କିନ୍ନର ମାନେ କାହିଁକି ଓ କାହା ପାଇଁ ପାଳନ କରନ୍ତି ସାବିତ୍ରୀ ବ୍ରତ ? ଦେଖନ୍ତୁ କିନ୍ନରଙ୍କ ସାବିତ୍ରୀ ବ୍ରତର ପୁରା ଉଦ୍ଦେଶ୍ୟ ଓ ରୀତିନୀତି

ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ସଧବା ନାରୀମାନେ ତାଙ୍କ ସ୍ବାମୀଙ୍କ ଦୀର୍ଘ ଆୟୁଷ ଓ ଶୁଭ ମନାସି ବ୍ରତ ପାଳନ କରନ୍ତି । କିନ୍ତୁ କିନ୍ନରମାନେ ମଧ୍ୟ ଏହି ସାବିତ୍ରୀ ବ୍ରତ ପାଲ କରା ଯାଉଥିବାର ଦେଖାଯାଏ । ତେବେ ସେମାନେ କାହିଁକି ଓ କିପରି ଏହି ବ୍ରତ ପାଳନ କରନ୍ତି ଆଜି ଆମେ ଆପଣଙ୍କୁ କହିବୁ । ସ୍ତ୍ରୀ ଯେମିତି ତା’ ସ୍ଵାମୀଙ୍କ ପାଇଁ ଅତ୍ୟନ୍ତ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରେ କିନ୍ନର ମାନେ ମଧ୍ୟ ଠିକ ସେହିପରି ନିଜ ଗୁରୁଙ୍କ ପାଇଁ ଏହି ବ୍ରତ ବେଶ ଉତ୍ସାହର ସହ ପାଳନ କରନ୍ତି ।

କିନ୍ନର ମାନଙ୍କ ମଧ୍ୟରେ ଜଣେ ଗୁରୁ ଥାଆନ୍ତି ଯିଏକି ସମସ୍ତ କିନ୍ନରଙ୍କ ଦାୟିତ୍ଵ ନେଇଥାନ୍ତି ତାଙ୍କୁ ସମସ୍ତେ ଗୁରୁ ବୋଲି ମାନନ୍ତି । କିନ୍ନରଙ୍କ କହିବା ଅନୁଯାୟୀ ସେମାନେ ହେଉଛନ୍ତି ପରସ୍ପରର ଭାଇ, ବନ୍ଧୁ, କୁଟୁମ୍ବ ଓ ସ୍ଵାମୀ ସ୍ତ୍ରୀ । ପରସ୍ପର ମଧ୍ୟରେ ସେମାନଙ୍କର ପ୍ରେମ ବଜାୟ ରଖିବାକୁ ଓ ପରସ୍ପରର ଶୁଭ ମନାସି ସେମାନେ ସାବିତ୍ରୀ ପାଳନ କରନ୍ତି । ସାବିତ୍ରୀ ଦିନ ସାଧାରଣ ସ୍ତ୍ରୀ ଟିଏ ସକାଳୁ ଉଠି ନିତ୍ୟକର୍ମ ଶେଷ କରି ନୂଆ ଲୁଗା ପିନ୍ଧି ଓ ଶୃଙ୍ଗାର କରି ସଜବାଜ ହୋଇଥାନ୍ତି ଏବଂ ମନ୍ଦିରକୁ ଯାଇ ପୂଜା କରିଥାନ୍ତି ।

ତେବେ କିନ୍ନର ମାନେ ମଧ୍ୟ ଠିକ ସେହିପରି ସାବିତ୍ରୀ ଦିନ ସକାଳୁ ଉଠି ପୂଜା ପାଇଁ ଫୁଲ ତୋଳନ୍ତି ଓ ଏକାଠି ମିଶି ସମସ୍ତେ ନୂଆ ଶାଢୀ ନୂଆ ଚୁଡି ପିନ୍ଧି ସଜବାଜ ହୁଅନ୍ତି । ସାବିତ୍ରୀ ଦିନ ସଜେଇ ହୋଇ ସେମାନେ ଖୁବ ଉପଭୋଗ କରନ୍ତି । ଏହାପରେ ସେମାନେ ଏକାଠି ମିଶି ମନ୍ଦିର ଯାଆନ୍ତି ଓ ମନ୍ଦିରରେ ଯାହା ପ୍ରସାଦ ମିଳେ ତାକୁ ଖାଆନ୍ତି ।

ସେମାନେ ମଧ୍ୟ ବ୍ରତ ଉପବାସ ପାଳନ୍ତି କରନ୍ତି । କିନ୍ନର ମାନେ ପରସ୍ପର ମଥାରେ ସିନ୍ଦୁର ମଧ୍ୟ ଲଗାଇ ଦିଅନ୍ତି । ଜଣେ ଓଡିଆଣୀ ଭଳି ସେମାନେ ଖୁବ ଶ୍ରଦ୍ଧାର ସହ ସାବିତ୍ରୀ ବ୍ରତ ପାଳନ କରନ୍ତି । ସାବିତ୍ରୀ ପାଇଁ ଯେପରି ବାପଘରୁ ଭାର ଆସିଥାଏ, ଠିକ ସେମିତି ସେମାନେ ପରସ୍ପରକୁ ଦିଆନିଆ କରନ୍ତି । ନିଜ ଭିତରେ ସେମାନେ ପରିବାର ଭଳି ଚଳନ୍ତି ଓ ଖୁବ ପ୍ରେମର ସହ ବସବାସ କରନ୍ତି । ଏହିଦିନ ସେମାନେ ପଶୁପକ୍ଷୀ ଓ ପରିବେଶ ପାଇଁ ଉତ୍ତମ କାର୍ଯ୍ୟ କରିବାକୁ ମଧ୍ୟ ସଙ୍କଳ୍ପ ନିଅନ୍ତି ଓ ସେମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଆଦି ଦିଅନ୍ତି ।

କିନ୍ନର ମାନେ ନିଜ ନିଜ ଗୁରୁଙ୍କୁ ନିଜ ସ୍ଵାମୀ ଭଳି ମାନ୍ୟ କରି ତାଙ୍କ ଉଦ୍ଦେଶ୍ୟରେ ସାବିତ୍ରୀ ବ୍ରତ ପାଳନ କରନ୍ତି । ଯାହାକି ତାଙ୍କୁ ଖୁବ ଆନନ୍ଦ ଆଣିଦିଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।