କିଶୋର ପିଲାଙ୍କୁ ସେ-କ୍ସ ବିଷୟରେ ଶିକ୍ଷା ଦେବାର ମହତ୍ଵ, ଆସନ୍ତୁ ଜାଣିବା ଏନଲପ ପ୍ରାକ୍ଟିଶନର ଓ ଲାଇଫ କୋଚ୍ Dr. Sabiha ଙ୍କ ଠାରୁ

ପିଲାମାନଙ୍କୁ ସେ-କ୍ସ ବିଷୟରେ ସାଧାରଣତଃ ବାହାରୁ ଜଣା ପଡିଥାଏ । ପିଲା କିଶୋର ଅବସ୍ଥା ଯାଏଁ ଆସିବା ବେଳକୁ ଇଣ୍ଟରନେଟ ମାଧ୍ୟମରେ ହେଉ ବା ସାଙ୍ଗସାଥିଙ୍କ ଠାରୁ ସେ-କ୍ସ ବିଷୟରେ ଅନେକ କିଛି ନା କିଛି ଶୁଣିବାକୁ ପାଇଥାନ୍ତି । ସେମାନଙ୍କ ମନରେ ଏହାକୁ ନେଇ କେତେ ପ୍ରଶ୍ନ ରହିଥାଏ ଯାହାର ଜବାବ ସେମାନେ ଆଖପାଖରୁ ଖୋଜିବାରେ ଲାଗନ୍ତି । କିନ୍ତୁ ଏନେଇ ପିତାମାତାଙ୍କ ସହ କଥା ହୋଇପାରନ୍ତି ନାହିଁ । ପିତାମାତାଙ୍କ ପିଲାଙ୍କୁ ସେ-କ୍ସ ଏଜୁକେଶନ ବିଷୟରେ ଶିକ୍ଷା ଦେବାର ମହତ୍ଵ କେତେ ଆସନ୍ତୁ ଜାଣିବା ଡାକ୍ତର ସବିହାଙ୍କ ଠାରୁ ।

ଆମ ସମାଜରେ ସେ-କ୍ସକୁ ଏକ ବହୁତ ଖରାପ ନଜରରେ ଦେଖାଯାଏ । ଏହା ଏକ ବେଡରୁମ ଆକ୍ଟିଭିଟି ହୋଇଥିଲେ ମଧ୍ୟ ଆଜିର ସମାଜରେ ପିଲାଙ୍କୁ ଏହି ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଜରୁରୀ । ପିତାମାତା ମାନେ ଯଦି ଏହି ବିଷୟରେ ପିଲାଙ୍କୁ ଠିକ ବାଟରେ ଶିକ୍ଷା ଦେଇପାରିବେ ତେବେ ସମାଜରେ ଅନେକ ଅତ୍ୟାଚାର ଓ ଦୁର୍ନୀତି ମଧ୍ୟ ରହିବ ନାହିଁ । ଆମେ ପିଲାଙ୍କୁ ଭାଇ ଭଉଣୀଙ୍କୁ ସ୍ନେହ କରିବା, କ୍ରୋଧ ନ କରିବା, ଗାଳି ନଦେବା ଆଦି ବିଷୟରେ ଶିଖେଇ ଥାଉ ।

ଠିକ ଏହିସବୁ ପରି ପିଲାକୁ ସେ-କ୍ସ ବିଷୟରେ ମଧ୍ୟ ଉଚିତ ସମୟରେ ଶିକ୍ଷା ଦେବା ଉଚିତ । ଯାହାଫଳରେ ପିଲା ଅବାଟରେ ଯିବାରୁ ରକ୍ଷା ପାଇବ ଓ ଏହାକୁ ନେଇ ତା’ର ଚିନ୍ତାଧାରା ପରିଷ୍କୃତ ହେବ । ସାଧାରଣତଃ ପିଲାମାନେ ସାଙ୍ଗସାଥି କିମ୍ବା ଇଣ୍ଟରନେଟରୁ ଏହା ବିଷୟରେ ଜାଣିଥାନ୍ତି । କିନ୍ତୁ ଏହାର ଉଚିତ ଶିକ୍ଷା ନ ପାଇଲେ ତାହା ପିଲାର ମାନସିକ ସ୍ଥିତିକୁ କଳୁଷିତ କରିଦିଏ ।

ତେବେ ଆପଣ ଭାବୁଥିବେ କେମିତି ଜାଣିବେ ଯେ କେଉଁ ସମୟରେ ପିଲାକୁ ଏହି ବିଷୟରେ ଶିକ୍ଷା ଦେବେ ଓ କେମିତି ଶିକ୍ଷା ଦେବେ । ପିଲା ଯେତେବେଳେ ବି ଧୀରେ ଧୀରେ ବଡ ହେଉଛି ଏହା ତା’ର ମାଆ ବାପାଙ୍କୁ ଜଣା ପଡିଥାଏ । ପିଲାର ଶରୀରରେ ଅନେକ ପରିବର୍ତ୍ତନ ଆସେ । ପିଲା ନିଜ ଶାରୀରିକ ଅବସ୍ଥା ବା ଲୁକ୍ ପ୍ରତି ଧ୍ୟାନ ଦିଏ । ବାରମ୍ବାର ନିଜକୁ ଆଇନରେ ଦେଖେ କିମ୍ବା ସଜେଇ ହେବାକୁ ଇଚ୍ଛା କରେ । ଏପରି ଅବସ୍ଥାରେ ପିଲାର ମାଆ ତା’ ପିଲା ବଡ ହେଉଛି ବୋଲି ଜାଣିପାରେ ।

ପିତାମାତା ଉଭୟ ପିଲାକୁ ସେ-କ୍ସ କିଛି ଖରାପ ବିଷୟ ନୁହେଁ ବରଂ ଏକ ସୁନ୍ଦର ଅନୁଭୂତି ବୋଲି ଶିଖାଇବା ଉଚିତ । କିନ୍ତୁ ଏହାର ସୀମା ଏବଂ କିପରି ନିଜକୁ ନିୟନ୍ତ୍ରଣରେ ରଖିବେ ଓ କଣ ଭୁଲ ସବୁ କରିବେ ନାହିଁ ତାହା ମଧ୍ୟ ଶିଖାଇବା ଉଚିତ । ଆମ ଘର ମାନଙ୍କରେ ପିଲା ଆଗରେ ପିତାମାତା ଏକାଠି ବସିବାକୁ ମଧ୍ୟ ବହୁତ ବଡ ଭୁଲ ବୋଲି ଭାବନ୍ତି ।

କିନ୍ତୁ ପିତାମାତା ଜାଣିବା ଉଚିତ କି ପିଲା ଆଗରେ ଏକ ଛୋଟ ହଗ୍ କିମ୍ବା କିସ୍ କରିବା କିଛିବି ବଡ ଭୁଲ ନୁହେଁ । ଏହାଦ୍ବାରା ପିଲାକୁ ସେହି ଅନୁଭୂତି ବିଷୟରେ ଜଣାପଡେ ଓ ଏହିସବୁକୁ ସେ ଏତେ ଗମ୍ଭୀର ଭାବେ ନିଏ ନାହିଁ । ତେଣୁ ପିତାମାତା ମାନେ ଉଚିତ ସମୟରେ ନିଜ ପିଲାକୁ ଏହି ବିଷୟରେ ଶିକ୍ଷିତ କରେଇବା ତାଙ୍କର ଆଗାମୀ ଜୀବନ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।