ଏକ ଭିନ୍ନ ଧରଣର ବିବାହ ! ସ୍ତ୍ରୀ ଙ୍କ ସହମତିରେ କିନ୍ନରଙ୍କୁ ବାହା ହେଲେ ସ୍ଵାମୀ, ଦେଖନ୍ତୁ video

ପ୍ରେମ କେତେବେଳେ କାହା ସହ ହୋଇଯାଏ ଏହା କାହାକୁ ବି ଜଣା ନଥାଏ । ପ୍ରେମ ନା ଜାତି, ଧର୍ମ ଦେଖେ ନା ବର୍ଣ୍ଣ ନା କୌଣସି ପ୍ରକାର ଭେଦଭାବ । ସେଥିପାଇଁ ତ କୁହାଯାଏ ପ୍ରେମ ଅନ୍ଧ । ଆଉ ନିଜ ମଣିଷର ହାତ ଧରି ସବୁଦିନ ପାଇଁ ତାକୁ ସାଥି କରିବାକୁ ସମସ୍ତେ ଚାହିଁଥାନ୍ତି । ଆପଣ ଇଣ୍ଟରନେଟରେ ପ୍ରତିଦିନ ଅନେକ ମଜାଦାର ଓ ନିଆରା ବିବାହ ଭିଡିଓ ସବୁ ଦେଖୁଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ନିଆରା ବିବାହର ଭିଡିଓ ଦେଖେଇବାକୁ ଯାଉଛୁ ଯାହା ଦେଖିଲେ ଆପଣ ବି କହିଲେ ସତରେ ପ୍ରେମ ଅନ୍ଧ ।

କାରଣ ଇଏ ହେଉଛି ଏକ ଭିନ୍ନ ଧରଣର ପ୍ରେମ ବିବାହ । ଅନେକ ସମୟରେ ଏମିତି ଘଟଣା ସାମ୍ନାକୁ ଆସେ । ଆଉ ପୁଣି ଥରେ ଏଭଳି ଏକ ନିଆରା ବିବାହ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ଧୂର୍କୁଟି ଗ୍ରାମରୁ । ଯେଉଁଠି ଏକ ଭିନ୍ନ ଧରଣର ବିବାହ ଦେଖିବାକୁ ମିଳିଛି । ସେଠାରେ କିନ୍ନର ମାନଙ୍କ ସହାୟତାରେ ଜଣେ କିନ୍ନର ଓ ଜଣେ ବିବାହିତ ପୁରୁଷଅଙ୍କ ମଧ୍ୟରେ ବାହାଘର ସମ୍ପନ୍ନ ହୋଇଛି ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଧୂର୍କୁଟି ଗାଁର ଫକିର ନିଆଲ ନାମକ ଜଣେ ବିବାହିତ ବ୍ୟକ୍ତି ଜଣେ କିନ୍ନରଙ୍କୁ ପୁଣି ଥରେ ବିବାହ କରିଛନ୍ତି । ଏହି ବ୍ୟକ୍ତି ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ସ୍ତ୍ରୀ ଓ ଗୋଟିଏ ୫ ବର୍ଷର ପୁଅ ମଧ୍ୟ ଅଛି । ତେବେ ଏହା ସତ୍ତ୍ୱେ ସେ ଜଣେ କିନ୍ନରଙ୍କୁ ବିବାହ କରି ଏବେ ଚର୍ଚ୍ଚାରେ ରହିଛନ୍ତି ।

ସେଠାକାର ଦାଦପୁର ଗାଁର କିନ୍ନର ସଂଗୀତାଙ୍କୁ ଏହି ବିବାହିତ ବ୍ୟକ୍ତି ଫକିର ନିଆଲ ବିବାହ କରିଛନ୍ତି । ଫକିର ଓ ସଂଗୀତାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ତେଣୁ ଉଭୟଙ୍କ ସହମତି କ୍ରମେ ନର୍ଲା ରୋଡସ୍ଥିତ କିନ୍ନରଙ୍କ ବାସଗୃହରେ ଉଭୟଙ୍କ ବିବାହ ସମ୍ପାଦନ କରା ଯାଇଥିବା ଜଣାପଡିଛି ।

ଏଭଳି ଏକ ନିଆରା ବିବାହକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି । ତେବେ ଫକିର ନିଆଲଙ୍କ ସ୍ତ୍ରୀ ଙ୍କର ମଧ୍ୟ ଏହି ବିବାହରେ ସହମତି ଥିବା ଜଣାପଡିଛି । ଯାହାକି ଘଟଣାକୁ ଆହୁରି ରୋଚକ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।