙ୍ଗ କରିବା ସେମାନଙ୍କୁ ବହୁତ ଭଲ ଲାଗିଥାଏ । ସେମାନଙ୍କୁ ଯିଏ କେଉଁ କଥା ବ୍ୟକ୍ତିଗତ ଭାବରେ କହିଥାନ୍ତି ସେମାନେ ସେ କଥାକୁ କେବେ ହେଲେ କାହା ଆଗରେ କୁହନ୍ତି ନାହିଁ । K ନାମ ଲୋକଙ୍କ ବ୍ୟକ୍ତିତ୍ବ ବହୁତ ଭଲ ଅଟେ । ବୟସ ବଢିବା ସହିତ ସେମାନଙ୍କ ପେଟ ମଧ୍ୟ ବଢିଯାଇ ଥାଏ ଏବଂ ଆଖି ବହୁତ ଶୀଘ୍ର ଦୁର୍ବଳ ହୋଇଯାଇ ଥାଏ । ସ୍ୱାସ୍ଥ୍ୟକୁ ନେଇ ସେମାନେ ବହତ ଅବହେଳା କରିଥାନ୍ତି ।

ଅନ୍ୟ ମାନଙ୍କ ପାଇଁ ସେମାନେ ବହୁତ କିଛି କରିବେ କିନ୍ତୁ ନିଜ ଉପରକୁ ଆସିଲେ ସେମାନେ ବହୁତ କମ କରିଥାନ୍ତି । ଏଥିପାଇଁ ଆପଣ ନିଜ ଖାଇବା ପିଇବା ଉପରେ ଧ୍ୟାନ ଦେବା ସହିତ ବ୍ୟାୟାମ ମଧ୍ୟ କରନ୍ତୁ । ଭାଗ୍ୟକୁ ମଝବୁତ କରିବା ପାଇଁ ଆପଣଙ୍କୁ ଗଣେଶଙ୍କ ଆରଧନା କରିବା ଦରକାର ଅଟେ । କାରଣ ଆପଣଙ୍କ କାମରେ ଆସୁଥିବା ଛୋଟ ଛୋଟ ବାଧାକୁ କେବଳ ଗଣେଶ ହିଁ ଦୂର କରି ପାରିବେ । ଏଥିପାଇଁ ବୁଧବାର ଦିନ ଗଣେଶଙ୍କ ପାଖରେ ଲଡୁ ଭୋଗ ଲଗାନ୍ତୁ ।