ସାଙ୍ଗ ମାନଙ୍କୁ ହସେଇଲା ଭଳି 15 ଟି ମଜାଦାର ପ୍ରଶ୍ନ ଓ ଉତ୍ତର, ପଢିଲେ ହସି ହସି ଗଡିଯିବେ (Funny GK Questions & Answers)

ମଜାଳିଆ ଓ ଟ୍ରିକି ପ୍ରଶ୍ନୋତ୍ତର ଆମ ବ୍ରେନ ପାଇଁ ଏକ ଏକ୍ସରସାଇଜ ଭଳି କାମ କରିଥାଏ । ତେଣୁ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଢେର ସାରା ମଜାଳିଆ ପ୍ରଶ୍ନ ଓ ତା’ର ଉତ୍ତର ମଧ୍ୟ ନେଇ ଆସିଛୁ । ଯାହା ଆପଣ ନିଜ ବନ୍ଧୁମାନଙ୍କ ସହ ଶେୟାର କରିପାରିବେ । ଏହା ଯେକୌଣସି ମାହୋଲକୁ ମଧ୍ୟ ଚୁଟକିରେ ଭଲ କରିଦେବ । ଏଥିରୁ କିଛି ପ୍ରଶ୍ନ ଆପଣଙ୍କୁ ଲାଗିବ କି ପିଲାଦିନେ ଶୁଣିଛନ୍ତି ଏବଂ ଆଉ କିଛି ଏକଦମ ନୂଆ ଅଟେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଇଂରାଜୀର କେଉଁ ଅକ୍ଷରରେ ବହୁତ ପାଣି ଅଛି ?

ଉ: C କାରଣ ଏହା Sea ଅର୍ଥାତ ସମୁଦ୍ର ମଧ୍ୟ ଉଚ୍ଚାରଣ କରୁଛି

୨- ଯିଏ ରିୟଲ ନୁହେଁ ତାକୁ ଆମେ କଣ କହିବା ?

ଉ: ନା ରିୟଲ ବା ନଡିଆ

୩- Six କାହିଁକି Seven କୁ ଭୟ କରେ ?

ଉ: କାରଣ ଜଣେ ବ୍ୟକ୍ତି କହିଲା Seven Eight Nine, କିନ୍ତୁ ତାକୁ ଶୁଭାଗଲା Seven Ate Nine ଅର୍ଥାତ ସେଭେନ ନାଇନକୁ ଖାଇଗଲା ।

୪- ଲୋକମାନେ କାହିଁକି ସୁନାର ପାଉଁଜି ବନାନ୍ତି ନାହିଁ ?

ଉ: କାରଣ ଏଥିରେ ଖର୍ଚ୍ଚ ହେବ

୫- କେଉଁ ଡର ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରେ ?

ଉ: ପାଉଡର

୬- ଗୋଲାପକୁ ଚନ୍ଦ୍ରପୃଷ୍ଠକୁ ପଠେଇବା ପାଇଁ ଆମେ ତାକୁ କଣ କହିବା ?

ଉ: ଗୋଲାପ ଯା ମୁନ୍ (ଗୋଲାପଜାମୁନ)

୭- ୧୨.୧୯ କୁ ହିନ୍ଦୀରେ ଗାଇଲେ କଣ ହେବ ?

ଉ: ତେରା ହୋନେ ଲଗା ହୁଁ

୮- ଜଣେ କୁଆଁରୀ ଝିଅ ତଳେ ଛିଡା ହୋଇଛନ୍ତି । ତାଙ୍କୁ ଇଂରାଜୀରେ କଣ କହିବା ?

ଉ: ମିସ୍ ଅଣ୍ଡର ଷ୍ଟାଣ୍ଡିଂ (Misunderstanding)

୯- କିଛି ଲୋକ ଗୋଟିଏ କୁକୁରକୁ ଓଲଟା ଝୁଲେଇ ପୂଜା କରୁଥିଲେ । କାହିଁକି କହି ପାରିବେକି ?

ଉ: କାରଣ Dog କୁ ଓଲଟା କଲେ God ହୋଇଯାଏ

୧୦- ତାହା କଣ ଯାହା ଗରିବ ମାନେ ବାହାରେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀ ମାନେ ନିଜ ପକେଟରେ ରଖି ଦିଅନ୍ତି ?

ଉ: ସିଙ୍ଘାଣି ବା ଥଣ୍ଡା ହେଲେ ନାକରୁ ବୋହୁଥିବା ପାଣି

୧୧- ଏମିତି କେଉଁ ଜିନିଷ ଅଛି ଯାହା ମାସରେ କେବଳ ଥରେ ଆପଣଙ୍କ ପାଖକୁ ଆସେ କିନ୍ତୁ ୨୪ ଘଣ୍ଟା ପରେ ପୁଣି ଚାଲିଯାଏ ?

ଉ: ତାରିଖ

୧୨- ଏମିତି କେଉଁ ଗାଡି ଅଛି ଯାହାକୁ ଆଗ ପଟୁ ଭଗବାନ ବନେଇଛନ୍ତି କିନ୍ତୁ ପଛ ପଟୁ ମଣିଷ ବନେଇଛି ?

ଉ: ବଳଦ ଗାଡି ବା ଶଗଡ ଗାଡି

୧୩- ଏମିତି କେଉଁ ଜିନିଷ ଅଛି ଯାହାର ଗୋଡ ନାହିଁ କିନ୍ତୁ ଚଢିଥାଏ ଆଉ ଓହ୍ଲାଇ ବି ଥାଏ ?

ଉ: ମଦ ବା ମଦନିଶା

୧୪- କେଉଁ ଜିନିଷ ଫାଟିଲେ ଶବ୍ଦ କରେ ନାହିଁ ?

ଉ: କ୍ଷୀର

୧୫- ଏମିତି ଏକ ରୁମ୍ ଯାହାର ଝରକା ନାହିଁ କି କବାଟ ବି ନାହିଁ ?

ଉ: ମଶରୁମ୍

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।